ଭାରତର ଅନ୍ୟତମ ବୃହତ୍ତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଂ ଉପସ୍ଥାପନା “ଓପନ’ର ପରବର୍ତ୍ତୀ ପର୍ଯ୍ୟାୟ “ଓପନ କି ଆଦତ ପଡ ଜାଏଗି’କୁ ଉନ୍ମୋଚନ କରାଯାଇଛି। ଉତ୍ପାଦ ଆଧାରିତ କାହାଣୀ ବର୍ଣ୍ଣନାଠାରୁ ଆଗକୁ ବଢ଼ି ଏହି ଅଭିଯାନରେ କିଭଳି ଡିଜିଟାଲ ଅନୁଭୂତି ସୁବିଧା, ବ୍ୟକ୍ତିଗତକରଣ ଓ ଗ୍ରାହକଙ୍କ ଆଶା ଅନୁସାରେ ନିୟନ୍ତ୍ରଣ, ପ୍ରଭାବୀ ଆଚରଣ ଓ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହେବା ଆଧାର ଉପରେ ଧ୍ୟାନ ଦିଆଯାଇଛି।
ଆକ୍ସିସ୍ ୨.୦ ରୂପାନ୍ତରଣ ଯାତ୍ରାର ଅଂଶ ଭାବେ ୨୦୨୩ରେ ଶୁଭାରମ୍ଭ କରାଯାଇଥିବା “ଓପନ’ ଭାରତର ଡିଜିଟାଲ ବ୍ୟାଙ୍କିଂ ଅଭ୍ୟୁଦୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୨୦୨୩ର ଅଭିଯାନ ଓପନ କଣ କରିପାରିବ ତାହା ଉପରେ ପର୍ଯ୍ୟବେସିତ ଥିଲା। କିନ୍ତୁ ଓପନ ଦି ଆଦତ ପଡ ଗୟି ଅଭିଯାନରେ ବ୍ରାଣ୍ଡର ପରବର୍ତ୍ତୀ ଅଭ୍ୟୁଦୟ ଉପରେ ଗୁରୁତ୍ୱ ଦେଇ ତାହା କିଭଳି ଗ୍ରାହକଙ୍କ ଦୈନନ୍ଦୀନ ଜୀବନକୁ ପ୍ରଭାବିତ କରୁଛି ତାହା ଉପରେ ଆଲୋକପାତ କରୁଛି। ଏଥିରେ “ଦିଲ ସେ ଓପନ ୨୪୭’କୁ ଗୁରୁତ୍ୱାରୋପ କରାଯାଇଛି।
ଏହି ଅଭିଯାନ ଅଧୀନରେ ପ୍ରତିଟି ସିନେମାରେ ଗ୍ରାହକ ସମାନ ସୁବିଧା, ବ୍ୟକ୍ତିଗତକରଣ ଓ ଓପନ ଆପ ଉପରେ ନିୟନ୍ତ୍ରଣ ଖୋଜୁଥିବା ପ୍ରଦର୍ଶିତ କରାଯାଇଛି। ପ୍ରତିଟି ସିନେମା ଶେଷରେ ସେହି ପ୍ରଶ୍ନ ଆସୁଛି “ଯଦି ମୋ ବ୍ୟାଙ୍କ ଏଭଳି କରିପାରିବ, ତେବେ ଆପଣ କାହିଁକି ନୁହେଁ? ଓ ତା ପରେ ବାର୍ତ୍ତା ଆସିବ “ଅଭ୍ୟାସରେ ପଡ଼ିଗଲ ନା’। ଏହି ଅଭିଯାନ ଅଧୀନରେ ପ୍ରସ୍ତୁତ କରାଯାଇଥିବା ୭ଟି ସିନେମା ହେଉଛି ବହୁ ବ୍ୟାଙ୍କ ଗୋଟିଏ ଭିଉ, ଗୋଟିଏ ସ୍ଥାନରେ ସବୁ କିଛି, ଆପଣଙ୍କ ଟଙ୍କା କୁଆଡ଼େ ଯାଉଛି ଜାଣନ୍ତୁ, ଆପଣଙ୍କ ହିସାବରେ ନିୟନ୍ତ୍ରଣ କରନ୍ତୁ, ଆପଣଙ୍କ ହାତରେ ସୁରକ୍ଷା, କାରବାର ବାହାରେ ସୁରକ୍ଷା, ଠକେଇ ଚାପ ବିରୋଧରେ ସୁରକ୍ଷା।
