ଆଜିର ଖାସ ଖବର
Sat. Sep 12th, 2026

ଟିପିସିଓଡିଏଲ୍ ପକ୍ଷରୁ ଜେ.ଆର.ଡି. ଟାଟାଙ୍କ ଜୟନ୍ତୀ ଅବସରରେ ନୈତିକତା ଦିବସ ପାଳିତ

By Admin_Dainkasha Jul30,2026

ଭୁବନେଶ୍ୱର, ଜୁଲାଇ ୨୯: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଆଜି ସମସ୍ତ କାର୍ଯ୍ୟାଳୟରେ ଶ୍ରୀ ଜାହାଙ୍ଗୀର ରତନଜୀ ଦାଦାଭୋଏ (ଜେ.ଆର.ଡି.) ଟାଟାଙ୍କ ଜୟନ୍ତୀ ଅବସରରେ ନୈତିକତା ଦିବସ ପାଳନ କରାଯାଇଛି।

ତାଙ୍କର ଅତୁଳନୀୟ ଅବଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଭୁବନେଶ୍ୱରସ୍ଥିତ କମ୍ପାନୀର କର୍ପୋରେଟ୍ କାର୍ଯ୍ୟାଳୟ ସମେତ ସେଣ୍ଟ୍ରାଲ ଓଡିଶାର କମ୍ପାନୀର ସମସ୍ତ କାର୍ଯ୍ୟାଳୟରେ ବିଭିନ୍ନ ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ କମ୍ପାନୀର ବରିଷ୍ଠ ନେତୃବୃନ୍ଦ ଏବଂ କର୍ମଚାରୀମାନେ ଜେ.ଆର.ଡି. ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ସେ ପ୍ରବର୍ତ୍ତନ କରିଥିବା ମୂଳ ମୂଲ୍ୟବୋଧ – ନୈତିକତା, ସତ୍ୟନିଷ୍ଠା, ଶ୍ରେଷ୍ଠତା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଏହି ଅବସରରେ କମ୍ପାନୀର ନେତୃବୃନ୍ଦ ପ୍ରକାଶ କରିଥିଲେ ଯେ, ଜେ.ଆର.ଡି. ଟାଟାଙ୍କ ପ୍ରେରଣାଦାୟୀ ଦୂରଦୃଷ୍ଟି ନୈତିକତା ବଜାୟ ରଖିବା ଏବଂ ସେବା କ୍ଷେତ୍ରରେ ଶ୍ରେଷ୍ଠତା ବଜାୟ ରଖିବା ପାଇଁ କମ୍ପାନୀକୁ ପ୍ରତିମୁହୂର୍ତ୍ତରେ ମାର୍ଗଦର୍ଶନ କରୁଛି।

Related Post