ଆଜିର ଖାସ ଖବର
Mon. Apr 20th, 2026

ଇରେଡା ସିଏମଡିଙ୍କୁ ‘ସିଏମଏ ଆଇକନ ୨୦୨୫’ ପୁରସ୍କାର, ନିର୍ଦେଶକ (ଫାଇନାନ୍ସ)ଙ୍କୁ ସମ୍ବର୍ଦ୍ଧନା

By Admin_Dainkasha Jun24,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସଙ୍କୁ ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଟାଂଟସ ଅଫ ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ‘ସିଏମଏ ଆଇକନ ୨୦୨୫’ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ୧୨ତମ ଜାତୀୟ ଛାତ୍ରଛାତ୍ରୀଙ୍କ ସମାବେଶ-୨୦୨୫ ଅବସରରେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର ମହାନିର୍ଦେଶକ ଶ୍ରୀ ସଦାନନ୍ଦ ଦାତେ ଏହି ପୁରସ୍କାର ପ୍ରଦାନ କରିଥିଲେ।
୨୦୨୦ ମେ’ରୁ ଇରେଡାର ନେତୃତ୍ୱ ନେଉଥିବା ଶ୍ରୀ ଦାସ କଲିକତା ବିଶ୍ୱବିଦ୍ୟାଳୟର ଜଣେ ବାଣିଜ୍ୟ ଛାତ୍ର ହୋଇଥିବା ବେଳେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ ଭୁବନେଶ୍ୱରରୁ ମ୍ୟାନେଜମେଂଟ ପାଠ ପଢ଼ିଛନ୍ତି। ସେ ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଟାଂଟସ ଅଫ ଇଣ୍ଡିଆର ଜଣେ ଫେଲୋ ଏବଂ ଦି ଇନଷ୍ଟିଚ୍ୟୁଟ ଅଫ କମ୍ପାନି ସେକ୍ରେଟାରିଜ ଅଫ ଇଣ୍ଡିଆର ଜଣେ ସହକାରୀ ସଦସ୍ୟ। ଫାଇନାନ୍ସ, ବ୍ୟାଙ୍କିଂ, କର୍ପୋରେଟ ଗଭର୍ଣ୍ଣାସ, ଅଡିଟ, ସମ୍ବଳ ସଂଗ୍ରହ ଓ ପୁଞ୍ଜି ପ୍ରତ୍ୟାହାର ଭଳି ବିଷୟରେ ତାଙ୍କର ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ରହିଛି।
ଏହି ଅବସରରେ ଶ୍ରୀ ଦାସ ନୂଆ ସିଏମଏମାନଙ୍କୁ ପ୍ରେରଣାଦାୟୀ ସମ୍ବୋଧନ କରିଥିଲେ ଏବଂ ଶୃଙ୍ଖଳା, ଆଚରଣ ଓ ସରଳତାର ପେସାଦାର ଓ ବ୍ୟକ୍ତିଗତ ସଫଳତା ମନ୍ତ୍ର ପ୍ରଦାନ କରିଥିଲେ। ସେ ସିଏମଏ ର‌୍ୟାଙ୍କଧାରୀ ମାନଙ୍କୁ ମେଡାଲ ଦେଇଥିଲେ ଏବଂ ସଫଳତା ପାଇଁ ସେମାନଙ୍କୁ ଶୁଭକାମନା ଜଣାଇଥିଲେ।
ଏହା ସହିତ ଇରେଡାର ନିର୍ଦେଶକ (ଫାଇନାନ୍ସ) ଡ. ବିଜୟ କୁମାର ମହାନ୍ତିଙ୍କୁ ପେସାଦାର ଜୀବନ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଟାଂଟସ ଅଫ ଇଣ୍ଡିଆ ପକ୍ଷରୁ ପ୍ରଶଂସା ପତ୍ର (ସାର୍ଟିଫିକେଟ ଅଫ ଆପ୍ରିସିଏସନ) ପ୍ରଦାନ କରାଯାଇଥିଲା।
ଶ୍ରୀ ଦାସ କହିଥିଲେ ଯେ, ‘ମୋ ପେସାଦାର ଅନୁଷ୍ଠାନଠାରୁ ଏହି ମାନ୍ୟତା ପାଇ ମୁଁ ଗର୍ବିତ। ମୁଁ ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଟାଂଟସ ଅଫ ଇଣ୍ଡିଆକୁ ହାର୍ଦିକ କୃତଜ୍ଞତା ଜଣାଉଛି ଏବଂ ଏହି ପୁରସ୍କାରକୁ ଇରେଡା ଟିମ ଓ ଏକ ସବୁଜ, ନିରନ୍ତର ଭାରତ ଗଠନ କରିବା ଦିଗରେ ଅବିଶ୍ରାନ୍ତ କାର୍ଯ୍ୟ କରୁଥିବା ଅକ୍ଷୟ ଶକ୍ତି ସମୁଦାୟକୁ ସମର୍ପଣ କରୁଛି।’’

Related Post