ଆଜିର ଖାସ ଖବର
Sat. May 30th, 2026

ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ‘ଆକ୍ସିସ ନିଫ୍ଟି ୫୦୦ କ୍ୱାଲିଟି ୫୦ ଇଣ୍ଡେକ୍ସ ଫଣ୍ଡର’ ଶୁଭାରମ୍ଭ

By Admin_Dainkasha Aug21,2025

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ ଏଣ୍ଡେଡ ଇଣ୍ଡେକ୍ସ ଫଣ୍ଡ ‘ଆକ୍ସିସ ନିଫ୍ଟି ୫୦୦ କ୍ୱାଲିଟି ୫୦ ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି। ଏହା ନିଫ୍ଟି ୫୦୦ କ୍ୱାଲିଟି ୫୦ ଟିଆରଆଇକୁ ଟ୍ରାକ କରିବ। ଏହି ଫଣ୍ଡକୁ ଫଣ୍ଡ ମ୍ୟାନେଜର କାର୍ତିକ କୁମାର ଓ ହିତେଶ ଦାସ ପରିଚାଳନା କରିବେ।
ଭାରତର ୫୦ଟି ଉଚ୍ଚ ମାନର କମ୍ପାନିରେ ସହଜ, ସ୍ୱଚ୍ଛତା ଓ ସୁଲଭ ମାଧ୍ୟମରେ ନିବେଶ କରିବା ପାଇଁ ନିବେଶକମାନଙ୍କୁ ସୁବିଧା ଦେବା ଲାଗି ଆକ୍ସିସ ନିଫ୍ଟି ୫୦୦ କ୍ୱାଲିଟି ୫୦ ଇଣ୍ଡେକ୍ସ ଫଣ୍ଡକୁ ପ୍ରସ୍ତୁତ କରାଯାଇଛି। ନିଫ୍ଟି ୫୦୦ରୁ ଅତି ଯତ୍ନର ସହ ଏହି କମ୍ପାନିଗୁଡ଼ିକୁ ଚୟନ କରାଯାଇଛି। ଇକ୍ୱିଟି ଉପରେ ଉଚ୍ଚ ରିଟର୍ଣ୍ଣ, ନିମ୍ନ ଆର୍ôଥକ ଲେଭରେଜ ଓ ସ୍ଥିର ଆୟ ଅଭିବୃଦ୍ଧି ଭଳି ମାନଦଣ୍ଡ ଆଧାରରେ କମ୍ପାନିଗୁଡ଼ିକୁ ଚୟନ କରାଯାଇଛି। ଏକ ଶୃଙ୍ଖଳିତ ଓ ନିୟମ ଆଧାରିତ ପଦ୍ଧତିରେ କମ୍ପାନି ଚୟନ କରାଯାଇଛି, ଯାହା ଫଳରେ ମାନବିକ ତ୍ରୁଟି ଦୂର ହୋଇପାରିଛି।
ଆକ୍ସିସ ଏଏମସିର ଏମଡି ଓ ସିଇଓ ବି ଗୋପକୁମାର କହିଛନ୍ତି ଯେ, “ଗୁଣାତ୍ମକ ମାନ ହେଉଛି ସମୟ ପରିକ୍ଷୀତ ନିବେଶ ବିଷୟ ଯାହା ବଜାରର ଅସ୍ଥିରତା ସମୟରେ କେବଳ ସ୍ଥିରତା ପ୍ରଦାନ କରିବ ନାହିଁ, ବରଂ ଅଭିବୃଦ୍ଧି ବଜାୟରେ ଉଚ୍ଚ ରିଟର୍ଣ୍ଣ ହାସଲ କରିବାର କ୍ଷମତା ମଧ୍ୟ ପ୍ରଦାନ କରିଥାଏ। ଆକ୍ସିସ ନିଫ୍ଟି ୫୦୦ କ୍ୱାଲିଟି ୫୦ ଇଣ୍ଡେକ୍ସ ଫଣ୍ଡ ସହିତ ଆମେ ନିବେଶକମାନଙ୍କୁ ଭାରତର ଦୃଢ଼ କମ୍ପାନିଗୁଡ଼ିକ ଜରିଆରେ ଲାଭ ହାସଲ କରିବା ପାଇଁ ଏକ ଶୃଙ୍ଖଳିତ, ସୁଲଭ ଓ ସ୍ୱଚ୍ଛ ଉପାୟ ପ୍ରଦାନ କରୁଛୁ। ଏହି କମ୍ପାନିଗୁଡ଼ିକ ଦୀର୍ଘକାଳୀନ ଭିତିରେ ଅପେକ୍ଷାକୃତ ସ୍ତିର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛନ୍ତି।”
ଆକ୍ସିସ ଏଏମସିର ସିଆଇଓ ଆଶିଷ ଗୁପ୍ତା କହିଛନ୍ତି ଯେ, “ଗୁଣାତ୍ମକ କମ୍ପାନିଗୁଡ଼ିକ ମୁଖ୍ୟତଃ ଦୃଢ଼ ଆୟ ସମ୍ଭାବନା ସହିତ ଦୃଢ଼ ବାଲାନ୍ସ ସିଟ ଓ ସ୍ଥାୟୀ ପ୍ରତିଯୋଗିତାପୂର୍ଣ୍ଣ ଲାଭର ମିଶ୍ରଣ କରିଥାନ୍ତି। ଏହି ସୂଚୀରେ ସ୍ଥାନ ପାଇଥିବା କମ୍ପାନିଗୁଡ଼ିକୁ ସେମାନଙ୍କ ଇକ୍ୱିଟି ଉପରେ ରିଟର୍ଣ୍ଣ (ଆରଓଇ), ଆର୍ôଥକ ଲେଭରେଜ (ଡେବଟ/ଇକ୍ୱିଟି ଅନୁପାତ) ଏବଂ ଆୟ ଅଭିବୃଦ୍ଧି (ଇପିଏସ) ଆଧାରରେ ଚୟନ କରାଯାଇଛି। ବିଭିନ୍ନ କ୍ଷେତ୍ର ଓ ବଜାର ପୁଞ୍ଜିର ଏହି ବ୍ୟବସାୟଗୁଡ଼ିକରେ ନିବେଶ ଦ୍ୱାରା ଏହି ଫଣ୍ଡ ନିବେଶକମାନଙ୍କୁ ଏକ ପୋର୍ଟଫୋଲିଓ ପ୍ରଦାନ କରିବ ଯାହା ହ୍ରାସର ମୁକାବିଲା କରିପାରିବ ଏବଂ ଅଭିବୃଦ୍ଧି ପର୍ଯ୍ୟାୟରେ ଅର୍ଥପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିପାରିବ। ସ୍ଥିରତା ଓ ଦୀର୍ଘକାଳୀନ ରିଟର୍ଣ୍ଣ ଉପରେ ଧ୍ୟାନ ଦେଇ ଏକ ମୌଳିକ ଇକ୍ୱିଟି ଆବଂଟନ ଗଠନ କରିବାକୁ ଚାହୁଥିବା ନିବେଶକମାନଙ୍କୁ ଏହି ଫଣ୍ଡ ସୁହାଇବ।”
ଏହାର ନୂଆ ଫଣ୍ଡ ଅଫର ସବସ୍କ୍ରିପସନ ପାଇଁ ୨୦୨୫ ଅଗଷ୍ଟ ୨୧ରୁ ସେପ୍ଟମ୍ବେର ୪ ପର୍ଯ୍ୟନ୍ତ ଖୋଲାରହିବ।
ସାଧାରଣତଃ ବଜାର ତୁଳନାରେ ନିଫ୍ଟି ୫୦୦ କ୍ୱାଲିଟି ୫୦ ଇଣ୍ଡେକ୍ସର ପ୍ରଦର୍ଶନ ଉନ୍ନତ ରହିଥାଏ। ଅସ୍ଥିରତା ସମୟରେ ଏହା ଉତମ ସୁରକ୍ଷା ଦେଇଥାଏ। ବିଶ୍ୱ ଆର୍ôଥକ ମାନ୍ଦାବସ୍ଥା ଓ କୋଭିଡ-୧୯ ମହାମାରୀ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସମୟରେ ଏହି ସୂଚୀରେ ଯାହା କିଛି ଅଳ୍ପ ହ୍ରାସ ଘଟିଥିଲା ଏବଂ ଶୀଘ୍ର ସେଥିରେ ସୁଧାର ହୋଇଥିଲା। ୨୦୨୫ ଜୁଲାଇ ସୁଦ୍ଧା ଶେଷ ୧୫ ବର୍ଷରେ ଏହା ୧୫.୬ ପ୍ରତିଶତର ବାର୍ଷିକ ରିଟର୍ଣ୍ଣ ଦେଇଛି ଯାହା ନିଫ୍ଟି ୫୦ ୧୨.୧ ପ୍ରତିଶତ ରିଟର୍ଣ୍ଣଠାରୁ ଅଧିକ। ଏହି ଫଣ୍ଡ ପାଇଁ ଚୟନ କରାଯାଇଥିବା କମ୍ପାନିଗୁଡ଼ିକ ମଧ୍ୟରେ ଲାର୍ଜ କ୍ୟାପ, ସ୍ମଲ କ୍ୟାପ ଓ ମିଡିୟମ କ୍ୟାପର ଉତମ ମିଶ୍ରଣ ରହିଛି।

Related Post