ଆଜିର ଖାସ ଖବର
Sat. Apr 25th, 2026

୩୮ତମ ଏଜିଏମ୍‌ରେ ଇରେଡା ସିଏମ୍‌ଡିଙ୍କ ଦ୍ୱାରା ସବୁଜ ଶକ୍ତି ନେତୃତ୍ୱର ଦୀର୍ଘକାଳୀନ ରୋଡ୍‌ମ୍ୟାପ୍ ଉପରେ ଆଲୋକପାତ

By Admin_Dainkasha Aug10,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ୩୮ତମ ବାର୍ଷିକ ସାଧାରଣ ବୈଠକକୁ ଏହାର କର୍ପୋରେଟ୍ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଓ ସମସ୍ତ ନିର୍ଦେଶକ ବୋର୍ଡ ଓ ଅଂଶଧନକାରୀମାନେ ଯୋଗଦେଇଥିଲେ।
ନିଜ ଅଭିଭାଷଣରେ ଶ୍ରୀ ଦାସ ଏକ ସବୁଜ ଓ ସ୍ୱାବଲମ୍ବୀ ଭାରତ ଗଠନରେ ଇରେଡାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨.୪୯ ଲକ୍ଷ କୋଟି ଟଙ୍କା ମଂଜୁରୀ ଓ ୧.୬୩ ଲକ୍ଷ କୋଟି ଟଙ୍କାର ଆବଂଟନ ସହ ଅକ୍ଷୟ ଶକ୍ତି ପରିବର୍ତନରେ ଇରେଡା ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ଇରେଡାର ଭିତିଭୂମି ଫାଇନାନ୍ସ କମ୍ପାନି ମାନ୍ୟତା ଏବଂ ଧାରା ୫୪ଇସିରେ ବଣ୍ଡ୍ ପାଇଁ ଟିକସ ଛାଡ଼ କମ୍ପାନିକୁ ଦୃଢ଼ ନିବେଶକ ସମ୍ପୃକ୍ତି ଓ ପ୍ରତିଯୋଗିତାପୂର୍ଣ୍ଣ ପାଣ୍ଠି ପାଇଁ ଉପଯୁକ୍ତ ଭାବେ ଉପସ୍ଥାପିତ କରିଛି।
ମାଇଲଖୁଂଟ ଉପରେ ଆଲୋକପାତ କରି ସେ ଜଣାଇଥିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷ ପରଠାରୁ ଆମ ଲୋନ୍ ବୁକ୍ ଚକ୍ରବୃଦ୍ଧି ହାରରେ ୨୯%ବୃଦ୍ଧି ପାଇ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୭୯,୯୪୧ କୋଟି ଟଙ୍କା ହୋଇଛି। ଏହି ତ୍ରୈମାସିକରେ ପରିଚାଳନା ଲାଭରେ ମଧ୍ୟ ବାର୍ଷିକ ୪୯ ପ୍ରତିଶତର ଦୃଢ଼ ବୃଦ୍ଧି ଦେଖିବାକୁ ମିଳିଥିବା ସେ କହିଥିଲେ।
ଆଗାମୀ ଦିନରେ ଇରେଡାର ଗ୍ରିନ୍ ହାଇଡ୍ରୋଜେନ୍‌, ଇ-ଗମନାଗମନ ଓ ଇଥାନଲ୍ କ୍ଷେତ୍ରକୁ ସମ୍ପ୍ରସାରଣ ଉପରେ ସେ ଆଲୋକପାତ କରିଥିଲେ ଏବଂ ସୋଲାର, ପବନ, ହାଇଡ୍ରୋ, ବାୟୋମାସ୍ ଓ କଂଗ୍ରେସନ୍ ଭଳି ପାରମ୍ପରିକ ଅକ୍ଷୟ ଶକ୍ତି କ୍ଷେତ୍ରରେ ନେତୃତ୍ୱକୁ ସୁଦୃଢ଼ କରିବାକୁ କହିଥିଲେ। ଡିଜିଟାଇଜେସ୍ ଏବଂ ଅଟୋମେସନ୍ ଓ ଡାଟା ଆନାଲିଟିକ୍ସରେ ନିବେଶ ସହିତ କର୍ମଚାରୀ ଉତ୍ପାଦକତା ବଢ଼ାଇବା ଓ ବ୍ୟବସାୟ ବାତାବରଣକୁ ସହଜ କରିବା ଉପରେ ସେ ଆଲୋକପାତ କରିଥିଲେ।
ବୈଠକରେ ଶ୍ରୀ ଦାସ ସମସ୍ତ ଅଂଶଧନକାରୀମାନଙ୍କ ପ୍ରଶ୍ନର ଉତର ଦେଇଥିଲେ ତାହା ପାରଦର୍ଶିତା ଓ ବିଶ୍ୱାସ ଦୃଢ଼ କରିଥିଲା।

Related Post