ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ (ଆଇଆଇଏସ୍) ସହଯୋଗରେ ଆକ୍ସିସ ବ୍ୟାଙ୍କ ଜୁଡୋ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଭାରତର ପ୍ରତିଭାବାନ କ୍ରୀଡ଼ାବିତମାନଙ୍କୁ ଅନ୍ତର୍ଜାତୀୟ ସଫଳତା ପାଇଁ ପ୍ରସ୍ତୁତ କରାଯାଉଛି। ତୃଣମୂଳ ଓ ଉଚ୍ଚ ପ୍ରଦର୍ଶନ ସ୍ତରରେ ୫୦୦ରୁ ଅଧିକ କ୍ରୀଡ଼ାବିତଙ୍କୁ ଏହି କାର୍ଯ୍ୟକ୍ରମରେ ସମର୍ଥନ ପ୍ରଦାନ କରାଯାଇଛି ଯେଉଁଥିରୁ ଚାରି ଜଣ ମହିଳା ଜୁଡୋ ଖେଳାଳି ଗ୍ଲାସଗୋର ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେମାନେ ହେଉଛନ୍ତି ମଧ୍ୟପ୍ରଦେଶର ଯାମିନି ମୌର୍ଯ୍ୟ (୫୭ କେଜି ବର୍ଗ), ଉତ୍ତରାଖଣ୍ଡର ଉନ୍ନତି ଶର୍ମା (୬୩ କେଜି ବର୍ଗ), ପଞ୍ଜାବର ଇସରୁପ ନାରଙ୍ଗ (୭୮ କେଜି ବର୍ଗ) ଓ ମଣିପୁରର ତାଖେଲାମ୍ବମ ଇନୁଙ୍ଗନବି (୭୦ କେଜି ବର୍ଗ)।
ଏହି ସଫଳତା ଆକ୍ସିସ୍ ବ୍ୟାଙ୍କ ଜୁଡୋ ବିକାଶ କାର୍ଯ୍ୟକ୍ରମର ପ୍ରଭାବକୁ ଦର୍ଶାଉଛି। କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ହାସଲ କରିଥିବା ଲିନ୍ଥୋଇ ଚନାଳମ୍ବମ ଭାରତର ପ୍ରଥମ ବିଶ୍ୱ କନିଷ୍ଠ ଚାମ୍ପିଅନସିପ୍ରେ ମେଡାଲ୍ ହାସଲ କରି ଗୌରବ ଆଣିଛନ୍ତି। ସେ ୨୦୨୫ରେ ପେରୁରେ ଅନୁଷ୍ଠିତ ବିଶ୍ୱ ଜୁନିଅର ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ମଣିପୁରରେ ତୃଣମୂଳ ସ୍ତର କାର୍ଯ୍ୟକ୍ରମ ଓ ଆଇଏସ୍ଏସ୍ ହାଇ ପରଫର୍ମାନ୍ସ ସେଂଟର ଜରିଆରେ ଏହି କାର୍ଯ୍ୟକ୍ରମ ୪୭୧ ଯୁବ ଜୁଡୋ ପ୍ରତିଭା ଓ ୫୩ ଜଣ ଇଲାଇଟ୍ ମହିଳା ପ୍ରତିଭାଙ୍କୁ ସମର୍ଥନ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସହାୟତା ପାଇଥିବା କ୍ରୀଡ଼ାବିତମାନେ ବିଭିନ୍ନ ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୪୦ରୁ ଅଧିକ ମେଡାଲ ଜିତିଛନ୍ତି। ସେମାନଙ୍କ ମଧ୍ୟରୁ କିଛି କ୍ରୀଡ଼ାବିତ ଜାପାନ, ଜର୍ଜିଆ ଓ ଉଜବେକିସ୍ତାନରେ ଅନୁଷ୍ଠିତ ୧୧ଟି ଅନ୍ତର୍ଜାତୀୟ ତାଲିମ ଶିବିରରେ ଯୋଗଦେଇଥିଲେ।
ମଣିପୁରରେ ମଣିପୁର ଜୁଡୋ ସଂଘ ଓ ଅଲିମ୍ବିଆନ ସୁଶିଲା ଦେବୀଙ୍କ ସହଯୋଗରେ ପ୍ରତିଭାବାନ ଜୁଡୋ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କ୍ରୀଡ଼ା ବିଜ୍ଞାନ ସହିତ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ, ପୋଷଣ, ଦୃଢ଼ତା ଓ କଣ୍ଡିସନିଂ, ମାନସିକ ସ୍ୱାସ୍ଥ୍ୟ ସହାୟତା, ଶିକ୍ଷା ସହଯୋଗ ଓ ପ୍ରତିଯୋଗିତାରେ ଭାଗ ନେବା ଭଳି ସୁଯୋଗ ପ୍ରଦାନ କରାଯାଉଛି।
