ଆଜିର ଖାସ ଖବର
Sat. May 30th, 2026

ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏମଏସଏମଇ ପାଖରେ ଋଣ ପହଂଚାଇବା ପାଇଁ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

By Admin_Dainkasha Aug24,2025

ଭୁବନେଶ୍ୱର: ଏମଏସଏମଇ ଆଉଟରିଚକୁ ସମ୍ପ୍ରସାରଣ କରି ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଛି। ଏହି ସହଯୋଗିତା ଜରିଆରେ ବ୍ୟାଙ୍କ ପକ୍ଷରୁ ଦେଶରେ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୬.୭ କୋଟିରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ଋଣ ପ୍ରଦାନ ତ୍ୱରାନ୍ୱିତ କରିବା ଏବଂ ବ୍ୟାପକ ଆର୍ôଥକ ସହାୟତା ଯୋଗାଇ ଦେବା ଉପରେ କାମ କରିବ।
ଭାରତ ସରକାରଙ୍କ ମାନ୍ୟବର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଝୀ, ଭାରତ ସରକାରଙ୍କ ଏମଏସଏମଇ ସଚିବ ଆଇଏଏସ ଶ୍ରୀ ଏସ ସି ଏଲ ଦାସ, ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ମର୍ସି ଇପାଓ, ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଲିମଟେଡ (ଏନଏସଆଇସି)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଡ. ସୁଧାଂଶୁ ଶେଖର ଆଚାର୍ଯ୍ୟ, ଏନଏସଆଇସିର ନିର୍ଦେଶକ (ଅର୍ଥ) ଶ୍ରୀ ଗୌରବ ଗୁଲାଟିି ଓ ଏନଏସଆଇସିର ଡିଜିଏମ (ଅର୍ଥ) ତଥା ସିଏମଡିଙ୍କ ଇଓ ଶ୍ରୀ ଭି. ରଘୁନାଥଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏନଏସଆଇସି ସହ ଯୋଡ଼ି ହୋଇଥିବା ଏମଏସଏମଇଗୁଡ଼ିକୁ କାର୍ଯ୍ୟକାରୀ ପୁଂଜି, ମିଆଦୀ ଋଣ, ଢ଼ାଂଚାଗତ ଋଣ ସୁବିଧା ସମେତ ବ୍ୟାପକ ବ୍ୟାଙ୍କିଂ ସମାଧାନ ପ୍ରଦାନ କରାଯିବ। ଏହି ସହଯୋଗିତା ଏନଏସଆଇସିର ପ୍ରମୁଖ ଅଭିଯାନ ଯଥା କ୍ରେଡିଟ ଫାସିଲିଟେସନ ସ୍କିମ ଓ ସିଙ୍ଗଲ ପଏଂଟ ରେଜିଷ୍ଟ୍ରେସନ ସ୍କିମକୁ ସମର୍ଥନ କରୁଛି ଯାହା ଏମଏସଏମଇଗୁଡ଼ିକୁ ସୁବିଧାରେ ବ୍ୟାଙ୍କ ପାଣ୍ଠି ହାସଲ କରିବାରେ ସକ୍ଷମ କରିବ ଏବଂ ସରକାରୀ ପ୍ରକ୍ୟୁରମେଂଟ ଦ୍ୱାରା ସେମାନେ ଉପକୃତ ହୋଇପାରିବେ। ଏହି ମିଳିତ ଉଦ୍ୟମ ଏହି ସଂସ୍ଥାଗୁଡ଼ିକୁ ସୁରକ୍ଷିତ ଭାବେ ଠିକ ସମୟରେ ଋଣ ପାଇବାରେ ସାହାଯ୍ୟ କରିବ, ଫଳରେ ସେମାନେ ପ୍ରଭାବଶାଳୀ ଢଙ୍ଗରେ ବଡ଼ ବଜାର ସହ ଯୋଡ଼ି ହୋଇପାରିବେ ଏବଂ ସ୍ଥାୟୀ ଭାବେ ପରିଚାଳନାକୁ ବ୍ୟାପକ କରିପାରିବେ।
ଏନଏସଆଇସିର ବିଶ୍ୱସନୀୟ ବ୍ୟବସ୍ଥା ସହିତ ବ୍ୟାଙ୍କର ଆର୍ôଥକ ବିଶେଷତା ଓ ଡିଜିଟାଲ ଦକ୍ଷତାକୁ ଯୋଡ଼ି ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଇଣ୍ଡସଇଣ୍ଡ ବ୍ୟାଙ୍କର ବୃହତର ମିସନର ଏକ ଅଂଶ ହେଉଛି ଏହି ଏମଓୟୁ ଯାହା ଋଣ ଦୂରତାକୁ କମ କରିବ ଏବଂ ଭାରତ ସରକାରଙ୍କ ଆତ୍ମନିର୍ଭର ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଲକ୍ଷ୍ୟ ପ୍ରତି ଯୋଗଦାନ ପ୍ରଦାନ କରିବ।

Related Post