ଆଜିର ଖାସ ଖବର
Sat. May 30th, 2026

ଆଟଲାଂଟା ଇଲେକ୍ଟ୍ରିକାଲ୍‌ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Feb7,2025

ଭୁବନେଶ୍ୱର: ଭାରତରେ ଶକ୍ତି ଓ ଇନଭର୍ଟର ଡ୍ୟୁଟି ଟ୍ରାନ୍ସଫରମର୍‌ର ଅନ୍ୟତମ ଅଗ୍ରଣୀ ନିର୍ମାତା ଆଟଲାଂଟା ଇଲେକ୍ଟ୍ରିକାଲ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏହା ହେଉଛି ଭାରତରେ ଥିବା କିଛି ହାତ ଗଣତି କମ୍ପାନି ମଧ୍ୟରୁ ଅନ୍ୟତମ ଯାହା ୨୦୦ ମେଗା ଭୋଲ୍‌ଟ ଆମ୍ପିୟର୍ ପର୍ଯ୍ୟନ୍ତ କ୍ଷମତାର ଟ୍ରାନ୍ସଫରମର୍ ଉତ୍ପାଦନ କରୁଛି।
ଏହି କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି କ୍ରୁପେଶଭାଇ ନରହରିଭାଇ ପଟେଲ, ନିରାଲ କ୍ରୁପେଶଭାଇ ପଟେଲ, ଅମିଶ କୃପେଶଭାଇ ପଟେଲ, ତନ୍ମୟ ସୁରେନ୍ଦ୍ରଭାଇ ପଟେଲ, ନରହରିଭାଇ ଏସ୍ ପଟେଲ ଫ୍ୟାମିଲି ଟ୍ରଷ୍ଟ, ପଟେଲ ଫ୍ୟାମିଲି ଟ୍ରଷ୍ଟି ପ୍ରାଇଭେଟ୍ ଲିମିଟେଡ୍‌, ନିରାଲ ପଟେଲ ଫ୍ୟାମିଲି ଟ୍ରଷ୍ଟ, ଅମିଶ ପଟେଲ ଫ୍ୟାମିଲି ଟ୍ରଷ୍ଟ, ତନ୍ମୟ ପଟେଲ ଫ୍ୟାମିଲି ଟ୍ରଷ୍ଟ ଓ ଆଟଲାଂଟା ୟୁଏଚଭି ଟ୍ରାନ୍ସଫର୍ମର୍ସ ଏଲଏଲପି ।
ଏହି ଅଫରରେ ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲ୍‌ରେ ୩,୮୧୦,୮୯୫ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରାଯିବ। ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ କିଛି ଇକ୍ୱିଟି ସେୟାର ସଂରକ୍ଷିତ ରହିବ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, କମ୍ପାନିର କାର୍ଯ୍ୟକାରୀ ପୁଞ୍ଜି ଭାବେ ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ।
ଅଫର ଫର ସେଲ୍‌ରେ ଆଟଲାଂଟା ୟୁଏଚଭି ଟ୍ରାନ୍ସଫର୍ମର୍ସ ଏଲଏଲପି ଦ୍ୱାରା ୩,୮୧୦,୮୯୫ ଇକ୍ୱିଟି , ହେମାଙ୍ଗ ହରେନ୍ଦ୍ର ଶାହାଙ୍କ ୬୬୬,୫୬୦ ଇକ୍ୱିଟି ସେୟାର; ନିମିଷ ହରେନ୍ଦ୍ର ଶାହାଙ୍କ ୭୭୭,୧୮୫ ଇକ୍ୱିଟି ସେୟାର; ଧୱଲ ହର୍ଷଦଭାଇ ମେହେଟ୍ଟାଙ୍କ ୨୧୭,୫୦୦ ଇକ୍ୱିଟି ସେୟାର; ଗୀତାବେନ୍ ହର୍ଷଦଭାଇ ମେହେଟ୍ଟାଙ୍କ ଦ୍ୱାରା ୩୨୬,୨୫୦ ଇକ୍ୱିଟି ସେୟାର; ଜିଗ୍ନେଶ ସୂର୍ଯ୍ୟକାନ୍ତ ପଟେଲଙ୍କ ଦ୍ୱାରା ୧,୩୮୭,୫୦୦ ଇକ୍ୱିଟି ସେୟାର ବିକ୍ରି କରିବା ପ୍ରସ୍ତାବ ରହିଛି।
ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌। କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ଲାଗି ଡିଆର୍‌ଏଚ୍‌ପିରେ ପ୍ରସ୍ତାବ ଦିଆଯାଇଛି।

Related Post