ଆଜିର ଖାସ ଖବର
Sat. May 30th, 2026

ଆକ୍ସିସ ବ୍ୟାଙ୍କ ଓ ସୁପର.ମନି ପକ୍ଷରୁ ରୁପେ କ୍ୟାସବ୍ୟାକ କ୍ରେଡିଟ କାର୍ଡର ଶୁଭାରମ୍ଭ

By Admin_Dainkasha May26,2025

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ଓ ଫ୍ଲିପକାର୍ଟର କ୍ରେଡିଟ ପ୍ରଥମ ୟୁପିଆଇ ପ୍ଲାଟଫର୍ମ ସୁପର.ମନି ପକ୍ଷରୁ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ‘ଆକ୍ସିସ ସୁପର.ମନି ରୁପେ କ୍ରେଡିଟ କାର୍ଡ’କୁ ଉନ୍ମୋଚନ କରାଯାଇଛି। ଭାରତର ବିଶ୍ୱସ୍ତରୀୟ କାର୍ଡ ପେମେଂଟ ନେଟୱର୍କ ରୁପେରେ ଉପଲବ୍ଧ ଏହି କ୍ରେଡିଟ କାର୍ଡ ଗ୍ରାହକମାନଙ୍କୁ ଶ୍ରେଷ୍ଠ ରିୱାର୍ଡ ଓ ସୁବିଧା ପ୍ରଦାନ କରିବ। ନୂଆ ରୁପେ କ୍ରେଡିଟ କାର୍ଡ ଉଭୟ ଡିଜିଟାଲ ଓ ପ୍ରତ୍ୟକ୍ଷ ଭାବେ ଉପଲବ୍ଧ ହୋଇଥିବା ବେଳେ ୟୁପିଆଇ, କାର୍ଡ ପିଓଏସ ଟର୍ମିନାଲ, ଅନଲାଇନ ପ୍ଲାଟଫର୍ମ ଓ ଏଟିଏମରେ ନିରବଚ୍ଛିନ୍ନ କାରବାରରେ ସହାୟକ ହେବ।
ସୁପର.ମନି ଆପରେ କ୍ରେଡିଟ କାର୍ଡ କାରବାର ଜରିଆରେ ସ୍କାନ ଆଣ୍ଡ ପେ’ରେ ଏହି କାର୍ଡରେ ୩ ପ୍ରତିଶତ କ୍ୟାସବ୍ୟାକ ମିଳିବ ଏବଂ ଅନ୍ୟ ସମସ୍ତ ଖର୍ଚ୍ଚ ବର୍ଗରେ ଏହା ୧ ପ୍ରତିଶତ କ୍ୟାସବ୍ୟାକ ପ୍ରଦାନ କରୁଥିବାରୁ, ତାହା ଭାରତରେ ଅନ୍ୟତମ ଶ୍ରେଷ୍ଠ ରୁପେ କ୍ରେଡିଟ କାର୍ଡ ହୋଇପାରିଛି। ବିନା କୌଣସିି ବାର୍ଷିକ ଫି’ରେ ଜୀବନବ୍ୟାପୀ ନିଶୁଳ୍କ ସେବା ସହିତ କାର୍ଡବିହୀନ ଓ କ୍ୟୁଆର ଭିତିକ କ୍ରେଡିଟ କାରବାର ସମାଧାନ ଜରିଆରେ ପେମେଂଟ ମାଧ୍ୟମକୁ ନିରବଚ୍ଛିନ୍ନ ଓ ସହଜ କରିବାକୁ ସୁପର.ମନି ପ୍ରତିବଦ୍ଧ ରହିଛି।
ଏହି ସହଯୋଗିତା ଭାରତର ଅଗ୍ରଣୀ କାର୍ଡ ଜାରି କରୁଥିବା ସଂସ୍ଥା ଭାବେ ଆକ୍ସିସ ବ୍ୟାଙ୍କର ବିଶେଷତା ଓ ସୁପର.ମନିର ଦୃଢ଼ ବିବିଧ ଚ୍ୟାନେଲ୍ ଉପସ୍ଥିତିକୁ ମିଶ୍ରଣ କରି ଏକ ସ୍ୱତନ୍ତ୍ର ଗ୍ରାହକ ଅନୁଭୂତି ପ୍ରଦାନ କରୁଛି। ପ୍ରତି ଷ୍ଟେଟମେଂଟ ଚକ୍ରରେ ଗ୍ରାହକମାନେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ। ୪୦୦ରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଇନ୍ଧନ କାରବାର ଉପରେ ଏହି କାର୍ଡରେ ୧ ପ୍ରତିଶତ ଇନ୍ଧନ ସରଚାର୍ଜ ଛାଡ଼ ମିଳିବ ଓ ଷ୍ଟେଟମେଟ ଚକ୍ର ପିଛା ସର୍ବାଧିକ ଛାଡ଼ ୪୦୦ ଟଙ୍କା ରହିବ। ଏହି କାର୍ଡ ପାଇବା ଲାଗି ଗ୍ରାହକମାନଙ୍କୁ ସୁପର.ମନି ଆପ ଡାଉନଲୋଡ କରିବାକୁ ପଡ଼ିବ ଏବଂ ପରେ ନିର୍ଦେଶ ଅନୁସରଣ କରିବାକୁ ହେବ।
