ଆଜିର ଖାସ ଖବର
Sat. May 30th, 2026

ଭିମ୍ ପେମେଂଟ୍‌ସ ଆପ୍ ପକ୍ଷରୁ କୌନ ବନେଗା କରୋଡ଼ପତିରେ ସ୍ୱତନ୍ତ୍ର “ଗୋଲ୍‌ଡେନ୍ ୱିକ୍‌” ଶୁଭାରମ୍ଭ ପାଇଁ ସୋନି ଏଂଟରଟେନ୍‌ମେଂଟ୍ ଟେଲିଭିଜନ ସହ ସହଯୋଗିତା

By Admin_Dainkasha Aug24,2025

ଭୁବନେଶ୍ୱର: ଏନପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନବିଏସ୍‌ଏଲ୍‌) ପକ୍ଷରୁ ବିକାଶ କରାଯାଇଥିବା ସ୍ୱଦେଶୀ ପେମେଂଟ୍ ଆପ୍ ଭିମ୍ ଆପ୍ ପକ୍ଷରୁ ଲୋକପ୍ରିୟ ଟିଭି ସୋ’ କୌନ ବନେଗା କରୋଡ଼ପତି ଜରିଆରେ ସାରା ଦେଶରେ ଏହି ସୁରକ୍ଷିତ, ନିରାପଦ ଡିଜିଟାଲ୍ ପେମେଂଟ୍ ଆପ୍‌କୁ ପହଂଚାଇବା ଓ ସଚେତନତା ସୃଷ୍ଟି କରିବା ଲାଗି ସୋନି ଏଂଟରଟେନ୍‌ମେଂଟ୍ ଟେଲିଭିଜନ ସହିତ ବୁଝାମଣା କରାଯାଇଛି। ସୋନି ପକ୍ଷରୁ ପ୍ରଥମ ଥର ପାଇଁ କେବିସିରେ ଡିଜିଟାଲ୍ ପେମେଂଟ୍‌କୁ ନେଇ ଏକ ସ୍ୱତନ୍ତ୍ର ସପ୍ତାହ ରହିବ ଯାହାକୁ ସ୍ୱତନ୍ତ୍ର ଭାବେ ଭିମ୍ ଆପ୍ ବ୍ୟବହାରକାରୀମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି।
ଏହି ସହଯୋଗିତା ଜରିଆରେ ଭିମ୍ ଆପ୍‌ର ବ୍ୟବହାରକାରୀମାନେ ଶ୍ରୀ ଅମିତାଭ ବଚ୍ଚନଙ୍କ ସହ କେବିସି ଖେଳିବାର ସୁବର୍ଣ୍ଣ ସୁଯୋଗ ପାଇପାରିବେ। ଭିମ୍ ଆପ୍ ବ୍ୟବହାରକାରୀମାନଙ୍କ ନିମନ୍ତେ “ଗୋଲ୍‌ଡେନ୍ ୱିକ୍‌” ପାଇଁ ପଞ୍ଜୀକରଣ ୨୦୨୫ ସେପ୍ଟେମ୍ବର ୧ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଖୋଲାରହିବ। ଭିମ୍ ଆପ୍‌ର ୧୦ ଜଣ ଭାଗ୍ୟଶାଳୀ ବ୍ୟବହାରକାରୀ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ରାଉଣ୍ଡ୍‌ରେ ଭାଗ ନେବାର ସୁଯୋଗ ପାଇପାରିବେ। ୧୦ ଜଣ ପ୍ରତିଯୋଗୀଙ୍କୁ ନେଇ ଗୋଟିଏ ସପ୍ତାହରେ କେବିସିର ପାଂଚଟି ଅଧ୍ୟାୟ ପ୍ରସ୍ତୁତ କରି ସୋନିରେ ପ୍ରସାରଣ କରାଯିବ।
ବ୍ୟବହାକାରୀମାନେ ଭିମ୍ ଆପ୍ ଡାଉନ୍‌ଲୋଡ୍ କିମ୍ବା ଅପ୍‌ଡେଟ୍ କରି ସେଥିର ଥିବା କେବିସି “ଗୋଲ୍‌ଡେନ୍ ୱିକ୍ ସେକ୍ସନ୍‌” ଜରିଆରେ ପଞ୍ଜୀକରଣ କରିପାରିବେ। ସେଥିପାଇଁ ସେମାନଙ୍କୁ କେତେକ ସହଜ ପ୍ରଶ୍ନର ଉତର ଦେବାକୁ ପଡ଼ିବ ଏବଂ କିଛି ତଥ୍ୟ ଦେଇ ଆବେଦନ ଦାଖଲ କରିବାକୁ ହେବ। ଚୟନ କରାଯିବାକୁ ଥିବା ୧୦ ଜଣ ବ୍ୟବହାରକାରୀ କେବିସି ସେଟ୍‌କୁ ଆସି ଫାଷ୍ଟେଷ୍ଟ୍ ଫିଙ୍ଗର ଫାଷ୍ଟ୍ ଖେଳି ହଟ୍ ସିଟ୍‌ରେ ବସି ଅମିତାଭ ବଚନଙ୍କ ସହ ଗେମ୍ ଖେଳିବାର ସୁଯୋଗ ପାଇପାରିବେ।