ଆକ୍ସିସ୍ ବ୍ୟାଙ୍କର ହୋଲ୍ସେଲ୍ ବ୍ୟାଙ୍କ କଭରେଜ୍, କର୍ପୋରେଟ୍ ସାଲାରି, ସଷ୍ଟେନେବିଲିଟି ଓ ସିଏସ୍ଆର୍ ହେଡ୍ ବିଜୟ ମୁଲବାଗଲ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମର ବିଶ୍ୱାସ ରହିଛି ଯେ, ଲୋକଙ୍କୁ ସଶକ୍ତ କରୁଥିବା ଓ ସୁଯୋଗ ପ୍ରଦାନ କରୁଥିବା ଦୀର୍ଘକାଳୀନ ସହଯୋଗିତା ଜରିଆରେ ଅର୍ଥପୂର୍ଣ୍ଣ ଓ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି ହୋଇଥାଏ। ବିଶ୍ୱସ୍ତରୀୟ ପ୍ରଶିକ୍ଷଣ, ବୈଜ୍ଞାନିକ ଆଧାରିତ ତାଲିମ ଓ ଉଚ୍ଚ ସ୍ତରରେ ପ୍ରଦର୍ଶନ କରିବା ପାଇଁ ଖେଳାଳିମାନେ ଆବଶ୍ୟକ କରୁଥିବା ସହାୟତା ଜରିଆରେ ପ୍ରତିଭାବାନ ଖେଳାଳିଙ୍କୁ ସହାୟତା କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ ସହ ସହଯୋଗିତା ଦର୍ଶାଉଛି। ଆମର ଚାରି ଜଣ ରାଜ୍ୟଗୋଷ୍ଠୀ ଯୋଗ୍ୟତା ହାସଲକାରୀଙ୍କ ସମେତ ଏହି କ୍ରୀଡ଼ାବିତଙ୍କ ସଫଳତା ପ୍ରତିଭା ବିକାଶ ଉପରେ ନିରନ୍ତର ନିବେଶର ମୂଲ୍ୟ ଉପରେ ଆଲୋକପାତ କରୁଛି ଏବଂ ଏହା ଦର୍ଶାଉଛି ଯେ ବିଶେଷତା, ଭିତ୍ତିଭୂମି ଓ ସମର୍ଥନର ସଠିକ୍ ବ୍ୟବସ୍ଥା ଦ୍ୱାରା ଯେତେବେଳେ ପ୍ରତିଭାବାନମାନଙ୍କୁ ସମର୍ଥନ କରାଯାଏ ସେତେବେଳେ କ୍ରୀଡ଼ାରେ ଉତ୍କର୍ଷତା ହାସଲ ହୋଇପାରେ।”
ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟର ସଭାପତି ମନିଷା ମଲହୋତ୍ରା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ଜୁଡୋ ବିକାଶ କାର୍ଯ୍ୟକ୍ରମକୁ ଏଭଳି ଏକ ପଥ ଭାବେ ପରିକଳ୍ପନା କରାଯାଇଛି ଯାହା କ୍ରୀଡ଼ାବିତଙ୍କୁ ସେମାନଙ୍କ ବିକାଶର ପ୍ରତିଟି ଯାତ୍ରାରେ ସମର୍ଥନ କରିବ। କିଛି ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଏକ ବ୍ୟାପକ ବ୍ୟବସ୍ଥାରେ ରୂପାନ୍ତରିତ ହୋଇଛି ଯେଉଁଥିରେ ତୃଣମୂଳ ସମ୍ପୃକ୍ତି, ଉଚ୍ଚ ପ୍ରଦର୍ଶନକାରୀ ତାଲିମ, ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଓ କ୍ରୀଡ଼ା ବିଜ୍ଞାନ ସହାୟତାର ମିଶ୍ରଣ ରହିଛି। ଯୁବ ପିଢ଼ୀଙ୍କୁ ସଶକ୍ତ କରି, ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବ ଏବଂ ଏକ ନିରନ୍ତର କ୍ରୀଡ଼ା ବ୍ୟବସ୍ଥା ଗଠନ କରି କ୍ରୀଡ଼ା ଉତ୍କର୍ଷ ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ। ଆମେ ସଂପ୍ରତି ଯେଉଁ ସଫଳତା ଦେଖୁଛୁ ତାହା କ୍ରୀଡ଼ାବିତ, ପ୍ରଶିକ୍ଷକ ଓ ସହାୟକ ଦଳର ସମର୍ପଣର ପ୍ରମାଣ ଏବଂ ନିରନ୍ତର ନିବେଶ ଓ ସଠିକ୍ ପରିବେଶ ଭାରତୀୟ ଜୁଡୋ ଖେଳଳାଳୀମାନଙ୍କୁ ବିଶ୍ୱସ୍ତରରେ ସଫଳତାର ସହିତ ପ୍ରତିଯୋଗିତା କରିବାରେ ସହାୟତା ହୋଇଥାଏ ବୋଲି ରହିଥିବା ଆମର ବିଶ୍ୱାସକୁ ତାହା ସୁଦୃଢ଼ କରୁଛି।”
