
ରାୟଗଡା,୦୧।୩(ଆନିସ):ବିଶିଷ୍ଟ ସମାଜସେବୀ ତଥା ଫାର୍ମାସି ଅଧିକାରୀ ଶିବ ପ୍ରସାଦ ନାୟକଙ୍କୁ ସମ୍ମାନସୂଚକ ଡକ୍ଟରେଟ ମଳିଥିବା ଜଣାପଡିଛି । ଫାର୍ମାସି କ୍ଷେତ୍ର ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନିୟ କୃତି ଯୋଗୁଁ ଶ୍ରି ନାୟକଙ୍କ ନୂଆ ଦିଲ୍ଲୀ ସ୍ଥିତ ଗ୍ଲୋବାଲ ଆଚିଭର୍ସ କାଉନସିଲ ଏବଂ ସାଉଥୱେଷ୍ଟର୍ଣ ଆମେରିକାନ ୟୁନିଭରସିଟି ତରଫରୁ ତାଙ୍କୁ ଏହି ଡକ୍ଟରେଟ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟଯେ ଶ୍ରୀ ନାୟକ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ୩୬ ବର୍ଷ ହେଲା କାର୍ଯ୍ୟ କରୁଥିବା ବେଳେ କୋଭିଡ ସମୟରେ ଉଲ୍ଲେଖନିୟ କାର୍ଯ୍ୟ କରିଥିଲେ । ଦିଲ୍ଲୀ ସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ଲୋବାଲ ଆଚିଭର୍ସ କାଉନସିଲର ଅଧ୍ୟକ୍ଷ ଆର.ସେଲଭାମ,ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜିବୀ ଡ ଜି.ଶିବବାଲାମୁରୁଗାନ,ଦିଲ୍ଲୀର ବରିଷ୍ଠ ବିଜେପି ନେତା ତଥା ଗ୍ଲୋବାଲ ଭାରତର ବ୍ରାଣ୍ଡ ଆମ୍ବାସଡାର ବିଜୟ ଜୋଲୀ,ଅଖିଳ ଭାରତ ହିନ୍ଦୁ ମହାସଭାର ଜାତୀୟ ସଭାପତି ମୁନ୍ନା କୁମାର ଶର୍ମା,ଅଜୟ ଭାଉ କାନକାଦଲୱାର,ବିଜେପିର ଜାତୀୟ ସଂଯୋଜକ ଆଶିଷଜୀ ଶ୍ରୀନିବାସ,ଡ ଜୟପ୍ରକାଶ ଶର୍ମା ଓ ସେଲିବ୍ରିଟି ଆଷ୍ଟ୍ରୋଲୋଜର ବୈଶାଳୀ ତୋମାର ଓ ଡ ଅଭିଷେକ ବଚ୍ଚନ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ନାୟକଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିଥିଲେ । ଶ୍ରୀ ନାୟକ ବର୍ତମାନ ଭୁବନେଶ୍ବର କେପିଟାଲ ହସପିଟାଲ ସ୍ଥିତ ପିଜିଏମଆଇଆର ରେ କାର୍ଯ୍ୟରତ ଅଛନ୍ତି । ଶ୍ରୀ ନାୟକଙ୍କୁ ସମ୍ମାନସୂଚକ ଡକ୍ଟରେଟ ମିଳିଲା ପରେ ତାଙ୍କୁ ରାୟଗଡା ବିଧାୟକ ଆପଲସ୍ବାମି କାଡ୍ରାକା,ରାୟଗଡା ବିଜେପି ସଂପାଦକ ଦେବାଶିଷ ପଣ୍ଡା,ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ସାହୁ,ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା,ପ୍ରଦୀପ ଠକ୍କର, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଛା ଜଣାଇଛନ୍ତି ।

