ଆଜିର ଖାସ ଖବର
Sat. Sep 12th, 2026

ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମିର ଲୋକାର୍ପଣ

By Admin_Dainkasha Jun24,2026

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମି ଲୋକାର୍ପଣ କରାଯାଇଛି ଯାହା ଭାରତର ଏହି ଅନନ୍ୟ ସାଂସ୍କୃତିକ ଅନୁଷ୍ଠାନକୁ ଏକ ନୂଆ ଆକାର ଓ ନୂତନ ଉଦ୍ଦେଶ୍ୟ ପ୍ରଦାନ କରିଛି। ଏଥି ସହିତ ଇଣ୍ଡିଆନ ନ୍ୟାସନାଲ ଥିଏଟର (ଆଇଏନଟି)ର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସ୍ୱାଧୀନତା ପୂର୍ବରୁ ରହିଆସିଥିବା ଏହି ଅନୁଷ୍ଠାନ ଅନେକ କଳାକାର ଓ ଦର୍ଶକଙ୍କୁ ଗଢ଼ିଛି।
ଏହାକୁ ଏକାଡେମିର ଅଧ୍ୟକ୍ଷତା ରାଜଶ୍ରୀ ବିର୍ଲା ଉଦଘାଟନ କରିଥିବା ବେଳେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ନୀରଜା ବିର୍ଲା, ଅନନ୍ୟା ବିର୍ଲା ଓ ଆର୍ଯ୍ୟମାନ ବିକ୍ରମ ବିର୍ଲା ଉପସ୍ଥିତ ଥିଲେ।
ଆଦିତ୍ୟ ବିର୍ଲା ଗ୍ରୁପ୍ ଅଗ୍ରଣୀ ଅନୁଷ୍ଠାନ ଗଢ଼ିବାର ଏକ ବୃହତ ପରମ୍ପରା ବଜାୟ ରଖିଛି ଯାହା ପରବର୍ତୀ ସମୟରେ ବିକାଶମୂଳକ ସମ୍ପତିରେ ପରିଣତ ହୋଇଛି। ସ୍କୁଲ, ବିଶ୍ୱବିଦ୍ୟାଳୟ, ହସ୍ପିଟାଲ, ଗବେଷଣା କେନ୍ଦ୍ର, ସାଂସ୍କୃତିକ ଅନୁଷ୍ଠାନ ଆଦିରେ ଗ୍ରୁପ ନିବେଶ କରିଛି। ଆଇଏନଟି ହେଉଛି ସେଭଳି ଏକ ଅନୁଷ୍ଠାନ ଯାହା ଏକ ପରଫର୍ମିଂ ଆର୍ଟସ୍ ଅନୁଷ୍ଠାନଠାରୁ ଅଧିକ। ଥିଏଟର, ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଏହା ପ୍ରତିଭାମାନଙ୍କୁ ସମୃଦ୍ଧ କରୁଛି।
ଏହି ଅବସରରେ ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଛନ୍ତି ଯେ, “ଭାରତର ଅସାଧାରଣ କଳାକାର ଐତିହ୍ୟ ଓ ଏହି ପରମ୍ପରାକୁ ପିଢ଼ି ପିଢ଼ି ଧରି ଜାରି ରଖିଥିବା ଅସଂଖ୍ୟ ବ୍ୟକ୍ତି ପ୍ରତି ଆଇଏନଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମି ହେଉଛି ଏକ ସମ୍ମାନ। ଏହା ଶ୍ରୀ ଆଦିତ୍ୟ ବିକ୍ରମ ବିର୍ଲାଙ୍କ ସୃଜନଶୀଳତା, ଭାବନା ଓ ସଂସ୍କୃତି ଉପରେ ଦଣ୍ଡାୟମାନ ଏକ ସମାଜର ତିନିଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ରହିଥିବା