ଆଜିର ଖାସ ଖବର
Sat. May 30th, 2026

ବ୍ୟାଙ୍କ ଶିଳ୍ପର ଭବିଷ୍ୟତ ଗଢ଼ିବା ପାଇଁ ଆକ୍ସିସ୍ ବ୍ୟାଙ୍କର ମୁଭ୍‌ସ ୨୦୨୫ରେ ଭାରତର ପ୍ରତିଭାବାନ ଯୁବପିଢ଼ିଙ୍କ ଯୋଗଦାନ

By Admin_Dainkasha Sep16,2025

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରମୁଖ କ୍ୟାମ୍ପସ ସମ୍ପୃକ୍ତ୍‌ି କାର୍ଯ୍ୟକ୍ରମ ମୁଭ୍‌ସ ୨୦୨୫ର ପ୍ରଥମ ସଂସ୍କରଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ହାଇଦ୍ରାବାଦର ଇଣ୍ଡିଆନ୍ ବିଜନେସ୍ ସ୍କୁଲ୍‌ର ଶ୍ରେୟଂଶ କଳହଂସ ଓ ଦିବ୍ୟାନି ବିଜେତା ହୋଇଥିବା ବେଳେ ଆଇଆଇଟି ଖଡ଼ଗପୁରର ଅମରପ୍ରିତ ସିଂହ ଓ ଇଷିତା ମୁଟନେଜା ପ୍ରଥମ ଉପ ବିଜତୋ ଏବଂ ଦିଲ୍ଲୀର ଫାକଲ୍‌ଟି ଅଫ୍ ମ୍ୟାନେଜମେଂଟ୍ ଷ୍ଟଡିଜ୍‌ର ଆରୁଷି ସିଂଘଲ ଓ ସ୍ୱାତୀ ବର୍ମା ଦ୍ୱିତୀୟ ଉପ ବିଜେତା ହୋଇଛନ୍ତି। ବିଜେତାମାନେ ନଗଦ ପୁରସ୍କାର ସହିତ ଆକ୍ସିସ୍ ବ୍ୟାଙ୍କରେ କାର୍ଯ୍ୟ କରିବାର ସୁଯୋଗ ହାସଲ କରିଛନ୍ତି।
ଭାରତର ପ୍ରତିଭାବାନ ଯୁବବର୍ଗଙ୍କୁ ଚିହ୍ନଟ କରି ସେମାନଙ୍କୁ ସମୃଦ୍ଧ କରିବା ଲକ୍ଷ୍ୟ ରଖି ପରିକଳ୍ପନା କରାଯାଇଥିବା ମୁଭ୍‌ସ ୨୦୨୫ରେ ଆଇଆଇଏମ, ଆଇଆଇଟି, ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍‌, ଏକ୍ସଏଲ୍‌ଆର୍‌ଆଇ, ଫାକଲ୍‌ଟି ଅଫ୍ ମ୍ୟାନେଜମେଂଟ୍ ଷ୍ଟଡିଜ୍ ଭଳି ୫୦ଟି ପ୍ରମୁଖ ଏମ୍‌ବିଏ ଓ ଇଞ୍ଜିନିୟରିଂର ୨୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଚଳିତ ବର୍ଷର ବିଷୟବସ୍ତୁ ଥିଲା “ନେକ୍ସଟ୍ ବିଗ୍ ଷ୍ଟ୍ରାଟେଜିକ୍ ବେଟ୍ ଅଫ୍ ଆକ୍ସିସ୍ ବ୍ୟାଙ୍କ’ ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତି, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ସ୍ଥାୟିତ୍ୱ, ଗ୍ରାମୀଣ ବ୍ୟାଙ୍କିଙ୍ଗ ଓ ମାର୍କେଟିଂରେ ଦୃଢ଼ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସମାଧାନ ଉପସ୍ଥାପନ କରିବାକୁ କୁହାଯାଇଥିଲା। ଅନୁଶୀଳନ, କ୍ୟାମ୍ପସ ସ୍ତରୀୟ ପର୍ଯ୍ୟାୟ, ସେମି ଫାଇନାଲ, ମେଂଟରସିପ୍ ଅଧିବେଶନ ଏବଂ ଗ୍ରାଣ୍ଡ ଫିନାଲେ ଜରିଆରେ ବିଜେତା ଚୟନ କରାଯାଇଥିଲା।