ଭୁବନେଶ୍ୱର: ଟିଭିଏସ୍ ବେଣୁର ଅଂଶ ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଏହି ପାର୍ବଣ ଋତୁ ପାଇଁ ଟିଭିଏସ୍ ଆପାଚି ଓ ଟିଭିଏସ୍ ରୋନିନ ଭଳି ପ୍ରିମିୟମ ମୋଟରସାଇକଲ୍ ପୋର୍ଟଫୋଲିଓକୁ ଉନ୍ନତ କରାଯାଇଛି। ଏହାର ମୂଳକେନ୍ଦ୍ରରେ ରହିଛି ଟିଭିଏସ୍ ଆପାଚି ପୋର୍ଟଫୋଲିଓ। ବର୍ତ୍ତମାନ ୯୦ଟି ଦେଶରେ ୭ ନିୟୁତରୁ ଅଧିକ ଟିଭିଏସ୍ ଆପାଚି ରାଇଡର୍ ରହିଛନ୍ତି ଯାହା ଏହି ବ୍ରାଣ୍ଡକୁ ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନ ଆଧାରିତ ମୋଟରସାଇକଲ୍ ସମୁଦାୟ ଗଠନ କରିବାରେ ସହାୟକ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି, ପ୍ରତ୍ୟେକ ଟିଭିଏସ୍ ଆପାଚି ମୋଟରସାଇକେଲ୍ ବ୍ରାଣ୍ଡର ‘ଟ୍ରାକ୍ ଟୁ ରୋଡ୍’ ଦର୍ଶନକୁ ବହନ କରିଆସିଛି। ଏହି ଦର୍ଶନ ରେସିଂ କ୍ଷେତ୍ରର ଦକ୍ଷତା ଓ ଅଭିଜ୍ଞତାକୁ ଦୈନନ୍ଦିନ ଚାଳନାରେ ରୋମାଞ୍ଚକର ପ୍ରଦର୍ଶନରେ ପରିଣତ କରିଥାଏ।
ଟିଭିଏସ୍ ରୋନିନ ମଧ୍ୟ ମଧ୍ୟମ ଓ ଟପ୍ ଭାରିଆଂଟ୍ରେ ଉନ୍ନତି ଆଣିଛି ଯେଉଁଥିରେ ସମସାମୟିକ ଡିଜାଇନ, ପ୍ରଦର୍ଶନ ଓ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ରହିଛି ଯାହା ରାଇଡରମାନଙ୍କୁ ଅନ୍ୟଠାରୁ ଭିନ୍ନ କରୁଛି। ବ୍ୟକ୍ତିତ୍ୱ ଓ ଆତ୍ମ ପରିପ୍ରକାଶ ଚାହୁଥିବା ଚାଳକମାନଙ୍କୁ ନେଇ ଏହା ବିଶ୍ୱସ୍ତରରେ ୨,୦୦,୦୦୦ରୁ ଅଧିକ ଗ୍ରାହକଙ୍କ ଏକ ସମୁଦାୟରେ ପରିଣତ ହୋଇଛି।
ଟିଭିଏସ୍ ଆପାଚି ଏହାର ରେସିଂ ଡିଏନ୍ଏ, ପ୍ରଦର୍ଶନ ଓ ସୂକ୍ଷ୍ମ ପ୍ରଯୁକ୍ତି, ସ୍ୱତନ୍ତ୍ର ଡିଜାଇନ ଓ ଗାଡ଼ି ଚାଳନାର ରୋମାଂଚକୁ ଜାରି ଭାରତର ଅନ୍ୟତମ ପ୍ରମୁଖ ରାଇଡର୍ ସମୁଦାୟ ଆପାଚି ଓନର୍ସ ଗ୍ରୁପ୍ (ଏଓଜି) ଦ୍ୱାରା