
ରାୟଗଡା,୨୮/୨ରାୟଗଡା ଜିଲ୍ଲା ଗୁମ୍ମା ଘାଟିରେ ଏକ କାଠ ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ଡ୍ରାଇଭର ଓ ହେଲ୍ପର ଗୁରୁତର ହୋଇଥିବା ଜଣାପଡିଛି। ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଲୋକ ଏବଂ କୁମ୍ବିକୋଟା ପୁଲସି ସହାୟତାରେ ରାୟଗଡ଼ା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନାରୁ ଜଣାପଡିଚଇ ଆଜି ସକାଳୁ କୋରାପୁଟ ଜିଲ୍ଲା ବୋରିଗୁମା ଠାରୁ କାଠ ବୋଝେଇ ଟ୍ରକ ଜେକେପୁର ଅଭିମୁଖେ ଯାଉଥିବା ବେଳେ ବ୍ରେକ ଫେଲ ହୋଇ ଭାରସାମ୍ୟ ହରାଇ ଘାଟିରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା।ଦୁର୍ଘଟଣାରେ ଡ୍ରାଇଭର ଶିବ ହରିଜନ ଏବଂ ହେଲ୍ପର ନବୀନ ଭୂମିଆଙ୍କ ଅବସ୍ଥା ଗୁରୁତ୍ୱର ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମା ଅଞ୍ଚଳରେ ବୋଲି ଜଣାପଡିଛି। ଘଟଣାସ୍ଥଳରେ କୁମ୍ବିକୋଟା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