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମାନବ ସମ୍ବଳ ମୁଖ୍ୟ ରାଜକମଳ ଭେମପତି କହିଛନ୍ତି ଯେ, “ମୁଭ୍‌ସ ୨୦୨୫ ହେଉଛି ଚିନ୍ତାଧାରା, ଶକ୍ତି ଓ ନବସୃଜନର ଏକ ଶକ୍ତିଶାଳୀ ପ୍ରଦର୍ଶନ। ଭାରତର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ସହ ଯୋଡ଼ି ହେବା ପ୍ରେରଣାଦାୟକ ଥିଲା। ସେମାନଙ୍କ ବଳିଷ୍ଠ, ବହୁବିଧଓ ଶୃଙ୍ଖଳାର ଭାବନା ବ୍ୟାଙ୍କର ଆଗାମୀ ଭବିଷ୍ୟତ ଉପରେ ଆମର ବିଶ୍ୱାସକୁ ଦୋହରାଇଛି। ସେହି ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଏବଂ ମିଳିତ ଭାବେ ଅର୍ଥପୂର୍ଣ୍ଣ ପ୍ରଭାବ ଆଗକୁ ବଢ଼ାଇବାକୁ ଆମେ ଉତ୍ସାହିତ।’’
ଉୁଭ୍‌ସ ୨୦୨୫ର ଗ୍ରାଣ୍ଡ୍ ଫିନାଲେରେ ୧୦ଟି ଟିମ୍ ଭାଗ ନେଇଥିଲେ। ସେମାନେ ଆକ୍ସିସ୍ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ମୁନିଷ ଶାରଦା, ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ଟ୍ରେଜେରି ମୁଖ୍ର ନୀରଜ ଗମ୍ଭୀର, ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ଭାରତ ବ୍ୟାଙ୍କିଂ ମୁଖ୍ୟ ବିପିନ ସରାଫ, ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମାନବ ସମ୍ବଳ ମୁଖ୍ୟ ରାଜକମଳ ଭେମପତି, ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ଡିଜିଔାଲ୍ ବିଜନେସ୍ ଟ୍ରାନ୍ସଫର୍ମେସନ ଆଣ୍ଡ ଷ୍ଟ୍ରାଟେଜିକ୍ ପ୍ରୋଗ୍ରାମ୍ ମୁଖ୍ୟ ସମୀର ସେଟ୍ଟି, ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ହୋଲ୍‌ସେଲ୍ ବ୍ୟାଙ୍କିଂ କଭରେଜ୍ ଗ୍ରୁପ୍ ଆଣ୍ଡ୍ ସଷ୍ଟେନେବିଲିଟି ମୁଖ୍ୟ ବିଜୟ ମୁଲବାଗଲ, ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମୁଖ୍ୟ କ୍ରେଡିଟ୍ ଅଧିକାରୀ ପ୍ରଶାନ୍ତ ଯୋଶୀ ଏବଂ ଆକ୍ସିସ୍ ସିକ୍ୟୁରିଟିଜ୍‌ର ଏମ୍‌ଡି ଓ ସିଇଓଙ୍କୁ ନେଇ ଗଠିତ ପ୍ରଣବ ହରିଦସନଙ୍କୁ ନେଇ ଗଠିତ ବିଚାର ମଣ୍ଡଳୀ ସମ୍ମୁଖରେ ସେମାନେ ସିଧାସଳଖ ନିଜ ଚିନ୍ତାଧାରା ଉପସ୍ଥାପନ କରିଥିଲେ।

Related Post