
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
- ୧୮୮ ୟୁନିଟ୍ ରକ୍ତ ସଂଗ୍ରହ
କଳିଙ୍ଗନଗର, ନଭେମ୍ବର ୨୫, ୨୦୨୬: ସମାଜ କଲ୍ୟାଣ ଏବଂ ସ୍ୱାସ୍ଥ୍ୟସେବା ସହାୟତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି, ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ର କୋକ୍ ପ୍ଲାଣ୍ଟ ଜଏଣ୍ଟ ଡିପାର୍ଟମେଣ୍ଟାଲ୍ କାଉନସିଲ୍ (ଜେଡିସି) ପକ୍ଷରୁ ବୁଧବାର ପ୍ଲଟ୍-୨ ଅଡିଟୋରିୟମ୍ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଓଡ଼ିଶା ବ୍ଲଡ୍ ସେଣ୍ଟର (ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଯାଜପୁର ରୋଡ୍), ଓଡ଼ିଶା ବ୍ଲଡ୍ ସେଣ୍ଟର (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର) ଏବଂ ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲ ରକ୍ତ ଭଣ୍ଡାର, କଟକ ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଚିଫ୍ ହ୍ୟୁମାନ୍ ରିସୋର୍ସ ଅଫିସର୍ (ଷ୍ଟିଲ୍) ଅମିତାଭ ଚନ୍ଦ୍ର ଝା, ଚିଫ୍ (ଆଇରନ୍ ମେକିଂ) ସୁବାସ କୁମାର ସିହ୍ନା ଏବଂ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ରକ୍ତଦାନ ଶିବିରରେ ଯୋଗଦେଇଥିବା କାରଖାନାର କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପକ୍ଷରୁ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ୧୮୮ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା। ଆଞ୍ଚଳିକ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକ ସହ ସମନ୍ୱୟ ରକ୍ଷା କରି, ସଂଗୃହୀତ ପ୍ରତ୍ୟେକ ୟୁନିଟ୍ ରକ୍ତ ଯେପରି ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସାମିଲ ହୋଇ ଗୁରୁତର ରୋଗୀଙ୍କ ସହାୟତାରେ ଆସିପାରିବ, ତାହା ଟାଟା ଷ୍ଟିଲ୍ କଳିଙ୍ଗନଗର ସୁନିଶ୍ଚିତ କରିଛି।
ଏଭଳି ନିୟମିତ ସାମାଜିକ ଶିବିର ଆୟୋଜନ ମାଧ୍ୟମରେ ଟାଟା ଷ୍ଟିଲ୍ କଳିଙ୍ଗନଗର ଏହାର ଆଖପାଖ ଅଞ୍ଚଳରେ ସକାରାତ୍ମକ ସାମାଜିକ ପରିବର୍ତ୍ତନ ଆଣିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି ।
