ଆଜିର ଖାସ ଖବର
Thu. Apr 16th, 2026

ଜେଆରଡି ଟାଟାଙ୍କ ୧୨୧ ତମ ଜନ୍ମଦିନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର

By Admin_Dainkasha Jul30,2025

ସୁକିନ୍ଦା, ୩୦/୦୭/୨୦୨୫: ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୨୧ ତମ ଜନ୍ମଦିନ ଉପଲକ୍ଷେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସାରୁଅବିଲ ଏବଂ କମର୍ଦ୍ଦା କ୍ରୋମାଇଟ୍ ଖଣି ନିକଟବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ୧୨୦ ଜଣ ସ୍ଥାନୀୟ ବାସିନ୍ଦା ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଶିବିରରେ ୫୩ ଜଣ ପୁରୁଷ ଏବଂ ୬୭ ଜଣ ମହିଳାଙ୍କ ସମେତ ୧୬ ଜଣ ଶିଶୁ ଏବଂ ୧୦ ବର୍ଷରୁ ଅଧିକ ବୟସ୍କ ୧୦୪ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରଯାଇଥିଲା ।
ଶିବିରରେ ମାଗଣା ଚେକ୍-ଅପ ସହ ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ତତ୍କାଳ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରଯାଇଥିଲା । ଶିବିରରେ ୧୪ ଜଣଙ୍କର ଉଚ୍ଚ ରକ୍ତଚାପ, ୩ ଜଣଙ୍କ ମଧୁମେହ ରୋଗ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ମୋଟ୍ ୩୬ ଜଣଙ୍କ ହିମୋଗ୍ଲୋବିନ୍ ପରୀକ୍ଷା କରାଇଥିଲା। ଏଥିରୁ ୧୮ ଜଣଙ୍କର ସ୍ୱାଭାବିକ ମାତ୍ରା ରହିଥିବା ବେଳେ ୧୫ ଜଣଙ୍କଠାରେ ସାମାନ୍ୟ ରକ୍ତହୀନତା ଏବଂ ୩ ଜଣଙ୍କଠାର ମଧ୍ୟମ ରକ୍ତହୀନତା ଦେଖାଦେଇଥିଲା।
କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ସାରୁଅବିଲ ଏବଂ କମର୍ଦ୍ଦା କ୍ରୋମାଇଟ୍ ଖଣିର ମୁଖ୍ୟ ନବୀନ ଶ୍ରୀବାସ୍ତବ, ଟାଟା ଷ୍ଟିଲ ଫାଉଣ୍ଡେସନର କନସଲଟାଣ୍ଟ ମେଡିକାଲ୍ ଅଫିସର୍ ଡାକ୍ତର ଭାଗୀରଥି ସୋରେନ୍‌, ଟାଟା ଷ୍ଟିଲର ମେଡିକାଲ୍ ଅଫିସର୍ ଡାକ୍ତର ଶାଶ୍ୱତ ଶତପଥୀ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍ ସୁକିନ୍ଦାର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଜେଆରଡି ଟାଟାଙ୍କ ସ୍ମୃତିରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଯେଉଁଥିରେ ଲୋକ କଲ୍ୟାଣ ଏବଂ ବିକାଶ ଉପରେ ଧ୍ୟାନ ଦିଆଯାଇଥିଲା। ନିଜ କାର୍ଯ୍ୟକ୍ଷେତ୍ରର ଆଖପାଖରେ ବସବାସ କରୁଥିବା ଜନସାଧାରଣଙ୍କୁ ସମର୍ଥନ କରିବା ପାଇଁ ଜେଆରଡି ଟାଟାଙ୍କ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ, ତାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଅନୁସରଣ କରିବା ଜାରି ରଖିଛି।

Related Post