ଆଜିର ଖାସ ଖବର
Sat. May 30th, 2026

ସ୍କ୍ରିନ୍ ଆୱାର୍ଡସ୍ ୨୦୨୫: ଏକ ସାଂସ୍କୃତିକ ମାଇଲଖୁଂଟ ୟୁଟୁୃ୍ୟବ୍ ସହ ହେଲା ଡିଜିଟାଲ୍‌-ପ୍ରଥମ

By Admin_Dainkasha Aug25,2025

ଭୁବନେଶ୍ୱର: ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ପକ୍ଷରୁ ସ୍କ୍ରିନ୍ ଆୱାର୍ଡସ୍ ୨୦୨୫କୁ ୟୁଟ୍ୟୁବ୍‌ରେ ନୂଆ ଢଙ୍ଗରେ ଉନ୍ମୋଚନ କରାଯାଇଛି। ଏହା ହେଉଛି ଭାରତୀୟ ସିନେମା ଓ କାହାଣୀ ବର୍ଣ୍ଣନାର ଐତିହାସିକ ସମାରୋହ। ସ୍କ୍ରିନ୍ ଆୱାର୍ଡସ୍ ୨୦୨୫ କେବଳ ଏକ ପୁରସ୍କାର ସମାରୋହ ନୁହେଁ। ଏହା ହେଉଛି ସମ୍ପାଦକୀୟ ବିଶ୍ୱସନୀୟତା, ସାଂସ୍କୃତିକ ପରମ୍ପରା ଓ ଡିଜିଟାଲ୍ ଉପସ୍ଥିତିର ମିଶ୍ରଣ। ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍‌ର ସାମ୍ବାଦିକତା ପ୍ରଥମ ମୂଲ୍ୟବୋଧର ସମର୍ଥନ ଥିବା ଏହି ପୁରସ୍କାର ସଚ୍ଚୋଟତା ଓ ପ୍ରତିଭା ଦ୍ୱାରା ପରିଚିତ। ସିନେ ନିର୍ମାତା, କଳାକାର ଏବଂ ସାଂସ୍କୃତିକ ସ୍ୱରମାନଙ୍କୁ ନେଇ ଗଠଟିତ ଏକ ସ୍ୱାଧୀନ ଓ ଅଣ ଲାଭଦାୟକ ବିଚାରକ ମଣ୍ଡଳୀ ସ୍କ୍ରିନ ଏକାଡେମି ଦ୍ୱାରା ବିଜେତାଙ୍କୁ ଚୟନ କରାଯାଇଥାଏ।
ଦି ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନନ୍ତ ଗୋଏଙ୍କା କହିଛନ୍ତି ଯେ, “ଭାରତୀୟ ସିନେମା ଏକ ମଂଚର ହକଦାର ଯାହା ସମ୍ଭାର ବାହାରେ ସୃଜନଶୀଳତାକୁ ପାଳନ କରୁଥିବ। ଆମ କାହାଣୀକାରମାନେ ୧୪୦ କୋଟି ସ୍ୱପ୍ନକୁ ଧାରଣ କରୁଛନ୍ତି ଯାହା ପରମ୍ପରା ସହ ଗଭୀର ଭାବେ ଜଡ଼ିତ ଥିବା ବେଳେ ଏକ ଆକର୍ଷଣୀୟ ଭବିଷ୍ୟତ ଆଡ଼କୁ ଯାତ୍ରା କରୁଛି। ଏହି ପୁରସ୍କାର ଭାରତର ସେହି ଶକ୍ତିଶାଳୀ ଓ ଅସଲି ସ୍ୱରର ଭାବକୁ ସମ୍ମାନିତ କରୁଛି। ଆମର ଏହି ଉଦ୍ୟମକୁ ୟୁଟ୍ୟୁବ୍ ବାଂଟିଥିବାରୁ ଆମେ ବେଶ୍ ରୋମାଂଚିତ।’’