ଆକ୍ସିସ ବ୍ୟାଙ୍କର ସଭାପତି ଓ କାର୍ଡ, ପେମେଂଟସ ଓ ସଂପତି ପରିଚାଳନା ମୁଖ୍ୟ ଆର୍ନିକା ଦିକ୍ଷୀତ କହିଛନ୍ତି ଯେ, ‘ଆକ୍ସିସ ବ୍ୟାଙ୍କରେ ଆମ ପାଖରେ କ୍ରେଡିଟ କାର୍ଡର ପୂର୍ଣ୍ଣ ବର୍ଗମାଳା ରହିଛି ଏବଂ ଆମ ମୂଲ୍ୟ ଉପସ୍ଥାପନା ସହିତ ଆମେ ନିରନ୍ତର ନବସୃଜନ କରୁଛୁ। ନୂଆ ଗାହକ ବର୍ଗଙ୍କ ପାଖରେ ପହଂଚିବା ଏବଂ ସେମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବା ଲାଗି ଆମେ ସହଯୋଗିତା ଗଢ଼ିବା ଜାରି ରଖିଛୁ। ଆକ୍ସିସ ବ୍ୟାଙ୍କ ସୁପର.ମନି ରୁପେ କ୍ରେଡିଟ କାର୍ଡର ଶୁଭାରମ୍ଭ ପାଇଁ ସୁପର.ମନି ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ ଯାହା କ୍ରେଡିଟ କାର୍ଡରେ ୟୁପିଆଇ ପେମେଂଟ ସକ୍ଷମ କରୁଥିବା ବେଳେ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ମୂଲ୍ୟ ପ୍ରଦାନ କରିବା ସହ ନବସୃଜନକୁ ତ୍ୱରାନ୍ୱିତ କରୁଛି। ଏହି ନୂଆ ଉତ୍ପାଦ ହେଉଛି ଅନେକ ମଧ୍ୟରୁ ଗୋଟିଏ ଯାହା ପେମେଂଟ ସମାଧାନଙ୍କୁ ଲୋକଙ୍କ ନିକଟତର କରିବା, ମୂଲ୍ୟକୁ ବଢ଼ାଇବା, ନିରବଚ୍ଛିନ୍ନତାକୁ ନେଇ ରହିଥିବା ଆମ ଲକ୍ଷ୍ୟ ସହ ସମନ୍ୱିତ ରହିଛି।’’
ସୁପର.ମନିର ପ୍ରତିଷ୍ଠାତା ଓ ସିଇଓ ପ୍ରକାଶ ସିକାରିଆ କହିଛନ୍ତି ଯେ, ‘ଏହି କ୍ରେଡିଟ୍ କାର୍ଡର ଶୁଭାରମ୍ଭ ଆଜି ଭାରତର ସବୁଠାରୁ ରିୱାର୍ଡ ଆଧାରିତ କ୍ରେଡିଟ୍ ସମାଧାନଗୁଡ଼ିକ ମଧ୍ୟରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। କାର୍ଡରେ ଫ୍ଲାଟ ୩ ପ୍ରତିଶତ କ୍ୟାସବ୍ୟାକ୍ ସହିତ ଅତୁଳନୀୟ ସୁବିଧା ରହିଛି, ଯାହା କୌଣସି କାରବାରରୁ ସର୍ବାଧିକ ମୂଲ୍ୟ ଖୋଜୁଥିବା ଉପଭୋକ୍ତାଙ୍କ ପାଇଁ ବେଶ ଆକର୍ଷଣୀୟ। ଏହି କାର୍ଡ୍ ସମସ୍ତଙ୍କ ପାଇଁ ସୁରକ୍ଷିତ, ରିୱାର୍ଡଯୁକ୍ତ ଏବଂ ସୁଗମ କାରବାର ସୁଲଭ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଆମେ ଅକ୍ସିସ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରି ଗର୍ବିତ ଯେ ଲୋକମାନଙ୍କୁ ନୂତନ ଉପକରଣ ପ୍ରଦାନ କରାଯାଇଛି ଯାହା ଆର୍ôଥକ ପରିଚାଳନାକୁ ସରଳ କରିବ ଏବଂ ଦାୟିତ୍ୱପୂର୍ଣ୍ଣ କ୍ରେଡିଟ୍ ଆଚରଣକୁ ପ୍ରୋତ୍ସାହିତ କରିବ। ଏହି ସହଯୋଗିତା ସମସ୍ତଙ୍କ ପାଇଁ ଏକ ଅଧିକ ସମାନ ଏବଂ ସୁଲଭ କ୍ରେଡିଟ୍ ବ୍ୟବସ୍ଥା ଗଠନ ଦିଗରେ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।’’
ଏନପିସିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ- ଗ୍ରୋଥ୍ ସୋହିନୀ ରାଜୋଲା କହିଛନ୍ତି ଯେ, ‘ଆମେ ଅକ୍ସିସ୍ ବ୍ୟାଙ୍କ ଏବଂ ସୁପର.ମନି ସହିତ ସହଯୋଗରେ ଏହି ରୁପେ କ୍ରେଡିଟ୍ କାର୍ଡ ଶୁଭାରମ୍ଭ କରିଥିବାରୁ ବହୁତ ଖୁସି। ଏହି ୟୁପିଆଇ ସକ୍ଷମ କ୍ରେଡିଟ୍ କାର୍ଡ୍ ଉପଭୋକ୍ତାଙ୍କୁ ଏକ ସୁଗମ ଏବଂ କାର୍ଯ୍ୟକ୍ଷମ ପେମେଂଟ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଦୈନନ୍ଦୀନ କାରବାରକୁ ସହଜ କରିବ। ରୁପେର ସୁରକ୍ଷିତ ଏବଂ ବ୍ୟାପକ ଗ୍ରହଣୀୟ ନେଟୱର୍କ୍ ସହିତ ଏହା ବିଶ୍ୱସନୀୟତା ଏବଂ ସୁବିଧା ନିଶ୍ଚିତ କରୁଛି ଓ ଅର୍ଥପୂର୍ଣ୍ଣ ପୁରସ୍କାର ପ୍ରଦାନ କରୁଛି।

Related Post