ଆଜିର ଖାସ ଖବର
Tue. May 26th, 2026

ସ୍କୋଡା ଟ୍ୟୁବ୍‌ସ ଲିମିଟେଡ୍‌ର ୨୨୦ କୋଟି ଟଙ୍କାର ଆଇପିଓ ୨୦୨୫ ମେ’ ୨୮ରେ ଖୋଲିବ

By Admin_Dainkasha May26,2025
SCODA TUBES LIMITED ₹220 CRORE IPO TO OPEN ON WEDNESDAY, MAY 28, 2025

ଭୁବନେଶ୍ୱର: ସ୍କୋଡା ଟ୍ୟୁବ୍‌ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)ର ବିଡ୍ ୨୦୨୫ ମେ’ ୨୮ ବୁଧବାର ରେ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ ଦିନ ପୂର୍ବରୁ ମେ’ ୨୭ ମଙ୍ଗଳବାରରେ ବିଡ୍ ଦାଖଲ କରିପାରିବେ। ଏହି ଅଫର୍‌ର ବିଡ୍ ମେ’ ୩୦ ଶୁକ୍ରବାର ବନ୍ଦ ହେବ। ନିବେଶକମାନେ ସର୍ବନିମ୍ନ ୧୦୦ ଇକ୍ୱିଟି ସେୟାର୍‌ର ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୧୦୦ଟି ଲେଖାଏଁ ସେୟାର ଯୋଡ଼ି ପାରିବେ। ଇକ୍ୱିଟି ସେୟାର ପିଛା ଦାମ୍ ୧୩୦ ଟଙ୍କାରୁ ୧୪୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି।
ଏହି ଅଫରରେ କମ୍ପାନି ୨୨୦ କୋଟି ଟଙ୍କାର କେବଳ ନୂଆ ଇକ୍ୱିଟି ସେୟାର ଜାରି କରିବ। ସେଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ସିମ୍‌ଲେସ୍ ଓ ୱେଲ୍‌ଡେଡ୍ ଟ୍ୟୁବ୍ ଓ ପାଇପ୍ ଉତ୍ପାଦନ କ୍ଷମତାକୁ ସମ୍ପ୍ରସାରଣ କରିବା ପାଇଁ ପୁଞ୍ଜି ଭାବେ ୭୬.୯୯ କୋଟି ଟଙ୍କଯ, ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି ଭାବେ ୧୧୦ କୋଟି ଟଙ୍କା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସରେ ପ୍ରସ୍ତାବ ରହିଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ମୋନାର୍କ ନେଟ୍‌ୱର୍କ କ୍ୟାପିଟାଲ୍ ଲିମିଟେଡ୍‌।

Related Post