ଆକ୍ସିସ୍ ବ୍ୟାଙ୍କର ଡିଜିଟାଲ୍ ବିଜନେସ୍, ଟ୍ରାନ୍ସଫରମେସନ୍ ଏବଂ ଷ୍ଟ୍ରାଟେଜିକ୍ ପ୍ରୋଗ୍ରାମ୍ସର ଗ୍ରୁପ୍ ହେଡ୍ ସମୀର ସେଟ୍ଟି କହିଛନ୍ତି ଯେ, “ଯେହେତୁ ବ୍ୟାଙ୍କ କାରବାର ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ଜଡ଼ିତ ହେବାରେ ଲାଗିଛି, ତେଣୁ ଡିଜିଟାଲ୍ ଅନୁଭୂତିଗୁଡ଼ିକ ଏକ ମୁଖ୍ୟ ଭିନ୍ନତାର କାରକ ଭାବରେ ଉଭା ହେଉଛି। ଆକ୍ସିସ୍ ବ୍ୟାଙ୍କରେ ଆମେ ବୁଦ୍ଧିମତାପୂର୍ଣ୍ଣର୍, ସୁରକ୍ଷିତ ଓ ଗ୍ରାହକ କେନ୍ଦ୍ରିକ କ୍ଷମତା ନିର୍ମାଣ କରିବା ଉପରେ ଧ୍ୟାନ ଦେଉଛୁ ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଆର୍ôଥକ ଯାତ୍ରା ଉପରେ ଅଧିକ ଦୃଶ୍ୟମାନତା, ନମନୀୟତା ଓ ନିୟନ୍ତ୍ରଣ ପ୍ରଦାନ କରୁଛି। “ଓପନ୍ ମାଧ୍ୟମରେ ଆମେ କେବଳ ବ୍ୟାଙ୍କିଙ୍ଗ୍ କାରବାରଗୁଡ଼ିକୁ ଡିଜିଟାଇଜ୍ କରୁନାହୁଁ ବରଂ ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ସହିତ କିପରି ଯୋଡ଼ିହୁଅନ୍ତି ତାହାର ପୁନର୍ବିଚାର କରୁଛୁ। ଏହି ଅଭିଯାନ ଏକ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି କିପରି ବ୍ୟବହାରକୁ ପ୍ରଭାବିତ, ଆଶାକୁ ଉଚ୍ଚ ଏବଂ ଗ୍ରାହକଙ୍କ ସମ୍ପୃକ୍ତିକୁ ମଜବୁତ କରିପାରିବ ତାହା ଦର୍ଶାଇ ଏହି ଦୃଷ୍ଟିକୋଣକୁ ଜୀବନ୍ତ କରିଛି।’’
ଆକ୍ସିସ୍ ବ୍ୟାଙ୍କର ଚିଫ୍ ମାର୍କେଟିଂ ଅଫିସର ଅନୂପ ମନୋହର କହିଛନ୍ତି ଯେ, ‘ଓପନ୍’ କି ଆଦତ୍ ପଡ଼ ଜାଏଗୀର ମୂଳରେ ଏକ ସରଳ ପର୍ଯ୍ୟବେକ୍ଷଣ ରହିଛି। ଗ୍ରାହକମାନେ ଥରେ ଏକ ନିର୍ଦ୍ଦିଷ୍ଟ ସ୍ତରର ସୁବିଧା, ବ୍ୟକ୍ତିଗତକରଣ ଓ ନିୟନ୍ତ୍ରଣରେ ଅଭ୍ୟସ୍ତ ହୋଇଗଲେ ସେମାନେ ପ୍ରତ୍ୟେକ କାରବାରରେ ସ୍ୱାଭାବିକ ଭାବରେ ଏହା ଆଶା କରିବାକୁ ଆରମ୍ଭ କରନ୍ତି। ପ୍ରାସଙ୍ଗିକ କାହାଣୀ ଓ ହାସ୍ୟରସ ମାଧ୍ୟମରେ ଏହି ଅଭିଯାନ ଏହି ଅନ୍ତର୍ଦୃଷ୍ଟିକୁ ଜୀବନ୍ତ କରିଛି। ଏହା ମଧ୍ୟ ଦର୍ଶାଉଛି ଯେ କିପରି ‘ଓପନ୍’ ଆପ୍ ଗ୍ରାହକମାନଙ୍କୁ ସହଜ, ସୁରକ୍ଷିତ ଓ ଗ୍ରାହକକେନ୍ଦ୍ରିକ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଅଧିକ ବିଶ୍ୱାସ, ସୁବିଧା ଓ ନିୟନ୍ତ୍ରଣ ସହିତ ସେମାନଙ୍କ ଆର୍ôଥକ ଜୀବନ ପରିଚାଳନା କରିବାରେ ସାହାଯ୍ୟ କରୁଛି।’’
‘ଓପନ୍ କି ଆଦତ୍ ପଡ଼ ଜାଏଗୀ’ ଅଭିଯାନକୁ କ୍ରିଏଟିଭ୍ ଏଜେନ୍ସି ‘କ୍ୟୁରେଟିଭିଟି’ ସହିତ ସହଯୋଗିତାରେ ପରିକଳ୍ପନା ଓ କାର୍ଯ୍ୟକାରୀ କରାଯାଇଛି।
କ୍ୟୁରେଟିଭିଟିର ସିସିଓ ଆରତୀ ଶ୍ରୀନିବାସନ୍ କହିଛନ୍ତି ଯେ, “ଯେତେବେଳେ ଆକ୍ସିସ୍ ଟିମ୍ ଆମକୁ ଓପନ୍ ଆପ୍ କରିପାରୁଥିବା ସମସ୍ତ ଚମତ୍କାର ଜିନିଷ ଦେଖାଇଲେ ଆମର ପ୍ରଥମ ଚିନ୍ତା ଥିଲା ଏତେ ବଢ଼ିଆ ଆପ୍ ସହିତ ଆମେ ବିଜ୍ଞାପନକୁ ଏହା ସହିତ କିପରି ସମାନ କରିପାରିବା? ଯଦି ଆମେ ବିଶ୍ୱର କିଛି ସର୍ବୋତ୍ତମ ଅନୁଭୂତିଗୁଡ଼ିକୁ ନେବା ଓ ଓପନ୍ର ଅଭ୍ୟାସ ହୋଇଗଲା ପରେ ସେଗୁଡ଼ିକ କିପରି ଯଥେଷ୍ଟ ଭଲକାରୀ ମନେ ହୋଇପାରିବ ତାହାକୁ ନେଇ କିଛି ମଜାଦାର କରିବା ଆମର ଚିନ୍ତାଧାରା ଥିଲା। ଆମର କ୍ରିଏଟିଭ୍ ଡାଇରେକ୍ଟର ଅଲତମାଶ ଜଲିଲଙ୍କୁ ଅନେକ ପୁର୍ନଲିଖନ ଓ ହାସ୍ୟରସ ପାଇଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆକ୍ସିସ୍ ବ୍ୟାଙ୍କରେ ଥିବା ଆମର ଅଂଶୀଦାରମାନଙ୍କୁ ଆମକୁ ପ୍ରକ୍ରିୟା ମାଧ୍ୟମରେ ମାର୍ଗଦର୍ଶନ କରିବା ଏବଂ ବ୍ୟାଙ୍କିଙ୍ଗ୍ ଆପ୍ ଭଳି ଏକ ସୁବିଧାଥିବା ବିଷୟକୁୁ ଏତେ ମାନବୀୟ ଅନୁଭବ କରାଇବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛୁ।’’
ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓପନ କି ଆଦତ ପଡ ଜାଏଗି ଅଭିଯାନର ଶୁଭାରମ୍ଭ

