ଭୁବନେଶ୍ୱର: ଭାରତର ପ୍ରତିରକ୍ଷା ବିକାଶ ଓ ଗବେଷଣା ସଂଗଠନ (ଡିଆରଡିଓ) ପକ୍ଷରୁ ଡିଜାଇନ ଓ ବିକାଶ କରାଯାଇଥିବା ହାଇ-ଆଲଟିଚ୍ୟୁଡ୍ ଲଙ୍ଗ ଏଣ୍ଡ୍ୟୁରାନ୍ସ (ହାଲେ) ମାନବବିହୀନ ଆକାଶମାର୍ଗ ଯାନ (ୟୁଏଭି) କାର୍ଯ୍ୟକ୍ରମ ପାଇଁ ଅତ୍ୟାଧୁନିକ ଟର୍ବୋପ୍ରପ ଇଂଜିନର ସମନ୍ୱୟକୁ ଅନ୍ୱେଷଣ କରିବା ପାଇଁ ଭାରତ ଫୋର୍ଜ ଲିମିଟେଡ୍ ଓ ପ୍ରାଟ୍ ଆଣ୍ଡ୍ ହ୍ୱାଇଟନି କାନାଡା ମଧ୍ୟରେ ସହଯୋଗିତା ହୋଇଛି।
ଏହି ସହଯୋଗ ସରକାରଙ୍କ ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ଭାରତର ସ୍ୱଦେଶୀ ମାନବବିହୀନ ବିମାନ ପ୍ରଣାଳୀ ବିକାଶ ପ୍ରୟାସକୁ ସମର୍ଥନ କରିବ। ପ୍ରାଟ୍ ଆଣ୍ଡ୍ ହ୍ୱିଟ୍ନି କାନାଡା ଇଞ୍ଜିନ୍ର ଅନୁକୂଳତା, କାର୍ଯ୍ୟଦକ୍ଷତା ଏବଂ ସ୍ଥାପନା ସମ୍ପର୍କିତ ଆବଶ୍ୟକତାର ମୂଲ୍ୟାଙ୍କନ କରିବ। ଭାରତ ଫୋର୍ଜ ଉନ୍ନତ ଇଞ୍ଜିନିୟରିଂ, ଉତ୍ପାଦନ ଏବଂ ଏରୋସ୍ପେସ୍ ପ୍ରଣାଳୀ କ୍ଷମତାର ଉପଯୋଗ କରି ଇଞ୍ଜିନ୍-ଏୟାରଫ୍ରେମ୍ ସମନ୍ୱୟର ନେତୃତ୍ୱ ନେବ। ଏଥିରେ ସ୍ଥାପନା ଡିଜାଇନ୍ ଏବଂ ସିଷ୍ଟମ୍ ଇଣ୍ଟରଫେସ୍ ସମେତ ବିଭିନ୍ନ କାର୍ଯ୍ୟ ସାମିଲ ରହିବ।
ଭାରତ ଫୋର୍ଜ ଲିମିଟେଡ୍ର ଉପସଭାପତି ଓ ଯୁଗ୍ମ ପରିଚାଳନା ନିର୍ଦେଶକ ଅମିତ କଲ୍ୟାଣୀ କହିଛନ୍ତି ଯେ, “ଭାରତର ସ୍ୱଦେଶୀ ଏରୋସ୍ପେସ ଓ ପ୍ରତିରକ୍ଷା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରାଟ୍ ଆଣ୍ଡ୍ ହ୍ୱିଟ୍ନି କାନାଡା ସହ ସହଯୋଗିତା କରି ଭାରତ ଫୋର୍ଜ ଏରୋସ୍ପେସ ବିଜନେସ୍ ଗର୍ବିତ। ବିଶ୍ୱସ୍ତରରେ ପ୍ରତିଷ୍ଠିତ ପ୍ରାଟ ଆଣ୍ଡ ହ୍ୱିଟ୍ନିର ପ୍ରପଲସନ ପ୍ରଯୁକ୍ତି ସହିତ ଭାରତ ଫୋର୍ଜର ଇଞ୍ଜିନିୟରିଂ ଓ ସିଷ୍ଟମ ସମନ୍ୱୟ ଦକ୍ଷତାକୁ ମିଶ୍ରଣ କରି ଆମେ ଏକ ବିଶ୍ୱସ୍ତରୀୟ ହାଲେ ପ୍ଲାଟଫର୍ମ ବିକାଶରେ ସହାୟତା କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଭାରତର ଗୁରୁତ୍ୱପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓ ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବ।’’
ପ୍ରାଟ୍ ଆଣ୍ଡ୍ ହ୍ୱାଇଟ୍ନିର ଉପସଭାପତି ଓ କଂଟ୍ରି ହେଡ୍ ଆଶିଶ ସରାଫ କହିଛନ୍ତି ଯେ, “ଭାରତ ଫୋର୍ଜ ସହିତ ସହଯୋଗିତା ଭାରତର ଏରୋସ୍ପେସ୍ ଓ ପ୍ରତିରକ୍ଷା ଅଭିଳାଷ ପ୍ରତି ଆମର ଜାରି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏକ କଠିନ ପରିଚାଳନା ପରିବେଶରେ ଭରସାଯୋଗ୍ୟତାର ଏକ ପ୍ରତିଷ୍ଠିତ ପରମ୍ପରା ପ୍ରାଟ୍ ଆଣ୍ଡ୍ ହ୍ୱିଟ୍ନିର ଟର୍ବୋପ୍ରପ ଇଂଜିନର ରହିଛି ଯାହାକୁ ଭାରତର ହାଲେ କାର୍ଯ୍ୟକ୍ରମ ପ୍ରକୃତରେ ଆବଶ୍ୟକ କରୁଛି।’’
ହାଲେ ୟୁଏଭି ଉଭୟ ସ୍ଥଳଭାଗ ଓ ସାମୁଦ୍ରିକ ଅଂଚଳରେ ଦୀର୍ଘକାଳୀନ ସହନଶୀଳ ସର୍ବେକ୍ଷଣ, ବୁଦ୍ଧିମତା ଓ ଗୁଇନ୍ଦା ସୁବିଧା ପ୍ରଦାନ କରିବ।
