ଆଜିର ଖାସ ଖବର
Mon. Apr 20th, 2026

ସୋନି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର ଆଲ୍‌ଫା ୧-୨ ଫୁଲ୍ ଫ୍ରେମ୍ କ୍ୟାମେରା ଉନ୍ମୋଚିତ

By Admin_Dainkasha Jun25,2025

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର ପ୍ରମୁଖ ଆଲ୍‌ଫା ୧-୨ କ୍ୟାମେରା ଉନ୍ମୋଚନ କରାଯାଇଛି ଯାହା ହେଉଛି ଏକ ଫୁଲ୍ ଫ୍ରେମ୍ ମିରର୍‌ବିହୀନ ବଦଳାଇ ହେଉଥିବା ଲେନ୍‌ସ କ୍ୟାମେରା। ଏଥିରେ ସୋନିର ସଦ୍ୟତମ ଏଆଇ ପ୍ରୋସେସିଂ ୟୁନିଟ୍ ରହିଛି। ଏହି କ୍ୟାମେରାରେ ୫୦.୧ ମେଗାପିକ୍‌ସେଲ୍ ରିଜଲ୍ୟୁସନ୍ ସେନ୍‌ସର, ୩୦ ସେକେଣ୍ଡ୍ ପିଛା ଫ୍ରେମ୍‌ର ବ୍ଲାକ୍‌ଆଉଟ୍ ମୁକ୍ତ ନିରନ୍ତର ସୁଟିଂ ସୁବିଧା ରହିଛି। ଏହାର ଏଆଇ ପ୍ରୋସେସିଂ ୟୁନିଟ୍‌ରେ ଥିବା ଏଆଇ ଭିତିକ ବିଷୟ ଚିହ୍ନଟ ପ୍ରଦର୍ଶନ ଏବଂ ସୁବିଧାରେ ଅଟୋ ମୋଡ୍ ମଧ୍ୟ ରହିଛି। ଏଥିରେ ଏକ ସେକେଣ୍ଡ୍ ପୂର୍ବ ପର୍ଯ୍ୟନ୍ତର ପ୍ରି-କ୍ୟାପ୍‌ଚର୍ ସୁବିଧା ରହିଛି।
ଏ ସମ୍ପର୍କରେ ସୋନି ଇଣ୍ଡିଆର ଇମେଜିଂ ବ୍ୟବସାୟ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି, “ଆଲ୍‌ଫା ୧-୨ ହେଉଛି ଡିଜିଟାଲ୍ ଇମେଜିଂ ବର୍ଗରେ ପ୍ରଫେସନାଲ୍ କ୍ଷେତ୍ରରେ ସୋନିର ନେତୃତ୍ୱର ପ୍ରତିଫଳନ। ଉଚ୍ଚ ରିଜଲ୍ୟୁସନ ସହିତ ଉଲ୍ଲେଖନୀୟ ସ୍ପିଡ୍‌, ଅତ୍ୟାଧୁନିକ ଏଆଇ ଶକ୍ତି ଥିବା ବିଷୟ ଚିହ୍ନଟ ଓ ନିରବଚ୍ଛିନ୍ନ ୱାର୍କଫ୍ଲୋ ଉନ୍ନତିର ମିଶ୍ରଣ ସହ ଏହି ପ୍ରମୁଖ ମଡେଲ୍ ନୂତନ ଶିଳ୍ପ ମାନଦଣ୍ଡ ନିର୍ଧାରଣ କରିବ।
ଆଲ୍‌ଫା ୧-୨ରେ ରହିଛି ଏକ୍ସମୋର୍ ଆର୍‌ଏସ୍ ଷ୍ଟାକ୍‌ର ସିଏମ୍‌ଓଏସ୍ ସେନ୍‌ସର୍ ଏବଂ ଶକ୍ତିଶାଳୀ ବିଓଞ୍ଜ ଏକ୍ସଆର୍ ଇମେଜ୍ ପ୍ରୋସେସିଂ ଇଞ୍ଜିନ ଯାହା ଉଚ୍ଚ ରିଜଲ୍ୟୁସନର ଛବି ପ୍ରଦାନ କରିବ। ଏହାର ଅତ୍ୟାଧୁନିକ ଏଆଇ ପ୍ରୋସେସିଂ ୟୁନିଟ୍ ଉଭୟ ସ୍ଥିର ଚିତ୍ର ଏବଂ ସିନେମାରେ ବାସ୍ତବ ସମୟ ରେକଗ୍‌ନିସନ୍ ଏଏଫ୍ ପ୍ରଦାନ କରିବ। ଏଥିରେ ଥିବା ବ୍ୟବସ୍ଥା ଅନୁସାରେ କ୍ୟାମେରାର ସଟର୍ ବଦଳାଇବା ପୂର୍ବ ଗୋଟିଏ ସେକେଣ୍ଡର ଚିତ୍ରକୁ ମଧ୍ୟ ତୋଳି ଧରାଯାଇପାରିବ।
ଏଥିରେ ୮କେ ୩୦ ପି ଓ ୪କେ ୧୨୦ ପି ସିନେମା ରେକର୍ଡିଂ କରାଯାଇପାରିବ। କ୍ୟାମେରାରେ ୩.୨ ଟାଇପ୍ ଏଲ୍‌ସିଡି ମନିଟର ରହିଛି ଏବଂ ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ସହଜ। ଏହାର ଏର୍ଗୋନୋମିକ୍ ଗ୍ରିପ୍ ଓ ବଟନ୍ କାମକୁ ଅତ୍ୟନ୍ତ ସହଜ କରିପାରିବ। କ୍ୟାମେରା ସିହିତ ବିସି-ଜେଡଡି୧ ଡୁଆଲ୍ ବ୍ୟାଟେରି ଚାର୍ଜର ପ୍ରଦାନ କରାଯାଉଛି ଯାହା ୧୫୫ ମିନିଟ୍‌ରେ ଫୁଲ୍ ଚାର୍ଜ ହୋଇପାରୁଛି। ଏହାକୁ କମ୍ପାନି ତରଫରୁ ପରିବେଶ ମିତବ୍ୟୟୀ ପ୍ୟାକେଜିଂରେ ପ୍ରଦାନ କରାଯାଉଛି।
ଗ୍ରାହକମାନେ ସାରା ଦେଶରେ ଥିବା ସମସ୍ତ ସୋନି ସେଂଟର, ଆଲ୍‌ଫା ଫ୍ଲାଗ୍‌ସିପ୍ ଷ୍ଟୋର୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌, ଇ-କମର୍ସ ପ୍ଲାଟଫର୍ମ ଏବଂ ଙ୍ଗଙ୍ଗଙ୍ଗ.ଝଷକ୍ଟକ୍ଟ୍ରବଗ୍ଧଝଉ.ମକ୍ଟଜ୍ଞ ରୁ ୨୦୨୫ ଜୁନ୍ ୨୫ରୁ ଏହି କ୍ୟାମେରାକୁ କିଣିପାରିବେ। ଏହାର ଦାମ୍ ୫,୭୯,୯୯୦ ଟଙ୍କା ରହିଛି।

Related Post