ଆଜିର ଖାସ ଖବର
Mon. Apr 20th, 2026

ମଣିପାଲ୍‌ସିଗ୍‌ନା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପୂର୍ବ ଭାରତରେ ଉପସ୍ଥିତି ଓ ଉପଦେଷ୍ଟା ସଂଖ୍ୟା ଦ୍ୱିଗୁଣିତ କରିବା ଉପରେ ଗୁରୁତ୍ୱ

By Admin_Dainkasha Jun23,2025

ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା କମ୍ପାନି ମଣିପାଲ ସିଗ୍‌ନା ହେଲ୍‌ଥ ଇସ୍ୟୁରାନ୍ସ ପୂର୍ବ ଭାରତରେ ଏହାର ଗୁରୁତ୍ୱକୁ ବଢ଼ାଇଛି। ଏହି ଅଂଚଳରେ ବର୍ତମାନ କଂପାନିର ଉପସ୍ଥିତି ୪୨ଟି ସହର ଏବଂ ୧୦,୦୦୦ରୁ ଅଧିକ ଉପଦେଷ୍ଟା ଥିବା ବେଳେ ଖୁଚୁରା ଉପସ୍ଥିତି, ଶାଖା ନେଟ୍‌ୱର୍କକୁ ଦ୍ୱିଗୁଣିତ କରିବା ଓ ୧୦ ହଜାର ଉପଦେଷ୍ଟା ଯୋଡ଼ିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଏହି ଅଂଚଳରେ ବ୍ୟାପକ ଅଭିବୃଦ୍ଧି ହେବା ସହ କମ୍ପାନି ୨୦୨୪-୨୫ ଆର୍ଥିକ ବର୍ଷରେ ୧୩୦ କୋଟି ଟଙ୍କାର ପ୍ରତ୍ୟକ୍ଷ ପ୍ରିମିୟମ୍ ହାସଲ କରିଛି। ସେଥିରେ ପଶ୍ଚିମବଙ୍ଗର ଅବଦାନ ୫୫ କୋଟି ଟଙ୍କାରୁ ଅଧିକ ରହିଛି।
ଜେନେରାଲ୍ ଇନ୍‌ସ୍ୟୁରାନ୍ସ କାଉନ୍‌ସିଲ୍‌ର ତଥ୍ୟ ଅନୁସାରେ ସ୍ୱାସ୍ଥ୍ୟ ବୀମା କମ୍ପାନିଗୁଢ଼ଡ଼ିକର ବାର୍ଷିକ ଅଭିବୃଦ୍ଧି ୧୦ ପ୍ରତିଶତ ରହିଥିବା ବେଳେ ମଣିପାଲ୍‌ସିଗ୍‌ନା ୪୩ ପ୍ରତିଶତ ପ୍ରିମିୟମ୍ ଅଭିବୃଦ୍ଧି ସହ ଶିଳ୍ପକୁ ଅତିକ୍ରମ କରିଛି। ଗତ ତିନି ବର୍ଷ ମଧ୍ୟରେ କଂପାନି ପୂର୍ବ ଭାରତରେ ୨୦୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ବୀମା ଦାବି ପ୍ରଦାନ କରିଛି, ଯେଉଁଥିରୁ କେବଳ ପଶ୍ଚିମବଙ୍ଗରେ ୮୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି।
ମଣିପାଲ୍‌ସିଗ୍‌ନା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ମୁଖ୍ୟ ମାର୍କେଟିଂ ଅଧିକାରୀ ସପ୍‌ନା ଦେଶାଇ କହିଛନ୍ତି ଯେ, “ପୂର୍ବ ଭାରତରେ ବିଶେଷ କରି ଅର୍ଧ ସହରାଚଂଳ ଓ ଉଦୀୟମାନ ବଜାରରେ ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା ପହଂଚାଇବାର ବ୍ୟାପକ ସୁଯୋଗ ରହିଛି। ମିସିଂ ମିଡିଲ୍ ପାଇଁ ପ୍ରସ୍ତୁତ କରାଯାଇଥିବା ସର୍ବ ଭଳି ସମାଧାନ କୋଲକାତାରେ ନୂଆ ବ୍ୟବସାୟ ପ୍ରତି ୫୦ ପ୍ରତିଶତରୁ ଅଧିକ ଅବଦାନ ପ୍ରଦାନ କରିଥିବା ବେଳେ ଆମେ ସ୍ୱାସ୍ଥ୍ୟ ବୀମାକୁ ଲୋକମାନଙ୍କ ପାଖରେ ପହଂଚାଉଥିବା ବେଳେ ତାହାକୁ ସୁଲଭ କରିପାରିଛୁ। ଆମ ଉପସ୍ଥିତି ଓ ଉପଦେଷ୍ଟା ସଂଖ୍ୟା ସମ୍ପ୍ରସାରଣ ଆମକୁ ଏହି ଅଂଚଳରେ ଅଧିକ ପରିବାରକୁ ସେବା ପ୍ରଦାନ କରିବାରେ ସହାୟକ ହେବ।’’
ମଣିପାଲ୍‌ସିଗ୍‌ନାର ଉତ୍ପାଦ ଓ ପରିଚାଳନା ମୁଖ୍ୟ ଆଶିଷ ଯାଦବ କହିଛନ୍ତି ଯେ, “ସର୍ବ ଏହାର ସହଜତା ଓ ମୂଲ୍ୟ ସହିତ ନିତିଦିନିଆ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରି ବାସ୍ତବ ସମସ୍ୟାର ସମାଧାନ କରୁଥିବାରୁ ଅନେକ ପ୍ରମୁଖ ବଜାରରେ ତାହା ପ୍ରଥମ ପସନ୍ଦ ଭାବେ ଉଭା ହୋଇଛି। ଲୋକମାନେ ମେଟ୍ରୋ ହେଉ କିମ୍ବା ଛୋଟ ସହର ଯେଉଁଠାରେ ରହୁଥାଆନ୍ତୁ ନା କାହିଁକି ସେମାନଙ୍କ ପାଇଁ ଉତ୍ପାଦ ଓ ଅଭିଜ୍ଞତା ପ୍ରସ୍ତୁତ କରିବାରେ ଆମ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଆମ ଗ୍ରାହକଙ୍କ ପାଇଁ ଯାହା ସର୍ବାଧିକ ଗୁରୁତ୍ୱ ରଖୁଛି ତାହା ଉପରେ ଧ୍ୟାନ ଦେବା ଆମକୁ ସ୍ୱାସ୍ଥ୍ୟ ବୀମାରେ ଦୀର୍ଘସ୍ଥାୟୀ ବିଶ୍ୱାସ ଗଠନ କରିବାରେ ସହାୟକ ହୋଇଛି।’’
ପୂର୍ବ ଭାରତରେ ମଣିପାଲସିଗ୍‌ନା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଉପସ୍ଥିତି ଆସାମ, ଅରୁଣାଚଳପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ଓଡ଼ିଶା, ତ୍ରୀପୁରା ଓ ପଶ୍ଚିମବଙ୍ଗରେ ରହିଛି।

Related Post