ଆଜିର ଖାସ ଖବର
Sat. May 30th, 2026

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଉତ୍ସବ ଋତୁ ଆଗମନରେ କାର୍ ଋଣ ଓ ବନ୍ଧକ ଋଣ ସୁଧ ହାରରେ ହ୍ରାସ

By Admin_Dainkasha Sep1,2025

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଉତ୍ସବ ଋତୁର ଆଗମନ ଅବସରରେ କାର୍ ଋଣ ଓ ବନ୍ଧକ ଋଣ ସୁଧ ହାରରେ ହ୍ରାସ କରାଯାଇଛି। ବ୍ୟାଙ୍କ ଅଫ୍ ବରୋଦାର କାର ଋଣର ଫ୍ଲୋଟିଂ ସୁଧ ହାର ବର୍ତ୍ତମାନ ବାର୍ଷିକ ୮.୧୫ ପ୍ରତିଶତରୁ ଆରମ୍ଭ ହୋଇଛି ଯାହା ପୂର୍ବରୁ ୮.୪୦ ପ୍ରତିିଶତ ଥିଲା। ନୂଆ ସୁଧ ହାର ତତ୍କାଳ ଲାଗୁ କରାଯାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୀତି ଆଧାରିତ ରେପୋ ହାରରେ ୧୦୦ ବେସିସ ପଏଣ୍ଚ ହ୍ରାସ କରାଯିବା ପରେ ବ୍ୟାଙ୍କ ତରଫରୁ ସୁଧ ହାରରେ ୧ପ୍ରତିଶତ ହ୍ରାସ କରାଯାଇଥିଲା। ଏହାବାଦ ଏଥର ସୁଧ ହାରକୁ ଆହୁରି କମ୍ କରାଯାଇଛି। ବାର୍ଷିକ ୮.୧୫ ପ୍ରତିଶତ ସୁଧ ହାର ନୂଆ କାର୍ କିଣିବା ଉପରେ ଲାଗୁ ହେବ ଏବଂ ଗ୍ରାହକଙ୍କ ଋଣ ପ୍ରୋଫାଇଲ୍ ଉପରେ ତାହାର ନିର୍ଭର କରିବ।
ବ୍ୟାଙ୍କ ପକ୍ଷରୁ ବରୋଦା ବନ୍ଧକ ଋଣ (ସମ୍ପତ୍ତି ବନ୍ଧକ ଋଣ) ସୁଧ ହାରକୁ ବାର୍ଷିକ ୯.୧୫ ପ୍ରତିଶତକୁ ହ୍ରାସ କରି ତତ୍କାଳ ଲାଗୁ କରାଯାଇଛି ଯାହା ପୂର୍ବରୁ ବାର୍ଷିକ ୯.୮୫ ପ୍ରତିଶତ ଥିଲା।
ଏ ସମ୍ପର୍କରେ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସଂଜୟ ମୁଦଲିଆର କହିଛନ୍ତି ଯେ, “ଉତ୍ସବ ଋତୁ ହେଉଛି କୌଣସି ନୂତନ ଶୁଭାରମ୍ଭ ପାଇଁ ଏକ ପବିତ୍ର ସମୟ ହୋଇଥିବା ବେଳେ ବହୁ ପରିବାର ନୂଆ ଗାଡ଼ି କିଣିବାର ସେମାନଙ୍କ ଆକାଂକ୍ଷା ପୂରଣ କରିବାକୁ ଚାହାଁନ୍ତି। ଆମ କାର୍ ଋଣ ହାର ଉପରେ ସ୍ୱତନ୍ତ୍ର ଅଫର ପ୍ରଦାନ କରି ବ୍ୟାଙ୍କ ଅଫ୍ ବରୋଦା ଉଲ୍ଲସିତ, ଯାହା କାର୍ ମାଲିକାନାକୁ ସହଜ ଓ ସୁଲଭ କରିବ। ଏହା ସହିତ ଆମର ବନ୍ଧକ ଋଣ ଆହୁରି ପ୍ରତିଯୋଗିତାପୂର୍ଣ୍ଣ ହୋଇପାରିଛି, ଯାହା ଗ୍ରାହକମାନଙ୍କୁ ସଂପତ୍ତିର ଉଚ୍ଚ ମୂଲ୍ୟ ପ୍ରଦାନ କରିବ ଏବଂ ଗ୍ରାହକମାନେ ସେମାନଙ୍କ ସିବିଲ୍ ସ୍କୋର ଅନୁସାରେ ସୁଧ ହାରରେ ୦.୫୫ ପ୍ରତିଶତରୁ ୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସରେ ଅତିରିକ୍ତ ପାଣ୍ଠି ହାସଲ କରିପାରିବେ।”
ଗ୍ରାହକମାନେ ବ୍ୟାଙ୍କର ଡିଜିଟାଲ ଋଣ ପ୍ଲାଟଫର୍ମ ବରୋଦା ଡିଜିଟାଲ କାର ଲୋନ୍ କିମ୍ବା ନିକଟତମ ଶାଖା ପରିଦର୍ଶନ କରି ବ୍ୟାଙ୍କ ଅଫ୍ ବରୋଦା କାର୍ ଋଣ ପାଇଁ ଆବେଦନ କରିପାରିବେ।
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବରୋଦା କାର୍ ଋଣ ଉପରେ ଆକର୍ଷଣୀୟ ଫିକ୍ସଡ୍ ସୁଧ ହାର ରହିଛି ଯାହା ବ୍ୟାଙ୍କର ୬ ମାସିଆ ଏମ୍‌ସିଏଲ୍‌ଆର୍ ସହ ସଂଯୁକ୍ତ ଥିବା ବେଳେ ବାର୍ଷିକ ୮.୬୫ ପ୍ରତିଶତରୁ ଆରମ୍ଭ ହୋଇଛି।

Related Post