ଆଜିର ଖାସ ଖବର
Wed. Nov 25th, 2026

ପ୍ରିମିୟମକରଣ, ପୋର୍ଟଫୋଲିଓ ସମ୍ପ୍ରସାରଣ ଓ ନୂଆ ବଜାର ଭାରତର ୩ ଟ୍ରିଲିୟନ ଟଙ୍କାର ଇଲେକ୍ଟ୍ରୋନିକ୍ସ ଅଭିବୃଦ୍ଧି କାହାଣୀ ଆଗକୁ ବଢ଼ାଇବ: କ୍ରୋମା-କିର୍ନି ରିପୋର୍ଟ

By Admin_Dainkasha Nov25,2026

ଭୁବନେଶ୍ୱର: ଦେଶରେ ମୁମ୍ବାଇର ଜୁହୁରେ ପ୍ରଥମ ଷ୍ଟୋର୍ ଖୋଲିବାର ୨୦ ବର୍ଷ ପୂର୍ତ୍ତିକୁ ଟାଟା ଗ୍ରୁପ୍‌ର ଓମନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପାଳନ କରୁଛି। ଏହି ଅବସରକୁ ପାଳନ କରିବା ପାଇଁ କମ୍ପାନି ପକ୍ଷରୁ ବିଶ୍ୱସ୍ତରୀୟ ମ୍ୟାନେଜମେଂଟ୍ କନସଲଟିଂ କମ୍ପାନି କିର୍ନି ସହ ସହଯୋଗିତା ରେ ଏକ ନୂଆ ରିପୋର୍ଟ “ହାଓ ଇଣ୍ଡିଆ ଅପ୍‌ଗ୍ରେଡ୍‌ସ’ ଜରିଆରେ ଏହି ୧୦୦ ବର୍ଷ ପୂର୍ତ୍ତିକୁ ପାଳନ କରୁଛି।

ଇନଫିନିଟି ରିଟେଲ୍ ଲିମିଟେଡ୍ (କ୍ରୋମା)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଶିବାଶିଷ ରାୟ କହିଛନ୍ତି ଯେ “ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବଜାରରେ ଅନେକ ପରିବର୍ତ୍ତନ ଆସିଛି। ପ୍ରଥମେ ଲୋକମାନେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଆରମ୍ଭ କରିଥିବା ବେଳେ ଏବେ ଆକାଂକ୍ଷା, ଉନ୍ନତ ଅନୁଭୂତି ଓ ନୂଆ ନୂଆ ଜ୍ଞାନକୌଶଳର ସାମଗ୍ରୀ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ‘କ୍ରୋମା-କିର୍ନିର ହାଓ ଇଣ୍ଡିଆ ଅପଗ୍ରେଡ୍ସ’ ରିପୋର୍ଟ ମାଧ୍ୟମରେ ଆମେ ଗ୍ରାହକଙ୍କ ଆଚରଣ ଓ ଏହି କ୍ଷେତ୍ରର ଭବିଷ୍ୟତକୁ ପ୍ରଭାବିତ କରୁଥିବା ପରିବର୍ତ୍ତନଗୁଡ଼ିକୁ ବୁଝିବାକୁ ଉଦ୍ୟମ କରିଛୁ। ଜ୍ଞାନକୌଶଳ ଅଧିକ ଉନ୍ନତ ହେଉଥିବା ବେଳେ କ୍ରୋମାର ଲକ୍ଷ୍ୟ ହେଉଛି ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଓ ବ୍ୟବହାରକୁ ସହଜ କରିବା। ଏଥିପାଇଁ ଉପଯୁକ୍ତ ସାମଗ୍ରୀ, ବିଶେଷଜ୍ଞଙ୍କ ପରାମର୍ଶ, ସୁଲଭ ମୂଲ୍ୟରେ କିଣିବାର ସୁବିଧା ଏବଂ ବିକ୍ରି ପରବର୍ତ୍ତୀ ସେବା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ଗ୍ରାହକ ଆତ୍ମବିଶ୍ୱାସର ସହ ନୂଆ ଜ୍ଞାନକୌଶଳ ଆପଣାଇପାରିବେ।”

କିର୍ନି ଇଣ୍ଡିଆର ଅଧ୍ୟକ୍ଷ କୌଶିକା ମାଧବନ କହିଛନ୍ତି ଯେ, “ଭାରତର ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଶିଳ୍ପର ଭବିଷ୍ୟତ କେତେ ସଂଖ୍ୟକ ଉପକରଣ ବିକ୍ରି ହେଉଛି ତାହା ଉପରେ ନୁହେଁ, ବରଂ ଗ୍ରାହକମାନେ ଜ୍ଞାନକୌଶଳ ମାଧ୍ୟମରେ ନିଜ ଜୀବନକୁ କିପରି ଉନ୍ନତ କରୁଛନ୍ତି, ତାହା ଉପରେ ନିର୍ଭର କରିବ। ଉନ୍ନତମାନର ସାମଗ୍ରୀ ପ୍ରତି ଆଗ୍ରହ ବୃଦ୍ଧି, ନୂଆ ନୂଆ ବଜାରରେ ଚାହିଦା ବଢ଼ିବା ଓ ଗ୍ରାହକଙ୍କ ବଦଳୁଥିବା ଆଶା ଏହି ଶିଳ୍ପରେ ନୂଆ ଉଦ୍ଭାବନ, ମୂଲ୍ୟ ସୃଷ୍ଟି ଓ ଦୀର୍ଘମିଆଦୀ ଅଭିବୃଦ୍ଧି ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି।”

