ଆଜିର ଖାସ ଖବର
Sat. May 30th, 2026

ବନ୍ଧନ ବ୍ୟାଙ୍କ ପକ୍ଷରୁ ୧୦ମ ବାର୍ଷିକୀରେ “ଲିଗାସି ଖାତା’ର ଶୁଭାରମ୍ଭ

By Admin_Dainkasha Aug25,2025
  • ସମ୍ଭ୍ରାନ୍ତ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧାଯୁକ୍ତ ଲିଗାସି ସଂଚୟ ଖାତା

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପ୍ରିମିୟମ୍ ଉତ୍ପାଦ “ଲିଗାସି ସଂଚୟ ଖାତା’ ଶୁଭାରମ୍ଭ କରାଯାଇଛି। ଉନ୍ନତ ଓ ସମୃଦ୍ଧ ବ୍ୟାଙ୍କିଂ ଅନୁଭୂତି ଚାହୁଥିବା ସମ୍ଭ୍ରାନ୍ତ ଶ୍ରେଣୀର ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ବ୍ୟାଙ୍କ ଏହାର ପରିଚାଳନା ଓ ବ୍ୟାଙ୍କିଂ ଉତ୍କର୍ଷର ୧୦ ବର୍ଷ ପୂରଣ କରିଥିବା ମାଇଲଖୁଂଟ ପରିପ୍ରେକ୍ଷୀରେ ବ୍ୟାଙ୍କ ଏହି ଖାତାର ଶୁଭାରମ୍ଭ କରିଛି।
ଲିଗାସି ସଂଚୟ ଖାତା ସହ ଗ୍ରାହକମାନେ ଏକ ୱାର୍ଲଡ ଇଲାଇଟ୍ ମାଷ୍ଟରକାର୍ଡ ଡେବିଟ୍ କାର୍ଡ ପାଇପାରିବେ ଯାହା ଉଭୟ ଡୋମେଷ୍ଟିକ୍ (ସହଯୋଗୀଙ୍କ ସମେତ) ଏବଂ ଅନ୍ତର୍ଜାତୀୟ ବିମାନବନ୍ଦର ଲାଉଞ୍ଜରେ ପ୍ରବେଶ, ତାଜ ଏପିକ୍ୟୁର୍ ସଦସ୍ୟତା, ମାଗଣା ସିନେମା ଓ କାର୍ଯ୍ୟକ୍ରମ ଟିକଟ, କେତେକ ନିର୍ଦ୍ଦିଷ୍ଟ କ୍ଲ୍‌ବ୍‌ରେ ଗଲ୍‌ଫ ସେସନ ଆଦି ସୁବିଧା ମିଳିବ। ଲିଗାସି ସଂଚୟ ଖାତାରେ ଗ୍ରାହକମାନେ ଜଣେ ଉତ୍ସର୍ଗୀକୃତ ରିଲେସନ୍‌ସିପ୍ ମ୍ୟାନେଜର, ଲକର ରେଂଟାଲ୍‌ରେ ଜୀବନବ୍ୟାପୀ ରିହାତି ଏବଂ ଭ୍ରମଣ, ମେଡିକାଲ୍‌, ଶିକ୍ଷା, ଲିଗାସି ଓ ଇଷ୍ଟେଟ୍ ଯୋଜନା ଆବଶ୍ୟକତା ପାଇଁ ବିଶେଷଜ୍ଞ ପରାମର୍ଶ ସେବା ପାଇପାରିବେ। ଏହି ଉତ୍ପାଦ ବ୍ୟାପକ ଜୀବନଶୈଳୀ, ଭ୍ରମଣ ଓ ଆର୍ଥିକ ସୁବିଧା ପ୍ରଦାନ କରିବ।
ଗ୍ରାହକମାନେ ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ଓ ଆଇଏମପିଏସ୍ ସମେତ ଅସୀମିତ ମାଗଣା କାରବାର କରିପାରିବେ। ଲିଗାସି ଗ୍ରାହକମାନଙ୍କୁ ବିମାନ ଦୁର୍ଘଟଣା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ, ବ୍ୟକ୍ତିଗତ ଦୁର୍ଘଟଣା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରୟ ସୁରକ୍ଷା ଭଳି ଉନ୍ନତ ବୀମା ସୁରକ୍ଷା ପ୍ରଦାନ କରାଯିବ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କ ୧୦ ବର୍ଷ ପୂରଣ କରିଥିବା ବେଳେ ଏହା ପ୍ରକୃତରେ ଏକ ଗର୍ବ ଓ କୃତଜ୍ଞତାର ମୁହୂର୍ତ। ଲିଗାସି ସଂଚୟ ଖାତାର ଶୁଭାରମ୍ଭ ସହିତ ଅଭିନବ ସମାଧାନ ଓ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବା ଲାଗି ନୂଆ ପ୍ରତିବଦ୍ଧତା ନେଇ ଆମେ ପରବର୍ତୀ ଦଶନ୍ଧିରେ ପ୍ରବେଶ କରିଛୁ ଏବଂ ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀ ଅଭିବୃଦ୍ଧିର ଉଦ୍ଦେଶ୍ୟକୁ ବଜାୟ ରଖିଛୁ। ଆଗାମୀ ଦଶନ୍ଧି ଯାତ୍ରାରେ ଆମ ଗ୍ରାହକଙ୍କ ଅତୁଟ ପ୍ରତିବଦ୍ଧତା, କର୍ମଚାରୀମାନଙ୍କ ସମର୍ପଣ ଏବଂ ଆମ ସମସ୍ତ ଅଂଶୀଦାରଙ୍କ ସହଯୋଗକୁ ଚାହିରହିଛୁ।’’
ବନ୍ଧନ ବ୍ୟାଙ୍କ ଏକ ସର୍ବଭାରତୀୟ ଅନୁଷ୍ଠାନ ଭାବେ ଉଭା ହୋଇଥିବା ବେଳେ ୨୦୨୫ ଜୁନ୍ ୩୦ ସୁଦ୍ଧା ୧.୫୫ ଲକ୍ଷ କୋଟି ଟଙ୍କାର ଜମା ଓ ୧.୩୪ ଲକ୍ଷ କୋଟି ଟଙ୍କାର ଅଗ୍ରୀମ ସହିତ ୩୧ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ଅନ୍ତର୍ଭୁକ୍ତୀକରଣ ଓ ଗ୍ରାହକ କୈନ୍ଦ୍ରୀକତାର ପତିଷ୍ଠା ଦର୍ଶନକୁ ନେଇ ଅଭିବୃଦ୍ଧି, ନବସୃଜନ ଓ ବିଶ୍ୱାସର ନୂତନ ଲକ୍ଷ୍ୟ ନେଇ ବ୍ୟାଙ୍କ ଆଗାମୀ ଦଶନ୍ଧିକୁ ଚାହିରହିଛି।

Related Post