ତାହା ଆହୁରି ତ୍ୱରାନ୍ୱିତ ହୋଇଛି ଯେଉଁଥିରେ ୫,୦୦,୦୦୦ରୁ ଅଧିକ ପଞ୍ଜୀକୃତ ରାଇଡର୍ ରହିଛନ୍ତି। ଟିଭିଏସ୍ ପକ୍ଷରୁ ଟିଭିଏସ୍ ଆପାଚି ଆରଟିଆର୍ ୧୬୦, ଟିଭିଏସ୍ ଆପାଚି ଆର୍ଟିଆର୍ ୧୬୦ ୪ଭି ଓ ଟିଭିଏସ୍ ଆପାଚି ଆର୍ଟିଆର୍ ୨୦୦ ୪ଭିରେ ଉନ୍ନତି ଅଣାଯାଇଛି।
ଟିଭିଏସ୍ ଆପାଚି ଆର୍ଟିଆର୍ ୧୬୦ରେ ଟ୍ରାକ୍ସନ କଂଟ୍ରୋଲ ସିଷ୍ଟମ, ହାଜାର୍ଡ ଲ୍ୟାମ୍ପସ ଓ ଏଲ୍ଇଡି ଟିଏସ୍ଏଲ୍ ବ୍ୟବହାର କରାଯାଇଛି। ଆପାଚି ଆର୍ଟିଆର୍ ୧୬୦ ଭିରେ ଟିଏଫ୍ଟି ଡିସ୍ପ୍ଲେ ସହିତ ଗୁଗଲ ମ୍ୟାପ୍ ମିରରିଂ, ପାନିକ୍ ବ୍ରେକ୍ ଆଲର୍ଟ ଓ ଟାଇପ୍-ସି ଚାର୍ଜର ଆଦି ରହିଛି। ଟିଭିଏସ୍ ଆପାଚି ଆର୍ଟିଆର୍ ୨୦୦ ୪ଭିରେ ସାମ୍ନାରେ ଆଡ୍ଜଷ୍ଟେବଲ୍ ୟୁଏସ୍ଡି ସସ୍ପେନ୍ସନ୍, ଟିଏଫ୍ଟି ଡିସ୍ପ୍ଲେ ସହିତ ଗୁଗଲ ମ୍ୟାପ୍ ମିରରିଂ, ପାନିକ୍ ବ୍ରେକ୍ ଆଲର୍ଟ ଓ ଟାଇପ୍-ସି ଚାର୍ଜର ଆଦି ରହିଛି।
ଟିଭିଏସ୍ ଆପାଚି ଆର୍ଟିଆର୍ ୧୬୦ର ନୂଆ ଡୁଆଲ୍ ଚ୍ୟାନେଲ୍ ଏବିଏସ ସହିତ ଟିସିଏସ୍ ମଡେଲ୍ର ପ୍ରାରମ୍ଭିକ ଏକ୍ସସୋରୁମ୍ ଦାମ୍ ୧,୨୭,୯୯୦ ଟଙ୍କା, ଟିଭିଏସ୍ ଆପାଚି ଆର୍ଟିଆର୍ ୧୬୦ ୪ଭିର ଟିଏଫ୍ଟି ସହ ଗୁଗଲ୍ ମିରରିଂ ମଡେଲ୍ର ପ୍ରାରମ୍ଭିକ ଦାମ୍ ୧,୪୧,୪୪୦ ଟଙ୍କା ଓ ଟିଭିଏସ୍ ଆପାଚି ଆର୍ଟିଆର୍ ୨୦୦ ୪ଭିର ଟିଏଫ୍ଟି ସହ ଗୁଗଲ୍ ମିରରିଂ ମଡେଲ୍ର ପ୍ରାରମ୍ଭିକ ଦାମ୍ ୧,୪୯,୯୯୦ ଟଙ୍କା ରହିଛି।
ସେହିପରି ଟିଭିଏସ୍ ଆପାଚି ଆର୍ଆର୍ ୩୧୦ ଓ ଟିଭିଏସ୍ ଆପାଚି ଆରଟିଆର୍ ୩୧୦ର “ବ୍ଲାକ୍ ଡାଏମଣ୍ଡ ଏଡିସନ୍’କୁ ଉନ୍ମୋଚନ କରାଯାଇଛି। ସମ୍ପୂର୍ଣ୍ଣ କଳା ରଙ୍ଗରେ ଏହାକୁ ସଜ୍ଜା ଯାଇଛି ଯାହା ପ୍ରଦର୍ଶନ, ସମ୍ଭ୍ରାନ୍ତ ଓ ନବସୃଜନର ଭାବକୁ ପରିପ୍ରକାଶ କରୁଛି। ଏଥିରେ ଆର୍ଟି-ଡିଏସ୍ସି, କ୍ରୁଜ୍ କଂଟ୍ରୋଲ, କର୍ଣ୍ଣରିଂ ଏବିଏସ୍, କର୍ଣ୍ଣରିଂ ଟ୍ରାକ୍ସନ କଂଟ୍ରୋଲ୍, ଲଂଚ କଂଟ୍ରୋଲ ଓ ଡ୍ରାଗ୍ ଟର୍କ କଂଟ୍ରୋଲ୍ ଭଳି ସୁବିଧା ରହିଛି। ଟିଭିଏସ୍ ଆପାଚି ଆର୍ଆର୍ ୩୧୦ର କ୍ୱିକ୍ସିଫ୍ଟର ଭାରିଆଂଟ୍ର ପ୍ରାରମ୍ଭିକ ଏକ୍ସ ସୋରୁମ୍ ଦାମ୍ ୨,୮୭,୭୯୦ ଟଙ୍କା ଏବଂ ଟିଭିଏସ୍ ଆପାଚି ଆରଟିଆର୍ ୩୧୦ର କ୍ୱିକ୍ସିଫ୍ଟର ଭାରିଆଂଟ୍ର ପ୍ରାରମ୍ଭିକ ଏକ୍ସ ସୋରୁମ୍ ଦାମ୍ ୨,୪୮,୯୯୦ ଟଙ୍କା ରହିଛି।
ଟିଭିଏସ୍ ରୋନିନର ବେସ୍+ନୂଆ ଭାରିଆଂଟ୍ର ପ୍ରାରମ୍ଭିକ ଏକ୍ସ ସୋରୁମ ଦାମ ୧,୪୨,୪୯୦ ଟଙ୍କା , ମିଡ୍ ଗ୍ରେଡ୍ର ଦାମ୍ ୧,୫୧,୫୪୦ ଟଙ୍କା ଓ ଟପ୍ ମଡେଲ୍ର ଦାମ୍ ୧,୬୩,୬୪୦ ଟଙ୍କା ରହିଛି।
ଏହି ଅବସରରେ ଟିଭିଏସ୍ ମୋଟର୍ କମ୍ପାନିର ପ୍ରିମିୟମ୍ର ବ୍ୟବସାୟ ମୁଖ୍ୟ ଶ୍ରୀ ବିମଳ ସୁମ୍ବଲି କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କ ପାଇଁ ମାଲିକାନାର ଉଲ୍ଲାସକୁ ବଢ଼ାଇବା ଲାଗି ଚିନ୍ତାଶୀଳ ଓ ଅର୍ଥପୂର୍ଣ୍ଣ ଭାବେ ଡିଜାଇନ ସହିତ ଆମ ପ୍ରିମିୟମ ମୋଟରସାଇକଲ୍ ପୋର୍ଟଫୋଲିଓକୁ ଆମେ ଏହି ଉତ୍ସବ ଋତୁରେ ଆହୁରି ସୁଦୃଢ଼ କରିଛୁ। ଟିଭିଏସ୍ ଆପାଚି ପୋର୍ଟଫୋଲିଓ ଓ ଟିଭିଏସ୍ ରୋନିନରେ ଆମେ ପ୍ରଦର୍ଶନ, ପ୍ରଯୁକ୍ତି, ସ୍ୱତନ୍ତ୍ର ଡିଜାଇନ ଓ ଏକ ଉନ୍ନତ ଗାଡ଼ିଚାଳନା ଅନୁଭୂତିକୁ ଏକ୍ରିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ ଯାହା ଆଜିକାଲିର ରାଇଡରମାନଙ୍କ ବଦଳୁଥିବା ଅଭିଳାଷ ସହିତ ଆଗକୁ ବଢ଼ୁଛି। ୯୦ଟି ଦେଶରେ ନିୟୁତାଧିକ ଗ୍ରାହକଙ୍କ ସହ ଆମେ ଭିନ୍ନ ବ୍ରାଣ୍ଡ୍ ଗଠନ ଓ ଅନୁଭୂତି ସୃଷ୍ଟି କରିବା ଉପରେ ଧ୍ୟାନ ଦେଉଛୁ ଯାହା ପ୍ରତି ଗ୍ରାହକଙ୍କୁ ଶ୍ରେଷ୍ଠ ମୂଲ୍ୟ, ଉଲ୍ଲାସ ଓ ଗୌରବ ପ୍ରଦାନ କରିବ।’’

