ଆଜିର ଖାସ ଖବର
Thu. Jul 30th, 2026

ବ୍ୟାଙ୍କ୍ ଅଫ୍ ବରୋଦାର ୨୦୨୬-୨୭ ପ୍ରଥମ ତ୍ରୈମାସିକରେ ନିଟ୍ ଲାଭ ୧୨୭୮ କୋଟି ଟଙ୍କା

By Admin_Dainkasha Jul30,2026

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ୨୦୨୬-୨୭ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କ ଏହି ତ୍ରୈମାସିକରେ ୧୨୭୮ କୋଟି ଟଙ୍କାର ନିଟ୍ ଲାଭ କରିଛି। ଏହାର ନିଟ୍ ସୁଧ ଆୟ ୯.୫ ପ୍ରତିଶତ ବୃଦ୍ଧି ପାଇ ୧୨,୫୨୪ କୋଟି ଟଙ୍କା ହୋଇଛି। ଅଣ ସୁଧ ଆୟ ୩୪୭୦ କୋଟି ଟଙ୍କା ରହିଛି। ପରିଚାଳନା ଲାଭ ୮୧୨୭ କୋଟି ଟଙ୍କା, ସଂପତି ଉପରେ ରିଟର୍ଣ୍ଣ (ଆରଓଏ) ୦.୨୫ ପ୍ରତିଶତ, ଇକ୍ୱିଟି ଉପରେ ରିଟର୍ଣ୍ଣ (ଆରଓଇ) ୩.୮୯ ପ୍ରତିଶତ ରହିଛି।
ଏହି ତୈୟମାସିକରେ ବ୍ୟାଙ୍କ୍ ଅଫ୍ ବରୋଦାର ମୋଟ ଏନପିଏ ୧.୯୯ ପ୍ରତିଶତ, ନିଟ୍ ଏନପିଏ ୦.୫୦ ପ୍ରତିଶତ ହୋଇଛି। ପ୍ରୋଭିଜନ କଭରେଜ ରେସିଓ ୯୩.୨୮ ପ୍ରତିଶତ, ସ୍ଲିପେଜ ରେସିଓ ୦.୯୧ ପ୍ରତିଶତ ଓ ଋଣ ଖର୍ଚ୍ଚ ୦.୨୯ ପ୍ରତିଶତ ରହିଛି। ପୁଞ୍ଜି ସ୍ୱଚ୍ଛତା ହାର ମଧ୍ୟରେ ସିଆରଏଆର ୧୬.୩୦ ପ୍ରତିଶତ ଓ ତ୍ରୈମାସିକ ହାରାହାରି ଲିକ୍ୱିଡିଟି କଭରେଜ ରେସିଓ ୧୨୭ ପ୍ରତିଶତ ରହିଛି।
ବ୍ୟାଙ୍କ ଘରୋଇ ଅଗ୍ରିମ ୧୬.୧ ପ୍ରତିଶତ ବୃଦ୍ଧି ପାଇ ୧୧,୫୦,୯୦୬ କୋଟି ଟଙ୍କା, ବିଶ୍ୱସ୍ତରୀୟ ଅଗ୍ରିମ ୧୭.୪ ପ୍ରତିଶତ ବୃଦ୍ଧି ପାଇ ୧୪,୧୬,୮୯୮ କୋଟି ଟଙ୍କା, ଅନ୍ତର୍ଜାତୀୟ ଅଗ୍ରିମ ୨୩.୩ ପ୍ରତିଶତ ବୃଦ୍ଧି ପାଇ ୨,୬୫,୯୯୨ କୋଟି ଟଙ୍କା ରହିଛି। ଘରୋଇ ଜମା ପରିମାଣ ୧୪.୭ ପ୍ରତିଶତ ବୃଦ୍ଧି ପାଇ ୧୩,୮୧,୫୩୫ କୋଟି ଟଙ୍କା, ବିଶ୍ୱସ୍ତରୀୟ ଜମା ୧୩.୮ ପ୍ରତିଶତ ବୃଦ୍ଧି ପାଇ ୧୬,୩୩,୫୫୯ କୋଟି ଟଙ୍କା ରହିଛି। ଘରୋଇ କାସା ଜମା ପରିମାଣ ୧୦ ପ୍ରତିଶତ ବୃଦ୍ଧି ପାଇ ୫,୨୧,୧୪୯ କୋଟି ଟଙ୍କା ରହିଛି। ଅନ୍ତର୍ଜାତୀୟ ଜମା ୮.୯ ପ୍ରତିଶତ ବୃଦ୍ଧି ପାଇ ୨,୫୨,୦୨୪ କୋଟି ଟଙ୍କା ରହିଛି।
ଖୁଚୁରା ଅଗ୍ରିମ ୧୮.୪ ପ୍ରତିଶତ, ଅଟୋମୋବାଇଲ ଋଣ ୨୫.୩ ପ୍ରତିଶତ, ବନ୍ଧକ ଋଣ ୨୭.୪ ପ୍ରତିଶତ, ଗୃହ ଋଣ ୧୪.୭ ପ୍ରତିଶତ ଓ ଶିକ୍ଷା ଋଣ ୧୦.୮ ପ୍ରତିଶତ ବୃଦ୍ଧି ପାଇଛି। କୃଷି ଋଣ ପରିମାଣ ୧୮.୭ ପ୍ରତିଶତ ବୃଦ୍ଧି ପାଇ ୧,୯୧,୯୮୯ କୋଟି ଟଙ୍କା ରହିଛି। ଏମ୍‌ଏସ୍‌ଏମ୍‌ଇ ପୋର୍ଟଫୋଲିଓ ୨୦.୩ ପ୍ରତିଶତ ବୃଦ୍ଧି ପାଇ ୧,୬୩,୨୬୪ କୋଟି ଟଙ୍କା ରହିଛି। କର୍ପୋରେଟ ଅଗ୍ରିମ ପରିମାଣ ୧୫.୩ ପ୍ରତିଶତ ବଢ଼ି ୪,୨୭,୦୮୨ କୋଟି ଟଙ୍କା ହୋଇଛି।

Related Post