ଆଜିର ଖାସ ଖବର
Sat. May 30th, 2026

ସମୀର କେ ମୋଦୀଙ୍କ ପକ୍ଷରୁ “ମୋଦୀୱେ- ଦି ନ୍ୟୁ ୱେ”ର ଶୁଭାରମ୍ଭ

By Admin_Dainkasha Mar11,2025
Samir K. Modi Unveils ‘Modiway – The New Way’, A Modicare Initiative to Revolutionise Direct Selling in India

ଭୁବନେଶ୍ୱର: ମୋଦିକେୟାରର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକ ସମୀର ମୋଦୀ ମୋଦୀକେୟାରର ନୂଆ ଅଭିଯାନ “ମୋଦୀୱେ-ଦି ନ୍ୟୁ ୱେ’ର ଶୁଭାରମ୍ଭ କରିଛନ୍ତି। ପ୍ରତ୍ୟକ୍ଷ ବିକ୍ରି ଦୃଶ୍ୟପଟ୍ଟରେ ରୂପାନ୍ତରଣ ଆଣି ମୋଦିକେୟାର ପକ୍ଷରୁ ବିଶ୍ୱସ୍ତରୀୟ, ବିଜ୍ଞାନ ସମର୍ଥିତ ସମାଧାନକୁ ଅସୀମ ଉଦ୍ୟମିତା ସୁଯୋଗ ସହିତ ସମନ୍ୱିତ କରିଛି। ଏହା ହେଉଛି ଆର୍ଥିକ ସ୍ୱାଧୀନତା, ସାମଗ୍ରିକ କଲ୍ୟାଣ ଓ ବ୍ୟକ୍ତିଗତ ପରିପୂର୍ଣ୍ଣତାର ପ୍ରବେଶ ପଥ। ୧୯୯୬ରେ ମୋଦିକେୟାରର ପ୍ରତିଷ୍ଠାଠାରୁ ସମୀର କେ ମୋଦୀ ଭାରତର ପ୍ରତ୍ୟକ୍ଷ ବିକ୍ରି କ୍ଷେତ୍ରରେ ବିପ୍ଳବ ଆଣିଥିଲେ। ଏବେ “ଦି ନ୍ୟୁ ୱେ’ ଜରିଆରେ ସେ ପୁଣି ଥରେ ଏହି ଶିଳ୍ପରେ ରୂପାନ୍ତରଣ ଆଣିବାକୁ ଯାଉଛନ୍ତି।
ମୋଦୀକେୟାରର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସମୀର କେ ମୋଦୀ କହିଛନ୍ତି ଯେ, “ମୋଦୀୱେ-ଦି ନ୍ୟୁ ୱେ, ଭବିଷ୍ୟତ ପାଇଁ ମୋର ଦୃଷ୍ଟିକୋଣ ଯାହା ଉଦ୍ଦେଶ୍ୟ, ପରିବର୍ତନ ଏବଂ ସ୍ଥାୟୀ ପ୍ରଭାବରେ ଗଭୀର ଭାବରେ ଜଡ଼ିତ ହୋଇରହିଛି। ଏହି ପଦକ୍ଷେପ ଏକ ଆନ୍ଦୋଳନର ଶୁଭାରମ୍ଭ କରୁଛି ଯାହା ଫିଟନେସ୍ ଏବଂ କଲ୍ୟାଣକୁ ପ୍ରାଥମିକତା ଦେବା ସହିତ ଲୋକମାନଙ୍କ ପାଇଁ ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି। ଭାରତର ଉଦ୍ୟୋଗୀ ଭାବନା ଏବଂ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ବଢୁଥିବା ଧ୍ୟାନ ସହିତ ଆମେ ଏକ ଦେଶବ୍ୟାପୀ ପରିବର୍ତନ ଆଣିବାକୁ ପ୍ରସ୍ତୁତ ଅଛୁ। ଉନ୍ନତ ମାନର, ପ୍ରଭାବଶାଳୀ ସମାଧାନର ଚାହିଦା ବଢ଼ୁଥିବାରୁ ଏହା ସମଗ୍ର ଦେଶରେ ଏହାର ଶୁଭାରମ୍ଭ ଏବଂ ସ୍ଥାୟୀ ପ୍ରଭାବ ପକାଇବା ପାଇଁ ଉପଯୁକ୍ତ ସମୟ ପାଲଟିଛି। ମୋଦୀକେୟାରରେ ଆମେ ନବସୃଜନ ଏବଂ ଉଦ୍ୟୋଗ ମାଧ୍ୟମରେ ସମଗ୍ର ଭାରତରେ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ବିଶେଷଜ୍ଞ ପରାମର୍ଶଦାତାଙ୍କ ସମର୍ଥନରେ ଏବଂ ଉତ୍କର୍ଷତା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ସମର୍ଥନ କରି ଆମେ ଏକ ସମୁଦାୟ ଗଠନ କରୁଛୁ ଯାହା ଉତମ ସ୍ୱାସ୍ଥ୍ୟ, ଉଦ୍ଦେଶ୍ୟ ଏବଂ ଅନ୍ତର୍ଭୁକ୍ତୀକରଣ ସଫଳତା ଜରିଆରେ ସମୃଦ୍ଧ ହେବ।’’
ମୋଦୀୱେରେ ରହିିିଛି ତିନିଟି ବର୍ଗ। ତାହା ହେଉଛି ସେପ୍ ସିଫ୍ଟ, ଫରେଷ୍ଟ ନେକ୍ଟାର ଓ ସୌଲ ସେପ୍‌। ସେପ୍ ସିଫ୍ଟ ହେଉଛି ଓଜନ ହ୍ରାସ ଏବଂ ଦୀର୍ଘକାଳୀନ ଓଜନ ପରିବାଳନା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ। ଫରେଷ୍ଟ ନେକ୍ଟାର୍‌କୁ ଚର୍ମ ଓ କେଶର ଯତ୍ନ ନେବା ପାଇଁ ପ୍ରସ୍ତୁତ କରାଯାଇଛି। ସୌଲ ସେଫ୍ ହେଉଛିି ଏକ ସ୍ମାର୍ଟ କିଚେନ୍ ସମାଧାନ।
ଭାରତର ପ୍ରତ୍ୟକ୍ଷ ବିକ୍ରି ଶିଳ୍ପ ଦ୍ରୁତ ଅଭିବୃଦ୍ଧି ପଥରେ ଥିବା ବେଳେ ୨୦୩୩ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେଥିରୁ କେବଳ ଓଜନ ପରିଚାଳନା ଶିଳ୍ପ ୨୦୨୮ ସୁଦ୍ଧା ୩,୧୫,୦୦୦ କୋଟି ଟଙ୍କାରୁ ଅଧିକ ହେବ। କମ୍ପାନି ଏହାର ରୂପାନ୍ତରଣର ନୂତନ ଅଧ୍ୟାୟ ଆରମ୍ଭ କରୁଥିବା ବେଳେ ଏହା କେବଳ ଜୀବନଶୈଳୀରେ ଉନ୍ନତି ଆଣିବ ନାହିଁ, ବରଂ ୱେଲନେସ୍ ଓ ପ୍ରତ୍ୟକ୍ଷ ବିକ୍ରିର ଅଗ୍ରଣୀ ଭାବେ ଉଭା ହେବ।

Related Post