ଭୁବନେଶ୍ୱର: ମୋଂଟ୍ରା ଇଲେକ୍ଟ୍ରିକ୍ର ଇଏମ୍ଆଣ୍ଡ୍ ଏଚ୍ସିଭି ଡିଭିଜନ୍ ପକ୍ଷରୁ ୱାଣ୍ଡର ସିମେଂଟ୍ରେ ୨୫୦ ହେଭି ଡ୍ୟୁଟି ଟ୍ରକ୍ ରାଇନୋ ୫୫୩୮ ଇଭି ୪ଞ୍ଚ୨ ଟିଟି ମୂତୟନ ଘୋଷଣା କରାଯାଇଛି। ନିମ୍ବହେରା-ଦହେଜ ବନ୍ଦର ଓ ନିମହେରା-ଟୁନା ବନ୍ଦର ରୁଟ୍ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ଦେଇ ୧୪୫୦ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରକ୍ଗୁଡ଼ିକ ଚାଲିବ ଯାହା ଏହାକୁ ଭାରତର ସର୍ବବୃହତ୍ ବାଣିଜ୍ୟିକ ଇଲେକ୍ଟ୍ରିକ୍ ମାଲ ପରିବହନ କରିଡର୍ରେ ପରିଣତ କରିଛି। ପାରମ୍ପରିକ ଡିଜେଲ ଚାଳିତ ଗାଡ଼ି ଭଳି ପ୍ରତିଦିନ ଏହି ଇଲେକ୍ଟ୍ରିକ୍ ଟ୍ରକ୍ଗୁଡ଼ିକ ସେମାନଙ୍କ ନିର୍ଘଂଟ ଅନୁସାରେ ଚଳାଚଳ କରିବ। ଦୈନିକ ଲମ୍ବା ଦୂର ମାଲ ପରିବହନ ପାଇଁ ଇଲେକ୍ଟ୍ରିକ୍ ଟ୍ରକ୍ ବ୍ୟବହାର କରାଯାଇପାରିବ ବୋଲି ଏହା ଦର୍ଶାଉଛି। ଟ୍ରକ୍ଗୁଡ଼ିକୁ ସମର୍ଥନ କରିବା ପାଇଁ ଏହି କରିଡର୍ରେ ୩୯ଟି ଚାର୍ଜର ସହ ୧୩ଟି ଚାର୍ଜିଂ ଷ୍ଟେସନ୍ ରହିଛି।
ମୋଂଟ୍ରା ଇଲେକ୍ଟ୍ରିକ୍ ରାଇନୋ ୫୫୩୮ ଇଭି ୪ଞ୍ଚ୨ ଟିଟି ହେଉଛି ଏକ ୫୫ ଟନ୍ର ଗ୍ରସ୍ କମ୍ବିନେସନ୍ ୱେଟ୍ (ଜିସିଡବ୍ଲ୍ୟୁ) ଇଲେକ୍ଟ୍ରିକ୍ ହେଭି ଡ୍ୟୁଟି ଟ୍ରକ୍ ଯାହାକୁ ଇସ୍ପାତ ଓ ସିମେଂଟ୍ ଭଳି ଶିଳ୍ପ ଉତ୍ପାଦନ ପରିବହନ ପାଇଁ ବିକାଶ କରାଯାଇଛି। ଏଥିରେ ୨୮୨ କେଡବ୍ଲ୍ୟୁଏଚ୍ ଲିଥିୟମ୍ ଆରନ ଫସ୍ଫେଟ୍ (ଏଲ୍ଏଫ୍ପି) ବ୍ୟାଟେରି ସହିତ ପର୍ମାନେଟ୍ ମ୍ୟାଗ୍ନେଟ୍ ସିଙ୍କ୍ରୋନସ୍ ମୋଟର୍ ରହିଛି ଯାହା ୨୦୦୦ ଏନଏମ ଟର୍କ ଓ ୨୮୦ କେଡବ୍ଲ୍ୟୁର ଶୀର୍ଷ ବିଦ୍ୟୁତ୍ ଶକ୍ତି ପ୍ରଦାନ କରୁଛି। ଟ୍ରକ୍ରେ ୬-ସ୍ପିଡ୍ର ଅଟୋମେଟେଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ରହିଛି।
ଏହି ଟ୍ରକ୍କୁ ଥରେ ଚାର୍ଜ କଲେ ତାହା ୧୯୮ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଅର୍ଥାତ ମାଲକୁ ଏହା ପରିବହନ କରିବା ପରେ ଖାଲି ଟ୍ରକ୍ ପୁଣି ଥରେ କାରଖାନାକୁ ଫେରିପାରିବ। ଏହା ସାଧାରଣ ଫିକ୍ସଡ୍ ବ୍ୟାଟେରି ଭାରିଆଂଟ୍ ଓ ସ୍ୱାପ୍-ବ୍ୟାଟେରି ବିକଳ୍ପରେ ଉପଲବ୍ଧ ହେଉଛି। ଏହାର ବ୍ୟାଟେରି ୬୦ ମିନିଟ୍ରେ ୨୦ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯିବ। ୨୫୦ ରାଇନୋ ୫୫୩୮ ଇଭି ୪ଞ୍ଚ୨ ଟିଟି ଟ୍ରକ୍ ମୂତୟନ ଦ୍ୱାରା ବାର୍ଷିକ ୩୯,୫୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରାଯାଇପାରିବ।
ୱାଣ୍ଡର ସିମେଂଟ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କିରନ ପାଟିଲ କହିଛନ୍ତି ଯେ, “ୱଣ୍ଡର ସିମେଂଟ୍ର ଅଭିବୃଦ୍ଧି ରଣନୀତିର ମୂଳବିନ୍ଦୁ ହେଉଛି ସ୍ଥାୟିତ୍ୱ ଯାହା ଏହାର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାରେ ନବସୃଜନକୁ ଆଗକୁ ବଢ଼ାଉଛି। ୧୪୫୦ କିମି ବିଶିଷ୍ଟ ଏକ ଶିଳ୍ପ କରିଡର୍ରେ ୨୫୦ ଇଲେକ୍ଟ୍ରିକ୍ ଟ୍ରକ୍ ମୂତୟନ ଲଜିଷ୍ଟିକ୍ସର ଡିକାର୍ବନାଇଜେସନ୍ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଏହା ବିନିର୍ମାଣ ବାହାରେ ଆମ ପରିବେଶ ଉପରେ ପଡ଼ୁଥିବା ପ୍ରଭାବ ହ୍ରାସ କରିବ। ମୋଂଟ୍ରା ଇଲେକ୍ଟ୍ରିକ୍ ସହ ସହଯୋଗିତାରେ ଆମେ ଦେଖାଇଛୁ ଯେ ଲମ୍ବା ଦୂର ଇଲେକ୍ଟ୍ରିକ୍ ଗାଡ଼ିରେ ପରିବହନ ପରିଚାଳନା ଦୃଷ୍ଟିରୁ ଭରସାଯୋଗ୍ୟ ଓ ବାଣିଜ୍ୟିକ ଦୃଷ୍ଟିରୁ ଲାଭଦାୟକ ମଧ୍ୟ। ଏହି ଅଭିଯାନ ଦାୟିତ୍ୱବାନ ଅଭିବୃଦ୍ଧି ପ୍ରତି ଆମ ପ୍ରତିବଦ୍ଧତାକୁ ସୁଦୃଢ଼ କରିଥିବା ବେଳେ ଏକ ସ୍ୱଚ୍ଛ ଓ ଲୋ କାର୍ବନ ଭବିଷ୍ୟତ ଆଡ଼କୁ ଭାରତର ପରିବର୍ତନକୁ ସମର୍ଥନ କରୁଛି ତଥା ସିମେଂଟ୍ ଶିଳ୍ପରେ ସ୍ଥାୟିତ୍ୱରେ ନୂଆ ମାନଦଣ୍ଡ ସ୍ଥାପନ କରିଛି।”
ମୋଂଟା ଇଲେକ୍ଟ୍ରିକ୍ (ଟିଆଇ କ୍ଲିନ୍ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ୍)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜଲାଲ ଗୁପ୍ତା କହିଛନ୍ତି ଯେ, “ଭାରତରେ ମାଲ ପରିବହନରୁ ନିର୍ଗମନ ଏହାର