ଆଜିର ଖାସ ଖବର
Sat. Apr 25th, 2026

ଭରମୋରା ଗ୍ରାନିଟୋ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Aug10,2025

ଭୁବନେଶ୍ୱର: ରାଜକୋଟ୍‌ରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଭରମୋରା ଗ୍ରାନିଟୋ ଲିମିଟେଡ୍ (ଭିଜିଏଲ୍‌) ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରିଛି। କମ୍ପାନି ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର୍ ଫର୍ ସେଲ୍‌ରେ ୫,୨୪,୩୫,୨୬୮ ଇକ୍ୱିଟି ସେୟାର ବିକ୍ରି କରାଯିବ। ଅଫର୍ ଫର୍ ସେଲ୍‌ରେ କସ୍ତୁରା ଇନଭେଷ୍ଟମେଂଟ୍‌ସ ଓ ପ୍ରତିଷ୍ଠାତା ଦଳ ତରଫରୁ ପର୍ଷୋତମଭାଇ ଜିବରାଜଭାଇ ପଟେଲ, ରମଶଭାଇ ଜିବରାଜଭାଇ ଓ ବଲ୍ଲଭଭାଇ ଜିବରାଜଭାଇ ଭରମୋରା ଇକ୍ୱିଟି ସେୟାର ବିକ୍ରି କରିବେ।
ଭିଜିଏଲ୍ ଭାରତୀୟ ଟାଇଲ୍ ବଜାରରେ ଅନ୍ୟତମ ଅଗ୍ରଣୀ ସଂସ୍ଥା। ଟେକ୍ନୋପାକ୍ ରିପୋର୍ଟ ଅନୁଯାୟୀ, ଭିଜିଏଲ୍ ହେଉଛି ଭାରତରେ ତୟାର କରାଯାଇଥିବା ଲିଷ୍ଟେଡ୍ ସମସାମୟିକ କମ୍ପାନିଗୁଡ଼ିକ ମଧ୍ୟରେ ବାର୍ଷିକ ଅଭିବୃଦ୍ଧି ହାର ଦୃଷ୍ଟିରେ ଦ୍ରୁତତମ ଅଭିବୃଦ୍ଧି କରୁଥିବା କମ୍ପାନି ଯାହାର ମୁଖ୍ୟ ବିଭାଗ ହେଉଛି ଟାଇଲ।
ଟେକ୍ନୋପାକ୍ ରିପୋର୍ଟ ଅନୁଯାୟୀ, କମ୍ପାନି ୨୦୧୦ରେ ପ୍ରଥମେ ଡିଜିଟାଲି ପ୍ରିଂଟେଡ୍ ୱାଲ୍ ଟାଇଲ୍ସ ଉନ୍ମୋଚନ କରିଥିଲା ଏବଂ ୨୦୦୬ରେ ପ୍ରଥମ ଥର ପାଇଁ ହୋମୋଜେନସ୍‌-ବଡି ସ୍ଲାବ୍‌, ୨୦୧୨ରେ ଡବଲ୍ ଚାର୍ଜ ଟାଇଲ୍ସ, ୨୦୧୭ରେ ହାଇ ଗ୍ଲୋସ୍ ଏବଂ ରକର୍ ଏବଂ ୨୦୨୦ରେ କିଚେନ୍ ସ୍ଲାବ୍ ଆଣିଥିଲା। କମ୍ପାନି ୨୦୨୪ରେ ଏସିଆରେ ପ୍ରଥମେ ସମନ୍ୱିତ ଷ୍ଟୋନ୍ ଟେକ୍ନୋଲୋଜି ବ୍ୟବସାୟିକ ଭାବରେ ଆରମ୍ଭ କରିଥିଲା।
ଭିଜିଏଲ୍‌ର ଉତ୍ପାଦଗୁଡ଼ିକ ଏକ ବିସ୍ତୃତ ପରିସରର ଉଚ୍ଚ-ଗୁଣବତା, ସ୍ଥାୟୀ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଟାଇଲକୁ ନେଇ ଗଠିତ। ଏଠାରେ ମୁଖ୍ୟ ଧ୍ୟାନ ପ୍ରିମିୟମ୍ ଉତ୍ପାଦ ଉପରେ ରହିଛି ଯାହା ୨୦୨୫, ୨୦୨୪ ଏବଂ ୨୦୨୩ ମସିହାରେ ଟାଇଲ୍ସ ବିଭାଗରୁ ପ୍ରାପ୍ତ ବାର୍ଷିକ ଆୟର ଯଥାକ୍ରମେ ୭୮.୭୧%, ୭୫.୩୭% ଏବଂ ୬୯.୩୫% ଥିଲା। ଭିଜିଏଲ୍ ଗୁଜରାଟର ମୋର୍ବି କ୍ଲଷ୍ଟରେ ନଅଟି ଯୋଜନାବଦ୍ଧ ଭାବରେ ସ୍ଥାପିତ ଉତ୍ପାଦନ କେନ୍ଦ୍ର ଚଳାଉଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌, ଗୋଲ୍ଡମ୍ୟାନ୍ ସାକ୍ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏସବିଆଇ କ୍ୟାପିଟାଲ୍ ମାର୍କେଟ୍ ଲିମିଟେଡ୍ ଏବଂ ଟ୍ରାଇଲେଗାଲ୍ ହେଉଛି ଆଇନଗତ ପରାମର୍ଶଦାତା।

Related Post