ଆଜିର ଖାସ ଖବର
Wed. May 27th, 2026

ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ପଲିସିଧାରକଙ୍କ ପାଇଁ ସର୍ବାଧିକ ୨,୧୭୩ କୋଟି ଟଙ୍କାର ବୋନସ ଘୋଷଣା

By Admin_Dainkasha May21,2026 #TATA AIA

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ôଥକ ବର୍ଷରେ ଏହାର ପଲିସିଧାରକମାନଙ୍କ ପାଇଁ ସର୍ବକାଳୀନ ସର୍ବାଧିକ ୨,୧୭୩ କୋଟି ଟଙ୍କାର ବୋନସ ଘୋଷଣା କରିଛି। ଏହାଦ୍ୱାରା ୮.୭୪ ଲକ୍ଷ ପଲିସି ଉପକୃତ ହେବେ। ଏହା ଗତବର୍ଷର ୧,୮୪୨ କୋଟି ଟଙ୍କାର ବୋନସଠାରୁ ୧୮ ପ୍ରତିଶତ ଅଧିକ। କମ୍ପାନି ଇତିହାସରେ ଏହା ହେଉଛି ସର୍ବାଧିକ।
ସମସ୍ତ ଯୋଗ୍ୟ ଅଂଶଗ୍ରହଣକାରୀ ବୀମା ଯୋଜନା ପାଇଁ ଏହି ବୋନସ ଘୋଷଣା କରାଯାଇଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଜୀବନକାଳୀନ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବା ସହ ନିଜ ପ୍ରିୟଜନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଟାଟା ଏଆଇଏର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ସ୍ମାର୍ଟ ଭାଲ୍ୟୁ ଇନକମ ପ୍ଲାନ, ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ଶୁଭ ଫ୍ଲେକ୍ସି ଇନକମ ପ୍ଲାନ, ଟାଟା ଏଆଇଏ ଶୁଭ ମହା ଲାଇଫ, ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ଡାଇମଣ୍ଡ ସେଭିଂସ ପ୍ଲାନ ଓ ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ଭାଲ୍ୟୁ ଇନକମ ପ୍ଲାନ ପାଇଁ ବୋନସ ଘୋଷଣା ହୋଇଛି।
ଅଂଶଗ୍ରହଣକାରୀ ବା ପାର୍ଟିସିପେଟିଂ ବୀମା ଯୋଜନାଗୁଡ଼ିକ ‘ପାର’ ଭାବେ ପରିଚିତ ଯେଉଁଥିରେ ଲାଭର ଅଂଶକୁ ବୋନସ ଆକାରରେ ପଲିସିଧରକଙ୍କ ମଧ୍ୟରେ ବଂଟାଯାଇଥାଏ। ଯଦିଓ ଏଭଳି ବୋନସର ଗ୍ୟାରେଂଟି ନାହିଁ, କିନ୍ତୁ ପ୍ରାୟ ପ୍ରତିବର୍ଷ ତାହା ଘୋଷଣା କରାଯାଏ। ଏହି ପଲିସି ଦ୍ୱାରା ପଲିସିଧାରକଙ୍କୁ ଦୀର୍ଘକାଳୀନ ଆର୍ôଥକ ପ୍ରତିବଦ୍ଧ ପାଇଁ ରିୱାର୍ଡ ମିଳିଥାଏ।
ଏହି ବୋନସ ଘୋଷଣା ଟାଟା ଏଆଇଏର ଆର୍ôଥକ ଦୃଢ଼ତା ଓ ଶୃଙ୍ଖଳିତ ପାଣ୍ଠି ପରିଚାଳନାର ସିଧାସଳଖ ପ୍ରମାଣ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ପରିଚାଳନା ଅଧୀନ ସଂପତି (ଏୟୁଏମ) ପରିମାଣ ୧୮ ପ୍ରତିଶତ ବୃଦ୍ଧି ପାଇ ୧,୪୫,୬୧୭ କୋଟି ଟଙ୍କା ହୋଇଛି।
ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସର ନିଯୁକ୍ତ ଆକଚୁଆରି କ୍ଷିତୀଜ ଶର୍ମା କହିଛନ୍ତି ଯେ,“ଆମେ ଆପ ପାଟିସିପେଟିଂ ପଲିସିଶରକମାନଙ୍କ ପାଇଁ ରେକର୍ଡ ବୋନସ ପ୍ରଦାନର ଆଉ ଏକ ମାଇଲଖୁଂଟ ବର୍ଷ ବିଷୟରେ ଘୋଷଣା କରି ଗର୍ବିତ। ଏହି ରେକର୍ଡ ବୋନସ ଘୋଷଣା ଟାଟା ଏଆଇର ଶୃଙ୍ଖଳିତ ନିବେଶ ରଣନୀତି, ଦୃଢ଼ ପାଣ୍ଠି ପରିଚାଳନା ଓ ଆମ ପଲିସିଧାରକମାନଙ୍କୁ ଦୀର୍ଘକାଳୀନ ମୂଲ୍ୟ ପ୍ରଦାନ କରିବାର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି। ପଲିସିଧାରକମାନଙ୍କ ଦୀର୍ଘକାଳୀନ ଆର୍ôଥକ ଅଭିଳାଷ ଅନୁସାରେ ସୁରକ୍ଷା, ସ୍ଥିରତା ଓ ନିରନ୍ତର ସଂପତି ସୃଷ୍ଟି କରୁଥିବା ସମାଧାନ ଜରିଆରେ ସେମାନଙ୍କ ଆର୍ôଥକ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରି ସେମାନେ ଆମ ଉପରେ ଯେଉଁ ଭରସା ପ୍ରକଟ କରିଛନ୍ତି ତାହାକୁ ଆମେ ସମ୍ମାନ ଜଣାଇବା ଉପରେ ଗୁରୁତ୍ୱ ଦେଉଛୁ।”
ସାଂପ୍ରତିକ ବଜାର ସ୍ଥିତିରେ ସ୍ଥିରତା, ଦୀର୍ଘକାଳୀନ ସଂପତି ସୃଷ୍ଟି ଓ ଜୀବନ ବୀମା ସୁରକ୍ଷାର ମିଶ୍ରଣ ଚାହୁଥିବା ନିବେଶକମାନଙ୍କ ପାଇଁ ପାର ଯୋଜନା ହେଉଛି ଉପଯୁକ୍ତ ବିକଳ୍ପ। ଗ୍ରାହକମାନଙ୍କୁ ଦୀର୍ଘକାଳୀନ ପାଣ୍ଠି ଗଠନ କରିବା ଓ ଜୀବନ ବୀମା ସୁରକ୍ଷା ସୁବିଧା ପ୍ରଦାନ କରି ଟାଟା ଏଆଇ ପକ୍ଷରୁ ଉଦ୍ଦେଶ୍ୟ ଆଧାରରେ ପାର୍ଟିସିପେଟିଂ ଯୋଜନା ପ୍ରସ୍ତୁତ କରାଯାଉଛି। ଟାଟା ଏଆଇଏର ପାର୍ଟିସିପେଟିଂ ପ୍ଲାନର ଲାଭଗୁଡ଼ିକ ହେଉଛି କମ ଅସ୍ଥିରତା, ଦୀର୍ଘକାଳୀନ ସଂପତି ସୃଷ୍ଟି, ବୀମା ସୁରକ୍ଷା ଓ ଲକ୍ଷ୍ୟ ଆଧାରିତ ଯୋଜନା।

Related Post