ଦୂରଗାମୀ ଶିଳ୍ପ କରିଡର୍ରେ ହେଉଛି ଏବଂ ସେହି ପଥରେ ବିଦ୍ୟୁତ୍କରଣ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ୱାଣ୍ଡର ସିମେଂଟ୍ ସହିତ ମିଶି ଆମେ ଦେଶର ଅନ୍ୟତମ ସବୁଠୁ ବ୍ୟସ୍ତବହୁଳ ରୁଟ୍ରେ ଦୈନିକ, ଲୋଡ୍ ହୋଇଥିବା ଲମ୍ବା ଦୂର ଯାତ୍ରା କରୁଥିବା ଟ୍ରକ୍ ମୂତୟନ କରିଛୁ। ଇଲେକ୍ଟ୍ରିକ୍ ଟ୍ରକ୍ କଣ ଲମ୍ବା ଦୂର ଯାତ୍ରା କରିପାରିବ? ପ୍ରଶ୍ନଠାରୁ ଏହା ଆଗକୁ ଏହି ମୂତୟନ “କିଭଳି ଫ୍ଲିଟ୍ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇପାରିବ? ସେହି ଆଡ଼କୁ ଗତି କରିଛି। ଭାରତର ପ୍ରମୁଖ ଶିଳ୍ପ କରିଡର୍ଗୁଡ଼ିକରେ ପ୍ରାୟ ୨୫୦ ଇଲେକ୍ଟ୍ରିକ୍ ହେଭି ଡ୍ୟୁଟି ବାଣିଜ୍ୟିକ ଯାନ ମୂତୟନ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି।”
ମୋଂଟ୍ରା ଇଲେକ୍ଟ୍ରିକ୍ (ଟିଆଇ କ୍ଲିନ୍ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ୍)ର ସିଇଓ (ଇଏମ୍ ଆଣ୍ଡ୍ ଏଚ୍ସିଭି)ର ସିଇଓ ଶ୍ରୀ ନବନୀତ ସେଠୀ କହିଛନ୍ତି ଯେ, “ଏହି ମୂୟତନ ପାଇଁ ସହଯୋଗିତା ଓ ବିଶ୍ୱାସ ଲାଗି ଆମେ ୱାଣ୍ଡର ସିମେଂଟ୍ ନିକଟରେ କୃତଜ୍ଞ। ଏକ ବ୍ୟାପକ ୧୪୫୦ କିମି ଶିଳ୍ପ କରିଡର୍ରେ ବାଣିଜ୍ୟିକ ଓ ପରିଚାଳନା ସମ୍ଭବକୁ ପ୍ରଦର୍ଶନ କରି ଏହା ଦର୍ଶାଯାଇଛି ଯେ ଲମ୍ବା ଦୂର ବିଶିଷ୍ଟ ସ୍ଥ୍ରାୟୀ ଲଜିଷ୍ଟିକ୍ସ ବ୍ୟାପକ ହେବାକୁ ପ୍ରସ୍ତୁତ। ଉଚ୍ଚ ବ୍ୟବହାର, ହେଭି ପେଲୋଡ୍ ଓ ଚାହିଦା ଅନୁସାରେ ଟର୍ଣ୍ଣଆରାଉଣ୍ଡ୍ ସମୟ ଭଳି ସ୍ଥିତି ପାଇଁ ଏହି ଗାଡ଼ିଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଶିଳ୍ପରେ ଏହି ସଫଳତା ହାସଲ କରିବାରେ ୱାଣ୍ଡର ସିମେଂଟ୍ ସହ କାମ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ।”
ୱାଣ୍ଡର ସିମେଂଟ୍ ପକ୍ଷରୁ ୨୫୦ ମୋଂଟ୍ରା ଇଲେକ୍ଟ୍ରିକ୍ ରାଇନୋ ଟ୍ରକ୍ ମୂତୟନ; ଭାରତର ସର୍ବବୃହତ୍ ୧୪୫୦ କିମି ମାଲ ପରିବହନ ରୁଟ୍ର ବିଦ୍ୟୁତ୍କରଣ