ଏକ ଡିଜିଟାଲ୍ ପ୍ରଥମ ଆଭିମୁଖ୍ୟ ଭାବେ ସ୍କ୍ରିନ୍ ଆୱାର୍ଡକୁ ୟୁଟ୍ୟୁବ୍‌ରେ ଷ୍ଟ୍ରିମିଂ କରାଯିବ ଯାହା ଫଳରେ ତାହା ବିଶ୍ୱବ୍ୟାପୀ ପହଂଚିପାରିବ। ପ୍ରଥମ ଥର ପାଇଁ ବଲିଉଡ୍‌ର ବଡ଼ ତାରକାମାନେ ୟୁଟ୍ୟୁବ୍‌ର ପ୍ରଭାବଶାଳୀ କ୍ରିଏଟରମାନଙ୍କ ଜରିଆରେ ସ୍ପଟ୍‌ଲାଇନ୍ ବାଂଟିବେ, ଯେଉଁମାନେ ଏହି ତିନି ମାସିଆ ଲମ୍ବା ଉତ୍ସବର ପ୍ରତିଟି ଅଂଶକୁ ପ୍ରତିଫଳିତ କରିବେ। ରେଡ୍ କାର୍ପେଟ୍‌ଠାରୁ ଆରମ୍ଭ କରି ପ୍ରଚ୍ଛଦର ଦୃଶ୍ୟ, କ୍ରିଏଟରଙ୍କ କାହାଣୀ ଏବଂ ପ୍ରଶଂସକଙ୍କ ବାର୍ତା ଆଦି ସବୁ କିଛିକୁ ସେଥିରେ ସାମିଲ କରାଯିବ।
ଗ୍ରାହକମାନେ ମନୋରଂଜନ ଗ୍ରହଣ କରିବା ପଦ୍ଧତିରେ କିଭଳି ପରିବର୍ତନ ଘଟିଛି ତାହାକୁ ଡିଜିଟାଲ୍‌-ପ୍ରଥମ ଆଭିମୁଖ୍ୟ ପ୍ରତିଫଳିତ କରୁଛି। ଇଂଟରନେଟ୍ ସଂଯୋଗରେ ବୃଦ୍ଧି, କନେକ୍ଟେଡ ଟିଭି ସଂଖ୍ୟାରେ ଦ୍ରୁତ ବୃଦ୍ଧି ଏବଂ ବର୍ଦ୍ଧିତ ମୋବାଇଲ ଉପଯୋଗିତା ଦ୍ୱାରା ଭାରତୀୟ ମନୋରଂଜନ ଦୃଶ୍ୟପଟ୍ଟରେ ଏକ ଉଲ୍ଲେଖନୀୟ ଧାରା ଦେଖିବାକୁ ମିଳିଛି। ଗତ ପାଂଚ ବର୍ଷରେ କନେକ୍ଟେଡ ଟିଭି ୟୁଟ୍ୟୁବ୍ ପାଇଁ ଭାରତର ସର୍ବାଧିକ ଦ୍ରୁତଗତିରେ ବଢ଼ୁଥିବା ସ୍କ୍ରିନ୍ ହୋଇଛି ଯାହା ପ୍ରିମିୟମ୍ କଂଟେଂଟ୍‌କୁ ପ୍ରତିଟି ସ୍କ୍ରିନ୍ ସ ଫର୍ମାଟ୍‌ରେ ପହଂଚାଇବା ଲାଗି ତାହାର ସ୍ୱାତନ୍ତ୍ରତାକୁ ଉପସ୍ଥାପିତ କରିଛି। ଏହା ସିନେମାର ସମୃଦ୍ଧି ସହିତ ଡିଜିଟାଲ୍ କାହାଣୀ ବର୍ଣ୍ଣନାର ଜରୁରୀ ଆବଶ୍ୟକତାକର ମିଶ୍ରଣ କରି ପିଢ଼ି, ପ୍ଲାଟଫର୍ମ ଓ ସମୁଦାୟକୁ ଯୋଡ଼ୁଛି।
ଏହି ସହଯୋଗିତା ସମ୍ପର୍କରେ ୟୁଟ୍ୟୁବ୍‌ର ପରିଚାଳନା ନିର୍ଦ୍ଦେଶକ-ଭାରତ ଗୁଂଜନ ସୋନି କହିଛନ୍ତି ଯେ, “ସ୍କ୍ରିନ୍ ଆୱାର୍ଡସ୍‌ର ଡିଜିଟାଲ୍ ହୋମ୍ ହୋଇ ଆମେ ଉଲ୍ଲସିତ ଯାହା ଏକ ସାଂସ୍କୃତିକ ସମାରୋହକୁ ଏହାର ପରବର୍ତୀ ଅଧ୍ୟାୟରେ ପହଂଚାଇବ। ୟୁଟ୍ୟୁବ୍‌ରେ କୋଟି କୋଟି ଲୋକ ସେମାନେ ଭଲ ପାଉଥିବା ମନୋରଂଜନ ସହିତ ଯୋଡ଼ି ହୋଇଥାନ୍ତି ଏବଂ ଏକ ନୂଆ ଢଙ୍ଗରେ ସିନେମାର ସବୁଠୁ ବଡ଼ ରାତିକୁ ଅନୁଭବ କରିବା ପାଇଁ ଆମେ ଉଲ୍ଲସିିତ। ବଲିଉଡ୍‌ର ବଡ଼ ବଡ଼ କଳାକାରମାନଙ୍କୁ ୟୁଟ୍ୟୁବ୍‌ର ସବୁଠୁ ପ୍ରଭାବଶାଳୀ କ୍ରିଏଟରମାନଙ୍କ ସହ ଯୋଡ଼ି ଆମେ ଆକର୍ଷଣୀୟ କାର୍ଯ୍ୟକ୍ରମର ଏକ ଗୋଷ୍ଠୀ ଗଠନ କରିଛୁ ଏବଂ ପ୍ରଶଂସକଙ୍କ ଦୁନିଆର ଶକ୍ତିକୁ ଉଜାଗର କରିଛୁ।’’
ସାରା ବିଶ୍ୱ ଓ ଭାରତରେ ବ୍ୟାପକ ଭାବେ ପହଂଚିପାରିଥିବା ୟୁଟ୍ୟୁବ୍ ହେଉଛି ସ୍କ୍ରିନ୍ ଆୱାର୍ଡ ପାଇଁ ଉପଯୁକ୍ତ ଘର। କମ୍‌ସ୍କୋର୍ ଡଟ୍ କମ୍ ଅନୁଯାୟୀ ଭାରତରେ ୧୮ ବର୍ଷରୁ ଅଧିକ ଦର୍ଶକ ବର୍ଗରେ ୟୁଟ୍ୟୁବ୍ ପ୍ରତି ପାଂଚରୁ ଚାରି ଜଣଙ୍କ ପାଖରେ ପହଂଚିଛି ଏବଂ ୨୦୨୪ରେ ବିଶ୍ୱବ୍ୟାପୀ ଦେଅନିକ ୭.୫ ବିଲିଅନରୁ ଅଧିକ ଭିଡିଓ ଏହି ପ୍ଲାଟଫର୍ମ ସୃଷ୍ଟି କରୁଛି।
ସ୍କ୍ରିନ୍ ଆୱାର୍ଡ୍‌ସର କ୍ରିଏଟର ପ୍ରିୟଙ୍କା ସିହ୍ନା ଝା କହିଛନ୍ତି ଯେ, “୧୯୯୫ରେ ପ୍ରତିଷ୍ଠା ହୋଇଥିବା ସ୍କ୍ରିନ୍ ଆୱାର୍ଡସ୍ ଅନେକ ପ୍ରଥମ ପରମ୍ପରା ରଖିଛି। ଏହା ହେଉଛି ଭାରତର ପ୍ରଥମ ବିଚାରକ ଆଧାରିତ ସିନେମା ପୁରସ୍କାର, ପ୍ରଥମ ପୁରସ୍କାର ଯେଉଁଥିରେ ଓସ୍କାର ପରିଚାଳନା କର୍ତୃପକ୍ଷ ସାମିଲ ହୋଇଥିଲେ ଏବଂ ପ୍ରଥମ ସମ୍ମାନ ଯାହାକୁ ଆଜିର ଅନେକ ସୁପରଷ୍ଟାର ହାସଲ କରିଛନ୍ତି। ସ୍କ୍ରିନ ଏକାଡେମିର ଶୁଭାରମ୍ଭ ଏବଂ ୟୁଟ୍ୟୁବ୍ ସହିତ ଆମ ସହଯୋଗିତା ତଥା ଭାରତର ସବୁଠୁ ବିଶ୍ୱସନୀୟ ଓ ସମ୍ମାନଜନକ ପୁରସ୍କାର ଉପସ୍ଥାପନ କରିବାରେ ଆମ ପ୍ରତିଷ୍ଠା ଅନୁସାରେ ଭାରତର ଆଉ ଏକ ପ୍ରଥମ ପରମ୍ପରା ଗଠନ କରିଛୁ ଯାହା ଚମତ୍କାର ମନୋରଂଜନ ପ୍ରଦାନ କରିବ।’’
ଭାରତର ଦର୍ଶକମାନଙ୍କ ସହ ଉଭୟ ଅନଲାଇନ୍ ଓ ଅଫଲାଇନ୍‌ରେ ଯୋଡ଼ିହେବା ଲାଗି ଚାହୁଥିବା ବ୍ରାଣ୍ଡ୍‌ଗୁଡ଼ିକ ପାଇଁ ସ୍କ୍ରିନ ଆୱାର୍ଡସ୍ ୨୦୨୫ ବ୍ୟାପକ ଉପସ୍ଥିତି, ସାଂସ୍କୃତିକ ପ୍ରାସଙ୍ଗିକତା ଓ ବହୁ ଫର୍ମାଟର କାହାଣୀ କରିବା ସୁଯୋଗ ପ୍ରଦାନ କରୁଛି।

Related Post