କ୍ରୋମାର ତଥ୍ୟ ଅନୁସାରେ, ୨୦୨୨ରୁ ୨୦୨୫ ମଧ୍ୟରେ ତୃତୀୟ ଶ୍ରେଣୀର ସହରଗୁଡ଼ିକରେ ବିକ୍ରି ବାର୍ଷିକ ହାରାହାରି ୪୦ ପ୍ରତିଶତ ବଢ଼ିଛି। ଦ୍ୱିତୀୟ ଶ୍ରେଣୀର ସହରରେ ୩୦ ପ୍ରତିଶତ, ପ୍ରଥମ ଶ୍ରେଣୀର ସହରରେ ୩୫ ପ୍ରତିଶତ ଓ ମହାନଗରଗୁଡ଼ିକରେ ୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି। କ୍ରୋମାର ମୋଟ ବିକ୍ରିରେ ଛୋଟ ସହରଗୁଡ଼ିକର ଭାଗ ୨୦୨୨ରେ ୩୨ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ୪୪ ପ୍ରତିଶତକୁ ବୃଦ୍ଧି ପାଇଛି।

୨୦୨୧ରୁ ୨୦୨୫ ମଧ୍ୟରେ କ୍ରୋମାରେ ସ୍ମାର୍ଟଫୋନ୍‌ର ହାରାହାରି ବିକ୍ରି ମୂଲ୍ୟ ୩୪ ପ୍ରତିଶତ ବଢ଼ିଛି। ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ୍ ବିକ୍ରିରେ ବାର୍ଷିକ ହାରାହାରି ୨୬ ପ୍ରତିଶତ ଅଭିବୃଦ୍ଧି ହୋଇଛି। ସେହିପରି ଏସି ବଜାରରେ ଇନଭର୍ଟର ଏସିର ଭାଗ ୨୦୧୫ରେ ୯ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ୯୧ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୫ରେ କ୍ରୋମାରେ ବିକ୍ରି ହୋଇଥିବା ପ୍ରତି ତିନିଟି ଟିଭି ମଧ୍ୟରୁ ଗୋଟିଏ ୫୫ ଇଂଚ ବା ତା’ଠାରୁ ଅଧିକ ଆକାରର ଥିଲା। ଡିସ୍‌ୱାସର ଓ ୱାସିଂ ମେସିନ୍‌ର ବିକ୍ରି ୨୦୨୧ରୁ ୨୦୨୫ ମଧ୍ୟରେ ବାର୍ଷିକ ହାରାହାରି ୨୯ ପ୍ରତିଶତ ବଢ଼ିଛି। ସେହିପରି ଗେମିଂ ଉପକରଣର ବିକ୍ରି ୨୬ ପ୍ରତିଶତ, ହେଡ୍‌ଫୋନ୍ ଓ ଇୟରବଡ୍ ଭଳି ଉପକରଣର ବିକ୍ରି ୨୩ ପ୍ରତିଶତ ଏବଂ ଏୟାର ଫ୍ରାୟର ବିକ୍ରି ୨୨ ପ୍ରତିଶତ ବାର୍ଷିକ ହାରରେ ବଢ଼ିଛି।

ରିପୋର୍ଟ ଅନୁସାରେ, ଭାରତର ଇଲେକ୍ଟ୍ରୋନିକ୍ସ ବଜାର ୨୦୨୪ରେ ୭ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୩୦ ସୁଦ୍ଧା ଏହା ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରେ ପହଂଚିବ। ଅର୍ଥାତ୍ ଆସନ୍ତା ୬ ବର୍ଷରେ ଏହି ବଜାରରେ ଆଉ ୩ ଲକ୍ଷ କୋଟି ଟଙ୍କାର ନୂଆ ସୁଯୋଗ ସୃଷ୍ଟି ହେବ। ପୁରୁଣା ଉପକରଣ ବଦଳାଇ ନୂଆ ଓ ଉନ୍ନତ ମାନର ସାମଗ୍ରୀ କିଣିବା ସହ ଛୋଟ ସହରରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବହାର ବୃଦ୍ଧି ଏହି ଅଭିବୃଦ୍ଧିର ମୁଖ୍ୟ ଆଧାର ହେବ। ଡିସ୍‌ୱାସର, ଏୟାର ଫ୍ରୟର, ଡ୍ରାୟର, ଗେମିଂ ଉପକରଣ ଓ ସ୍ମାର୍ଟ ୱେରେବଲ୍ ଭଳି ନୂଆ ସାମଗ୍ରୀ ଆଗାମୀ ଦିନରେ ବଜାରକୁ ଅଧିକ ଗତିଶୀଳ କରିବ ବୋଲି ରିପୋର୍ଟରେ କୁହାଯାଇଛି।

Related Post