ଏହି ପଦକ୍ଷେପରେ ଟିପିଏସ୍ଓଡିଏଲର ପ୍ରୋଜେକ୍ଟ ପାର୍ଟନର “ପ୍ରଥମ” ଦ୍ଵାରା ସୋଲାର ସିଷ୍ଟମର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ତାଲିମ ଦିଆଯାଉଛି। ଯାହା ଫଳରେ ଯୁବପିଢି ଦକ୍ଷ ହେବା ସହ ତୃଣମୂଳ ସ୍ତରରେ ଅକ୍ଷୟ ଶକ୍ତି ଆପଣାଇବାରେ ସହାୟକ ହୋଇପାରିବେ। ପ୍ରଥମ ବ୍ୟାଚରେ ୨୦ ଜଣ ଛାତ୍ରଛାତ୍ରୀ ଘରୋଇ ସୋଲାର ସିଷ୍ଟମ ସଂସ୍ଥାପନ ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ତାଲିମ ନେବେ। ସ୍ୱଚ୍ଛ ଶକ୍ତି ଦିଗରେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ଆଧାରରେ ଏହି ପଦକ୍ଷେପ ସୌର ଶକ୍ତିକୁ ପ୍ରୋତ୍ସାହିତ କରୁଅଛି।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆସିକା ଡିଭିଜନ -୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗତଜିତ୍ ଦାସ ମହାପାତ୍ର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପ୍ରଧାନ, ନଳବନ୍ତ ସରପଞ୍ଚ କେସି ପ୍ରଧାନ ଏବଂ ଟିପିଏସ୍ଓଡିଏଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସିଏସଆର୍ ଟିମ୍ ଉପସ୍ଥିତ ଥିଲେ। ଏଭଳି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ସବୁଜ ଶକ୍ତି ଦିଗରେ ପ୍ରତିବଦ୍ଧତା ଦର୍ଶାଇବା ସହ ଦକ୍ଷିଣ ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରୁଅଛି।

