ଆଜିର ଖାସ ଖବର
Fri. Sep 11th, 2026

ବନ୍ଧନ ବ୍ୟାଙ୍କ ପକ୍ଷରୁ ସିଏସଆର ପଦକ୍ଷେପ ଅଂଶ ଭାବେ ସାଇବର କପ ଅଭିଯାନର ଶୁଭାରମ୍ଭ

By Admin_Dainkasha Jul14,2026

ବନ୍ଧନ ବ୍ୟାଙ୍କ ପକ୍ଷରୁ ଏହାର ସିଏସଆର କାର୍ଯ୍ୟକ୍ରମ ଅଧୀନରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହଯୋଗରେ ଏକ ଦେଶବ୍ୟାପୀ ସାଇବର ସଚେତନତା ଅଭିଯାନ “ସାଇବର କପ”ର ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ଡିଜିଟାଲ୍ ଆଚରଣକୁ ପ୍ରୋତ୍ସାହିତ କରିବା ଓ କ୍ରମାଗତ ଭାବେ ବଢ଼ୁଥିବା ସାଇବର ପ୍ରତାରଣାଗୁଡ଼ିକର ଅଧିକ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ନାଗରିକମାନଙ୍କୁ ସାହାଯ୍ୟ କରିବା।
ଭାରତରେ ସାଇବର ଅପରାଧର ଦ୍ରୁତ ବୃଦ୍ଧି ମଧ୍ୟରେ ଏହି ଅଭିଯାନ ଆସିଛି। ସରକାରୀ ତଥ୍ୟ ଅନୁଯାୟୀ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ ମାଧ୍ୟମରେ ରିପୋର୍ଟ କରାଯାଇଥିବା କ୍ଷତି ୨୦୨୫ ମସିହାରେ ପ୍ରାୟ ୨୨,୪୯୫ କୋଟି ଟଙ୍କାରେ ପହଂଚିଥିଲା ଓ ଏହି ବର୍ଷ ୨୪ ଲକ୍ଷରୁ ଅଧିକ ଅଭିଯୋଗ ରେକର୍ଡ କରାଯାଇଥିଲା।
“ସାଇବର କପ୍‌” ଚଳଚ୍ଚିତ୍ର, ସଚେତନତା ବାର୍ତ୍ତା ଓ ଜନସମ୍ପର୍କ ମାଧ୍ୟମରେ ସାଇବର ସୁରକ୍ଷାକୁ ସରଳ କରିବାକୁ ଚେଷ୍ଟା କରିବ ଯାହା ଲୋକମାନଙ୍କୁ ଏକ ସରଳ ଆଚରଣ ଆପଣେଇବାକୁ ଉତ୍ସାହିତ କରିବା। ତାହା ହେଉଛି ‘ଅଟକନ୍ତୁ; ଯାଂଚ କରନ୍ତୁ; ରିପୋର୍ଟ କରନ୍ତୁ’। ଏହା ନାଗରିକମାନଙ୍କୁ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ ଓ ୧୯୩୦ ହେଲପଲାଇନ ମାଧ୍ୟମରେ ଘଟଣାଗୁଡ଼ିକର ରିପୋର୍ଟ କରିବାକୁ ମଧ୍ୟ ପରାମର୍ଶ ଦେଉଛି।
ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଏହାକୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏହା ତାଙ୍କର ସୁପରିଚିତ ‘କପ୍ ୟୁନିଭର୍ସ’ ମାଧ୍ୟମରେ ଏକ ଶକ୍ତିଶାଳୀ ସାଂସ୍କୃତିକ ସମ୍ପର୍କ ଯୋଡ଼ିଛି ଏବଂ ସାଇବର ବିଦଗୁଡ଼ିକ ଏବେ ଦୈନନ୍ଦିନ ଡିଜିଟାଲ୍ ଜୀବନର ଏକ ଅଂଶ ବୋଲି ରହିଥିବା ଧାରଣାକୁ ଦୃଢ଼ କରୁଛି।
ବନ୍ଧନ ବ୍ୟାଙ୍କର ମୁଖପାତ୍ର କହିଛନ୍ତି ଯେ, “ଭାରତର ଡିଜିଟାଲ୍ ବ୍ୟବସ୍ଥାରେ ସାଇବର ପ୍ରତାରଣା ହେଉଛି ସବୁଠାରୁ ଗୁରୁତର ସମସ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏ। ସେହି କାରଣରୁ ‘ସାଇବର କପ୍‌’ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଏପରି ସଚେତନତା ସୃଷ୍ଟି କରିବା ଯାହା ଲୋକମାନଙ୍କୁ ଠକେଇର ଶିକାର ହେବା ପୂର୍ବରୁ ଅଟକିବାକୁ, ବିଶ୍ୱାସ କରିବା ପୂର୍ବରୁ ଯାଂଚ କରିବାକୁ ଓ ତୁରନ୍ତ ରିପୋର୍ଟ କରିବାକୁ ସାହାଯ୍ୟ କରିବ।”

ଏହି ପଦକ୍ଷେପ ମାଧ୍ୟମରେ ବନ୍ଧନ ବ୍ୟାଙ୍କର ଲକ୍ଷ୍ୟ ହେଉଛି ବ୍ୟାପକ ଜନସଚେତନତା ପ୍ରୟାସକୁ ସମର୍ଥନ କରିବା ଏବଂ ଡିଜିଟାଲ୍ ଆର୍ôଥକ ସେବାଗୁଡ଼ିକ ସହିତ ଜଡ଼ିତ ହେବା ସମୟରେ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷିତ ନିଷ୍ପତି ନେବା ପାଇଁ ସକ୍ଷମ କରିବା।

Related Post