ଆଜିର ଖାସ ଖବର
Sat. Apr 18th, 2026

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ନବସୃଜନ ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ସହ ୧୧୮ତମ ପ୍ରତିଷ୍ଠା ଦିବସ ପାଳନ

By Admin_Dainkasha Jul24,2025

ଭୁବନେଶ୍ୱର: ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୧୧୮ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ସହିତ ବିଶ୍ୱାସ, ନବସୃଜନ ଓ ନିରନ୍ତର ଅଭିବୃଦ୍ଧି ପ୍ରତି ଏହା ନିଜର ପ୍ରତିିବଦ୍ଧତା ଦୋହରାଇଛି। ‘ନବସୃଜନ ଦ୍ୱାରା ସଶକ୍ତ ବିଶ୍ୱାସ’ ବିଷୟବସ୍ତୁ ଉପରେ ଆଧାରିତ ଏହି ପ୍ରତିଷ୍ଠା ଦିବସ ବ୍ୟାଙ୍କ ଦୀର୍ଘସ୍ଥାୟୀ ଗ୍ରାହକ ବିଶ୍ୱାସ ଉପରେ ଆଲୋକପାତ କରୁଥିବା ବେଳେ ବ୍ୟାଙ୍କିଂର ଭବିଷ୍ୟତକୁ ଆକାର ପ୍ରଦାନ କରୁଛି। ବ୍ୟାଙ୍କର ପ୍ରତିଷ୍ଠା ଦିବସ ସମାରୋହରେ ଆର୍ଥିକ ସେବା ବିଭାଗର ସଚିବ ଶ୍ରୀ ଏମ୍ ନାଗରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ବିଓବି ୱାର୍ଲଡ୍ ବିଜନେସ୍ ଆପ୍‌ର ଶୁଭାରମ୍ଭ କରାଯାଇଛି, ଯାହା ହେଉଛି ଏମ୍‌ଏସ୍‌ଏମ୍‌ଇ, ମର୍ଚାଂଟ୍ ଓ କର୍ପୋରେଟ୍ ଗ୍ରାହକମାନଙ୍କ ପାଇଁ ଏକ ନୂଆ ତଥା ବ୍ୟାପକ ମୋବାଇଲ୍ ବ୍ୟାଙ୍କିଙ୍ଗ ଆପ୍ଲିକେସନ୍ – ଏଆଇ ଓ ୩ଡି ହୋଲୋଗ୍ରାଫିକ୍ ପ୍ରଯୁକ୍ତିର ଶକ୍ତି ଥିବା ଅତ୍ୟାଧୁନିକ ଭର୍ଚୁଆଲ୍ ଫ୍ରଂଟ୍ ଅଫିସ୍‌, ବିଶ୍ୱସ୍ତରୀୟ ୟୁପିଆଇ ସେବା ବିଓବି इ ପେ’ ଇଂଟରନ୍ୟାସନାଲ୍‌, ବିଓବି ଇନସାଇଟ୍ ବ୍ରେଲି ଡେବିଟ୍ କାର୍ଡ ଏବଂ ଗ୍ରିନ୍ ଫାଇନାନ୍ସ ସ୍କିମ୍ ସେବା ପ୍ରଦାନ କରୁଛି।
ଗ୍ରିନ୍ ଫାଇନାନ୍ସ ସ୍କିମ୍ ଅଧୀନରେ ବ୍ୟାଙ୍କ ପକ୍ଷରୁ ବିଓବି ଗ୍ରିନ୍ କୃଷି, ବିଓବି ଏମ୍‌ଏସ୍‌ଇ ସ୍ପାଇସ୍‌, ବିଓବି ଇକୋ ସାରଥୀ ଶିକ୍ଷା ଋଣ, ବିଓବି ଗ୍ରିନ ଗୃହ ଋଣ ଓ ବିଓବି ଗ୍ରିନ୍ ହ୍ୱିଲ୍‌ସକୁ ଶୁଭାରମ୍ଭ କରାଯାଇଛି। ପାର୍ଟନରସିପ୍ ଫର କାର୍ବନ ଆକାଉଟିଂ ଫାଇନାନ୍ସିଆଲ୍‌ସ (ପିସିଏଏଫ୍‌) ସହିତ ମଧ୍ୟ ବ୍ୟାଙ୍କ ହାତ ମିଳାଇଛି। ସେହିପରି ଋଣ ଓ ଜମା ସ୍କିମ୍ ମଧ୍ୟରେ ବିଓବିମେଡି ଇଲାଇଟ୍ ସ୍କିମ୍‌, ବିଓବି ମାଷ୍ଟରଷ୍ଟ୍ରୋକ୍ ଲାଇଟ୍ ସଂଚୟ ଖାତା ଓ ବିଓବି ଆସ୍ପାୟାର ଏନ୍‌ଆର୍‌ଇ ସଂଚୟ ଖାତାକୁ ବ୍ୟାଙ୍କ ଆରମ୍ଭ କରିଛି।
ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ଏମ ନାଗାରାଜୁ କହିଛନ୍ତି ଯେ, “ବ୍ୟାଙ୍କ ଅଫ ବରୋଦାର ୧୧୮ତମ ପ୍ରତିଷ୍ଠା ଦିବସରେ ଏହାର ଗୌରବମୟ ଇତିହାସ ସ୍ଥାୟୀ ବିଶ୍ୱାସ, ସ୍ଥିରତା ଏବଂ ନବସୃଜନ ପ୍ରତି ପ୍ରତିବଦ୍ଧତାର ଏକ ପ୍ରମାଣ ଅଟେ। ଆମେ ବିକଶିତ ଭାରତଅ୨୦୪୭ ଆଡ଼କୁ ଅଗ୍ରସର ହେଉଥିବାବେଳେ ବ୍ୟାଙ୍କ ଅଫ ବରୋଦା ଭଳି ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ସୁଗମ କରିବା, କ୍ଷୁଦ୍ର, ମଧ୍ୟମ ଏବଂ ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକୁ ସମର୍ଥନ କରିବା ଏବଂ ପ୍ରଯୁକ୍ତି ଚାଳିତ ବ୍ୟାଙ୍କିଂ ଦ୍ୱାରା ଯୁବାବର୍ଗକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।”
ଏହି ଅବସରରେ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟାଙ୍କ ଅଫ ବରୋଦା ନିଜ ଗ୍ରାହକଙ୍କ ଆକାଂକ୍ଷାକୁ ସମର୍ଥନ କରି ସେମାନଙ୍କ ବିଶ୍ୱାସ ଅର୍ଜନ କରିଛି। ଏହି ବିଶ୍ୱାସ କେବଳ ଆମର ଇତିହାସର ଏକ ଅଂଶ ନୁହେଁ, ଏହା ଆମକୁ ସାହସିକ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ନବସୃଜନ କରିବାକୁ ପ୍ରେରଣା ଦେଉଛି ଯାହା ବ୍ୟାଙ୍କିଂକୁ ସରଳ, ସୁରକ୍ଷିତ ଏବଂ ଅଧିକ ଲୋକାଭିମୁଖୀ କରିଛି। ଆମର ୧୧୮ତମ ପ୍ରତିଷ୍ଠା ଦିବସରେ ଆଜି ଘୋଷଣା ହୋଇଥିବା ପ୍ରୟାସଗୁଡ଼ିକ ମାଧ୍ୟମରେ ଆମେ ଆମ ଗ୍ରାହକ ଏବଂ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ, ସ୍ଥାୟୀ ଏବଂ ଡିଜିଟାଲ୍ ଭାବରେ ସଶକ୍ତ ଭାରତ ଗଠନରେ ଏକ ସ୍ଥିର ସହଯୋଗୀ ହେବା ପାଇଁ ରାଷ୍ଟ୍ର ପ୍ରତି ଆମର ପ୍ରତିଶ୍ରୁତିକୁ ଦୋହରାଉଛୁ।”

Related Post