ଆଜିର ଖାସ ଖବର
Thu. Jul 30th, 2026

ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲଖନୀୟ କାର୍ଯ୍ୟ ପାଇଁ ଟିପିସିଓଡିଏଲକୁ ସିଏସଆର ଟାଇମ୍ସ ପୁରସ୍କାର

By Admin_Dainkasha Jul25,2025

ଭୁବନେଶ୍ୱର: ଟାଟା ପାୱର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍‌) ଦିଲ୍ଲୀରେ ଆୟୋଜିତ ୧୨ତମ ଜାତୀୟ ସିଏସଆର ସମ୍ମିଳନୀ ୨୦୨୫ ରେ ଗରିମାମୟ ସିଏସଆର ଟାଇମ୍ସ ପୁରସ୍କାର ପ୍ରାପ୍ତ କରିଛି।
ଏହି ପୁରସ୍କାର “ଅନୋଖା ଧାଗା’ ଅଧୀନରେ ଟିପିସିଓଡିଏଲର ପ୍ରମୁଖ ପଦକ୍ଷେପ “ସମୃଦ୍ଧି’ କୁ ସ୍ୱୀକୃତି ପ୍ରଦାନ କରୁଛି , ଯାହା ଦକ୍ଷତା ବିକାଶ ଏବଂ ପାରମ୍ପରିକ କଳା ଓ ହସ୍ତଶିଳ୍ପ ଉଦ୍ୟୋଗର ପ୍ରସାର ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କାର୍ଯ୍ୟ କରିଥାଏ। ରୋଶନି କେନ୍ଦ୍ର ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ଏହି ପଦକ୍ଷେପ, ମହିଳାମାନଙ୍କୁ ପରିବେଶ ଅନୁକୂଳ ଝୋଟ ଆଧାରିତ ଉତ୍ପାଦ ତିଆରି କରିବାରେ ସହାୟତା କରି, ସେମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ପ୍ରଦାନ କରୁଛି ।
ଏହି ପଦକ୍ଷେପ ମାନବ କେନ୍ଦ୍ରିତ ବିକାଶ ଓ ଟିପିସିଓଡିଏଲର ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହନ ଦେଉଛି। ସ୍ଥାନୀୟ ଲୋକକଳାକୁ ପୁନର୍ଜୀବିତ କରିବା ଓ ଆୟ ସୃଷ୍ଟିର ଅବସର ଦେଇ ଟିପିସିଓଡିଏଲ୍ ମହିଳାଙ୍କୁ ତାଙ୍କ ପରିବାର ଓ ସମୁଦାୟ ପାଇଁ ଏକ ଦୃଢ଼ ଭୂମିକା ଗ୍ରହଣ କରିବା ପାଇଁ ସମର୍ଥ କରୁଛି।
କମ୍ପାନୀ ଏହାର କାର୍ଯ୍ୟକ୍ଷେତ୍ରରେ ଅର୍ଥପୂର୍ଣ୍ଣ ସିଏସଆର ପଦକ୍ଷେପ ମାଧ୍ୟମରେ ସାମାଜିକ ପ୍ରଭାବକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ରହିଛି ।

Related Post