ଆଜିର ଖାସ ଖବର
Tue. May 26th, 2026

ଅର୍ବାନ କମ୍ପାନି ଲିମିଟେଡ୍‌ର ୧୯୦୦ କୋଟି ଟଙ୍କାର ଇନିସିଆଲ ପବ୍ଳିକ୍ ଅଫରିଂ ୨୦୨୫ ସେପ୍ଟେମ୍ବର ୧୦ରେ ଖୋଲିବ

By Admin_Dainkasha Sep5,2025

ଭୁବନେଶ୍ୱର: ଅର୍ବାନ କମ୍ପାନି ଲିମିଟେଡ୍‌ର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍ଟେମ୍ବର ୧୦ରେ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୯, ମଙ୍ଗଳବାରରେ ବିଡ୍ ଦାଖଲ କରିପାରିବେ। ୨୦୨୫ ସେପ୍ଟେମ୍ବର ୧୨ ଶୁକ୍ରବାର ଦିନ ବିଡ୍ ଦାଖଲ ଶେଷ ହେବ।
ଏହି ଅଫରରେ ମୋଟ ୧୯୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରାଯିବ। ସେଥିରୁ ୪୭୨ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ହୋଇଥିବା ବେଳେ ଅଫର୍ ଫର୍ ସେଲ୍‌ରେ ଅଂଶଧନକାରୀମାନେ ୧୪୨୮ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫର୍‌ରେ ଇକ୍ୱିଟି ସେୟାର ପିଛା ଦାମ୍ ୯୮ ଟଙ୍କାରୁ ୧୦୩ ଟଙ୍କା ମଧ୍ୟରେ ରହିଛି। ନିବେଶକମାନେ ସର୍ବନିମ୍ନ ୧୪୫ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୧୪୫ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ। ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୯ ଟଙ୍କାର ରିହାତି ପ୍ରଦାନ କରାଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧୯୦ କୋଟି ଟଙ୍କାକୁ ନୂଆ ପ୍ରଯୁକ୍ତି ବିକାଶ ଓ କ୍ଲାଉଡ୍ ଭିତିଭୂମି ସ୍ଥାପନରେ, ୭୫ କୋଟି ଟଙ୍କାକୁ କାର୍ଯ୍ୟାଳୟର ଲିଜ୍ ପେମେଂଟ୍ ବାବଦରେ, ୯୦ କୋଟି ଟଙ୍କାକୁ ମାର୍କେଟିଂ କାର୍ଯ୍ୟକଳାପରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
ଅଫର୍ ଫର୍ ସେଲ୍‌ରେ ଆସେଲ ଇଣ୍ଡିଆ ୪ (ମରିସସ୍‌) ଲିମିଟେଡ୍ ପକ୍ଷରୁ ୩୯୦ କୋଟି ଟଙ୍କା ପର୍ଯ୍ୟନ୍ତର, ବେସେମର ଇଣ୍ଡିଆ କ୍ୟାପିଟାଲ୍ ହୋଲ୍‌ଡିଂସ୍ ୨ ଲିମିଟେଡ୍ ପକ୍ଷରୁ ୧୭୩ କୋଟି ଟଙ୍କା, ଏଲିଭେସନ୍ କ୍ୟାପିଟାଲ୍ ୫ ଲିମିଟେଡ୍ ପକ୍ଷରୁ ୩୪୬ କୋଟି ଟଙ୍କା ପର୍ଯ୍ୟନ୍ତର, ଇଂଟରନେଟ୍ ଫଣ୍ଡ୍ ଭି ପିଟିଇ ଲିମିଟେଡ୍ ପକ୍ଷରୁ ୩୦୩ କୋଟି ଟଙ୍କାର ଏବଂ ଭିୱାଇସି୧୧ ଲିମିଟେଡ୍ ପକ୍ଷରୁ ୨୧୬ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ।

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେ କେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।

Related Post