ଆଜିର ଖାସ ଖବର
Thu. Jul 30th, 2026

ଜୁନିପର ଗ୍ରିନ୍ ଏନର୍ଜିର ୧୮୦୦ କୋଟି ଟଙ୍କାର ଆଇପିଓ ୨୦୨୬ ଜୁଲାଇ ୩୦ରେ ଖୋଲିବ

By Admin_Dainkasha Jul30,2026

ଭୁବନେଶ୍ୱର: ଜୁନିପର ଗ୍ରିନ୍ ଏନର୍ଜି ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୬ ଜୁଲାଇ ୩୦ ଗୁରୁବାର ଦିନ ଖୋଲିବ। ଏହି ଅଫରର ପରିମାଣ ୧୮୦୦ କୋଟି ଟଙ୍କା ରହିଛି। ଆଙ୍କର ନିବେଶକମାନେ ଗୋଟିଏ ଦିନ ପୂର୍ବରୁ ୨୦୨୬ ଜୁଲାଇ ୨୯ ବୁଧବାର ବିଡ୍ ଦାଖଲ କରିପାରିବେ। ବିଡ୍‌ର ସବ୍‌ସ୍କ୍ରିପ୍‌ସନ୍ ୨୦୨୬ ଅଗଷ୍ଟ ୩ ସୋମବାର ଦିନ ବନ୍ଦ ହେବ।
ଏହି ଅଫରରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ୍ ୨୧୪ ଟଙ୍କାରୁ ୨୨୫ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୬୬ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଓ ସେଥିରେ ୬୬ଟି ଲେଖାଏଁ ସେୟାର ଯୋଡ଼ିପାରିବେ। ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୨୧ ଟଙ୍କାର ରିହାତି ମିଳିବ।
ଏହି ନୂଆ ଅଫରରୁ ମିଳିବାକୁ ଥିବା ପାଣ୍ଠିକୁ କମ୍ପାନି ହାସଲ କରିଥିବା କେତେକ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ଉପକରଣ ସହାୟକ କମ୍ପାନି ଜୁନିପର ଗ୍ରିନ ଗାମା ୱାନ ପ୍ରାଇଭେଟ୍ ଲିମିଟେଡ୍ ଓ ଜୁନିପର ଗ୍ରିନ କାଇଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜୁନିପର ପାୱାର ଫାଇଭ୍ ପ୍ରାଇଭେଟ୍ ଲିମିଟେଡ୍‌ର କିଛି ବକେୟା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଓ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ କମ୍ପାନି ପ୍ରସ୍ତାବ ଦେଇଛି।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌।

Related Post