ଆଜିର ଖାସ ଖବର
Sat. May 30th, 2026

ଇରେଡା ସିଏମଡିଙ୍କ ରାଜସ୍ଥାନ ବ୍ୟବସାୟ ସମ୍ମିଳନୀ ୨୦୨୫ରେ ଅକ୍ଷୟ ଶକ୍ତିର ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ ଅଭିନବ ଫାଇନାନ୍ସ ସମାଧାନ ନେଇ ଆହ୍ୱାନ

By Admin_Dainkasha Sep1,2025

ଭୁବନେଶ୍ୱର: ରାଜସ୍ଥାନ ବ୍ୟବସାୟ ସମ୍ମିଳନୀ ୨୦୨୫ରେ ‘ସବୁଜ ପରିବର୍ତନ-ଅଭିନବ ବିକାଶ ଏବଂ ଅକ୍ଷୟ ଶକ୍ତି ପାଇଁ ଫାଇନାନ୍ସ ମଡେଲ୍‌’ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଯୋଗଦେଇ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ।
ଶ୍ରୀ ଦାସ କହିଛନ୍ତି ଯେ ୨୦୨୫ ଜୁଲାଇ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତା ୨୩୭ ଗିଗାୱାଟ ଟପିବା ସହିତ ଭାରତ ଏହାର ସବୁଜ ପରିବର୍ତନର ତ୍ୱରାନ୍ୱିତ ପର୍ଯ୍ୟାୟରେ ପ୍ରବେଶ କରିଛି ଏବଂ ସ୍ଥାପିତ କ୍ଷମତା ପ୍ରତି ଅକ୍ଷୟ ଶକ୍ତିର ଅବଦାନ ୫୦ ପ୍ରତିଶତରେ ପହଂଚିଛି। ୨୦୨୪-୨୫ ଆର୍ôଥକ ବର୍ଷରେ ୬୦ରୁ ଅଧିକ ଗ୍ରୁପ ବ୍ୟାପକ ୟୁଟିଲିଟି ଆଧାରିତ ଟେଣ୍ଡର୍ ହାସଲ କରିଛି। ବଜାରରେ ହେଉଥିବା ବୃଦ୍ଧି ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି ୨୦୩୦ ସୁଦ୍ଧା ୪୮୫ ଗିଗାୱାଟ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିବର୍ଷ ପ୍ରାୟ ୫୦ ଗିଗାୱାଟ କ୍ଷମତା ଯୋଡ଼ିବାକୁ ପଡ଼ିବ। ସେଥିପାଇଁ ଦୃଢ଼ ଘରୋଇ ଉତ୍ପାଦନ, ସମୟୋଚିତ ଗ୍ରିଡ୍ ପ୍ରସାରଣ ଏବଂ ନିରବଚ୍ଛିନ୍ନ ନିବେଶ ହେବା ଦରକାର।
ସେ ଜଳବାୟୁ ପରିବର୍ତନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ବିଶ୍ୱସ୍ତରରୁ ଏବଂ ଘରୋଇ ନିବେଶ ଅବ୍ୟାହର ରହିଥିବାରୁ ଅକ୍ଷୟ ଶକ୍ତିକୁ ବର୍ତମାନ ଏକ ପ୍ରମୁଖ ଅଭିବୃଦ୍ଧି କ୍ଷେତ୍ର ଭାବେ ବିଚାର କରାଯାଉଛି। ଅଧିକ ମୂଲ୍ୟରେ ଆଇପିଓ, ବଢ଼ୁଥିବା ଖୁଚୁରା ଅଂଶଗ୍ରହଣ ଏବଂ ରେକର୍ଡ ଏଫଡିଆଇ ପ୍ରବାହ (୩ ବର୍ଷରେ ୨.୫ ଗୁଣ ବୃଦ୍ଧି) ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ର ପ୍ରତି ନିବେଶକକାରୀଙ୍କଙ୍କ ଆତ୍ମବିଶ୍ୱାସରେ ଘଟିଥିବା ବୃଦ୍ଧିକୁ ଦର୍ଶାଉଛି।
ଶ୍ରୀ ଦାସ କହିଛନ୍ତି ଯେ ଏହି ଧାରାକୁ ବଜାୟ ରଖିବା ପାଇଁ ଦ୍ରୁତ ଋଣ ମୂଲ୍ୟାଙ୍କନ, ଅକ୍ଷୟ ଶକ୍ତିର ସମ୍ପୁର୍ଣ୍ଣ ମୂଲ୍ୟ ଶୃଙ୍ଖଳାକୁ ଅନୁକୂଳ ଏବଂ ଅଭିନବ ଫାଇନାନ୍ସ ମଡେଲ୍ ମାଧ୍ୟମରେ ଅର୍ଥ ପ୍ରଦାନ ଏବଂ ନୀତି ନିର୍ଧାରକ, ରାଷ୍ଟ୍ରାୟତ ଉଦ୍ୟୋଗ, ନିବେଶକାରୀ ଏବଂ ଶିଳ୍ପ ଲିଡରମାନଙ୍କ ମଧ୍ୟରେ ସହଯୋଗ ଆବଶ୍ୟକ ଯାହା ଦ୍ୱାରା ପ୍ରକଳ୍ପଗୁଡ଼ିକ ଯୋଜନାରୁ ଦ୍ରୁତଗତିରେ କାର୍ଯ୍ୟକ୍ଷମ ଆଡ଼କୁ ଗତି କରିବ ଏବଂ ଭାରତ ଏହାର ୨୦୩୦ ସୁଦ୍ଧା ସ୍ୱଚ୍ଚ ଶକ୍ତି ଲକ୍ଷ୍ୟ ଆଡ଼କୁ ଅତିକ୍ରମ କରିବା ପଥରେ ଅଗ୍ରସର ହେବ।
ରାଜସ୍ଥାନର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ରାଜସ୍ଥାନରେ ଅକ୍ଷୟ ଶକ୍ତି ପାଇଁ ନିବେଶ ଏବଂ ଅର୍ଥ ପ୍ରଦାନ ପଥ’ ଉପରେ ଏକ ଗୋଲଟେବୁଲ ଆଲୋଚନାରେ ମଧ୍ୟ ଇରେଡାର ସିଏମଡି ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରକଳ୍ପଗୁଡ଼ିକୁ ବିପଦମୁକ୍ତ କରିବା ପାଇ ପିଏସୟୁ ଆଧାରିତ ରଣନୀତି ଏବଂ ରାଜ୍ୟବ୍ୟାପୀ ସ୍ୱଚ୍ଛ ଶକ୍ତି ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଉପରେ ଆଲୋକପାତ କରାଯାଇଥିଲା।

Related Post