ଭାବନାର ପ୍ରତୀକ। ଆମେ ଏଭଳି ଏକ ଅନୁଷ୍ଠାନ ଗଢ଼ିବାକୁ ଲକ୍ଷ୍ୟ ରଖିଛୁ ଯାହା ଆମର ଶାସ୍ତ୍ରୀୟ ମୁଳଦୁଆକୁ ସମ୍ମାନ ଜଣାଇବ, ସମସାମୟିକ ଭାବକୁ ଗ୍ରହଣ କରିବ ଏବଂ ଉଦୀୟମାନ ପ୍ରତିଭାଙ୍କ ପାଇଁ ପଥ ଉନ୍ମୁକ୍ତ କରିବ। ସର୍ବୋପରି ଆମେ ଆଶା କରୁଛୁ ଯେ ଏହା ଏକ ଜାତୀୟ ମଂଚରେ ପରିଣତ ହେବ ଯେଉଁଠାରେ ଭାରତର ବିବିଧ ସାଂସ୍କୃତିକ ସ୍ୱରକୁ ଉପସ୍ଥାପନ କରାଯିବ, ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ଏବଂ ପରଫର୍ମିଂ ଆର୍ଟସ୍ ଭବିଷ୍ୟତକୁ ଆକାର ପ୍ରଦାନ କରିବ।”
ଏକାଡେମିର ପରାମର୍ଶଦାତା ପରିଷଦରେ ଉସ୍ତାଦ ଅମଜଦ ଅଲ୍ଲୀ ଖାନ, ଡକ୍ଟର ଏନ ରାଜମ, ଶଙ୍କର ମହାଦେବନ, ଉଲ୍ଲାସ କସଲାକର, ଅର୍ଜୁନ ସାଇରାମ, ଲାଲଗୁଡ଼ି ଜିଏଲଆର କ୍ରିଷ୍ଣନ, ଲାଉଜି ବ୍ୟାଙ୍କସ, ବେଲା ସେଗଲ, ୟୁ ରାଜେଶ, ସିଦ୍ଧାର୍ଥ ରାୟ କପୁର, ରଜିତ କପୁର, ଟେରେନ୍ସ ଲୁଇସ ଓ କ୍ଲିଂଟ ଭାଲାଡାରେସ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ରହିଛନ୍ତି। ସେମାନେ ମଧ୍ୟ ଏହି ଉନ୍ମୋଚନ ସମାରୋହରେ ଯୋଗଦେଇଥିଲେ।
ସନ୍ଧ୍ୟାରେ ବିଶିଷ୍ଟ କାହାଣୀକାର ଓ କବି ଜାଭେଦ ଅଖତର ଏକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇରସ ସାହୁକାରଙ୍କ ସହ ଆଲୋଚନା କରିଥିଲେ। ଭୋକାଲିଷ୍ଟ କୌସିକ ଚକ୍ରବର୍ତୀ ସଙ୍ଗୀତ ପରିବେଷଣ କରିଥିଲେ।
ଅ୍ଧବଶନଟି ୧୯୪୦ ବେଳକୁ ଆରମ୍ଭ ହୋଇଥିଲା। କମଳାଦେବୀ ଚଟୋପାଧ୍ୟାୟଙ୍କ ମାର୍ଗଦର୍ଶନରେ ଆଗକୁ ବଢ଼ିଥିବା ଏହି ସଂସ୍ଥା ଦେଶର ଅନେକ ବିଶିଷ୍ଟ କଳାକାର ପି ଏଲ ଦେଶପାଣ୍ଡେ, ଡକ୍ଟର ଶ୍ରୀରାମ ଲାଗୁ, ଅମରିଶ ପୁରୀ, ସଦାଶିବ ଅମ୍ରପୁରକାର, ସ୍ମିତା ପାଟିଲ, ସଂଜୀବ କୁମାର, ଡିନା ପାଠକ, ଭକ୍ତି ଭାର୍ବେ, ରୋହିଣୀ ହତଙ୍ଗାଡି, ଅଶୋକ ସରାଫ, ପରେଶ ରାୱଲ ଓ ସ୍ୱରୂପ ସମ୍ପତଙ୍କୁ ସୃଷ୍ଟି କରିଥିଲା।
ଏକ ଆର୍କାଇଭାଲ କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ଯୋଜନା ରହିଛି ଯାହା ବିରଳ ସଙ୍ଗୀତ ରେକର୍ଡିଂ, ପ୍ରଦର୍ଶନ, ସିନେମା କାର୍ଯ୍ୟଗୁଡ଼ିକୁ ସଂରକ୍ଷିତ ରଖିବ।

Related Post