ସୋ’ର ଏହି ପ୍ରଥମ ଧରଣର ଫର୍ମାଟ୍ କେବଳ ନାଗରିକଙ୍କ ଜ୍ଞାନ ପରୀକ୍ଷା କରିବ ନାହିଁ, ବରଂ ସେମାନଙ୍କୁ ଭିମ୍ ପେମେଂଟ୍ ଆପ୍‌ର ସରଳ ଓ ବିଶ୍ୱସନୀୟତା ଅନୁଭୂତି ପ୍ରଦାନ କରିବ। ଏଥିରେ ପ୍ରଥମ ଥର ଡିଜିଟାଲ୍ ସେବା ବ୍ୟବହାର କରୁଥିବା, ପରିବାର ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ଲୋକମାନଙ୍କୁ ଭାଗ ନେବା ଲାଗି ଉତ୍ସାହିତ କରାଯାଉଛି।
ଏନ୍‌ବିଏସ୍‌ଏଲ୍‌ର ସିଇଓ ଲଳିତା ନଟରାଜ କହିଛନ୍ତି ଯେ, “ଭିମ୍‌ରେ ଆମର ମିସନ ହେଉଛି ଭାରତର ସବୁଠୁ ବିଶ୍ୱସନୀୟ ପେମେଂଟ୍ ଆପ୍ ଏବଂ ଛୋଟ କିମ୍ବା ବଡ଼ ଡିଜିଟାଲ୍ ପେମେଂଟ୍ ପାଇଁ ପସନ୍ଦର ପେମେଂଟ୍ ଆପ୍‌ରେ ପରିଣତ ହେବା। କେବିସି ଭଳି ଏକ ଲୋକପ୍ରିୟ ପ୍ଲାଟଫର୍ମ ସହ ସହଯୋଗିତା ଏହି ବାର୍ତାକୁ ସାରା ଦେଶରେ ବିଶେଷ କରି ଯେଉଁଠାରେ ଡିଜିଟାଲ୍ ପେମେଂଟ୍‌କୁ ନେଇ ସଚେତନତା ଘରେ ଘରେ ପହଂଚାଇବା। ବିଗତ ବର୍ଷଗୁଡ଼ିକରେ କେବିସି କୋଟି କୋଟି ପରିବାରର ଭରସା ଜିତିଥିବା ବେଳେ ଏହି ସହଯୋଗିତା ସେହି ବିଶ୍ୱାସ ଆଧାରରେ ଘରର ପ୍ରତି ସଦସ୍ୟଙ୍କୁ ସୁରକ୍ଷିତ ଓ ନିରାପଦ ଭିମ୍ ପେମେଂଟ୍ ଆପ୍‌କୁ ବ୍ୟବହାର କରିବା ଲାଗି ଉତ୍ସାହିତ କରିବ। କୌନ ବନେଗା କରୋଡ଼ପତି ସହ ସହଯୋଗିତା କରିବା ଏବଂ ଏହି ସୁବର୍ଣ୍ଣ ସୁଯୋଗକୁ ଆପ୍‌ର ବ୍ୟବହାରକାରୀମାନଙ୍କ ପାଖରେ ପହଂଚାଇଥିବାରୁ ଆମେ ଉଲ୍ଲସିତ।”
ମାଡିସନ୍ ମିଡିଆର ସିଓଓ ଅଭିକ ବାନାର୍ଜୀ କହିଛନ୍ତି ଯେ, “କୌନ ବନେଗା କରୋଡ଼ପତି ସହ ଏହି ଐତିହାସିକ ସହଯୋଗିତା ପାଇଁ ଏକ ସହଯୋଗୀ ଭାବେ ଭିମ୍ ଆପ୍‌କୁ ସ୍ୱାଗତ କରି ଆମେ ଉଲ୍ଲସିତ। ଦଶନ୍ଧ ଦଶନ୍ଧି ଧରି କେବିସି ଏକ ଏଭଳି ପ୍ଲାଟଫର୍ମ ହୋଇପାରିଛି ଯାହା ଦେଶକୁ ଏକତ୍ରୀତ କରିଥିବା ବେଳେ କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରିବା ସହ ଦେଶର କୋଣ ଅନୁକୋଣର ଦର୍ଶକଙ୍କ ହୃଦୟ ଜିିତିପାରିଛି। ସେଥିପାଇଁ ଏକ ପ୍ରକୃତ ଅର୍ଥପୂର୍ଣ୍ଣ ଉପାୟରେ ଦର୍ଶକଙ୍କ ସହ ଯୋଡ଼ିହେବା ଲାଗି ଭିମ୍‌-ଭାରତର ନିଜର ପେମେଂଟ୍ ଆପ୍ ପଇଁ ଏହା ଉପଯୁକ୍ତ ମଂଚରେ ପରିଣତ କରିଛି।”

Related Post