ଭୁବନେଶ୍ୱର: ଭାରତର ସର୍ବବୃହତ ଫିଟନେସ ସେବା ପ୍ରଦାନକାରୀ କଲ୍ଟ.ଫିଟ ଲିମିଟେଡ ପକ୍ଷରୁ ଏକ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ଏହି ଅଫରରେ କମ୍ପାନି ୯୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୧୭,୮୬,୦୯,୨୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ଏହି ଇସ୍ୟୁରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ନୂଆ କଲ୍ଟ ଇଲାଇଟ ଓ କଲ୍ଟ ନିଓ କେନ୍ଦ୍ର ସ୍ଥାପନ କରିବାରେ ପୁଞ୍ଜି ବ୍ୟୟ, କଲଟସ୍ପୋର୍ଟ ପ୍ରାଇଭେଟ ଲିମିଟେଡ ନାମକ ସହାୟକ କମ୍ପାନିରେ ନୂଆ ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟ ସ୍ଥାପନରେ ନିବେଶ କରିବା, କମ୍ପାନି ଦ୍ୱାରା ପରିଚାଳିତ କେନ୍ଦ୍ରଗୁଡ଼ିକର ଲିଜ, ଭନା ଓ ଲାଇସେନ୍ସ ଚୁକ୍ତି ବାବଦ ପେମେଂଟ କରିବା, ବ୍ରାଣ୍ଡ ମାର୍କେଟିଂ, ବିଜ୍ଞାପନ ଓ ବ୍ୟବସାୟ ପ୍ରଚାରରେ ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ଯୋଜନା ରଖିଛି।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସାରା ଦେଶର ୭୭ଟି ସହରରେ କମ୍ପାନିର ୭୦୮ଟି ଫିଟନେସ କେନ୍ଦ୍ର ରହିଛି ବୋଲି ରେଡସିୟର ରିପୋର୍ଟରୁ ଜଣାପଡ଼ିଛି। କମ୍ପ।।ନିର ୯,୮୭,୦୨୦ ପେଡ ସଦସ୍ୟ ରହିଛି ଏବଂ ଏହା ୪.୨୩ ନିୟୁତ ଫିଟନେସ ଉତ୍ପାଦ ବିକ୍ରି କରିଛି। କମ୍ପାନିର ରାଜସ୍ୱ ପ୍ରତି ଫିଟନେସ ସେବାର ଅବଦାନ ୭୦ ପ୍ରତିଶତ ଓ ଅବଶିଷ୍ଟ ୩୦ ପ୍ରତିଶତ ଫିଟନେସ ଉତ୍ପାଦରୁ ଆସୁଛି।
କମ୍ପାନିର ରାଜସ୍ୱ ପରିମାଣ ଯାହା ୨୦୨୩-୨୪ରେ ୯,୨୬୬.୬୨ ନିୟୁତ ଟଙ୍କାଥିଲା ତାହା ୨୦୨୫-୨୬ରେ ୭୨୦୬.୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜସ୍ୱାର ଏହି ସମୟରେ ୩୬.୨୬ ପ୍ରତିଶତ ବୃଦ୍ଧି ହୋଇଛି। ଏବିଟଡା ମାର୍ଜିନ ୮.୪୧ ପ୍ରତିଶତରେ ପହଂଚିଛି।
ସହରାଚଂଳରେ ଲୋକଙ୍କ ଖର୍ଚ୍ଚ ଯୋଗ୍ୟ ଆୟରେ ବୃଦ୍ଧି, ସ୍ୱାସ୍ଥ୍ୟ ସଚେତନତାରେ ବୃଦ୍ଧି ଓ ସୁଲଭ ଫିଟନେସ ପ୍ଲାଟଫର୍ମ ଉପଲବ୍ଧ ହେଉଥିବାରୁ ଭାରତର ଫିଟନେସ ବଜାର ୨୦୩୦ ସୁଦ୍ଧା ୪୮୭-୫୩୧ ବିଲିୟନ ଟଙ୍କାରେ ପହଂଚିବା ଆକଳନ କରାଯାଇଛି ଯାହା ବାର୍ଷିକ ୧୪-୧୬ ପ୍ରତିଶତ ହାରରେ ଆଗକୁ ବଢ଼ିବ। ରେଡସିୟର ରିପୋର୍ଟ ଅନୁସାବରେ ଏକ ସୁସ୍ଥକର ଜୀବନ ପାଇଁ ଫିଟ ରହିବ ଓ ଚଳଚଂଚଳ ଜୀବନଶୈଳୀ ଗୁରୁତ୍ୱପୂର୍ଣ୍ଣ। ତାହାକୁ ସକ୍ଷମ କରିବା ପାଇଁ ଗୁଣାତ୍ମକ ଫିଟନେଟ କେନ୍ଦ୍ରରର ଆବଶ୍ୟକତା ରହିଛି ଯେଉଁଠାରେ ଲୋକମାନେ ବ୍ୟାୟାମ କରିବା ସହିତ ଗୁଣାତ୍ମକ ଓ ସୁଲଭ ଫିଟନେସ ଉତ୍ପାଦ ପାଇପାରିବେ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରିବା ଯୋଜନା ରହିଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ, ଗୋଲମ୍ୟାନ ସଚସ (ଇଣ୍ଡିଆ) ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ମର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ ଲିମିଟେଡ।
କଲ୍ଟ.ଫିଟ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

