ଆଜିର ଖାସ ଖବର
Fri. Sep 11th, 2026

ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ନୂତନ କୁଳସଚିବ ଭାବେ ତନ୍ମୟ ପଟ୍ଟନାୟକ ନିଯୁକ୍ତ

(ବିଜିୟୁ) ନୂତନ କୁଳସଚିବ ଭାବେ ନିଯୁକ୍ତ ତନ୍ମୟ ପଟ୍ଟନାୟକ

ଭୁବନେଶ୍ୱର: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଶ୍ରୀ ତନ୍ମୟ ପଟ୍ଟନାୟକଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳସଚିବ (ରେଜିଷ୍ଟ୍ରାର୍) ଭାବେ ନିଯୁକ୍ତି ଘୋଷଣା କରାଯାଇଛି। ଶ୍ରୀ ପଟ୍ଟନାୟକ ଉଚ୍ଚଶିକ୍ଷା ପ୍ରଶାସନ କ୍ଷେତ୍ରରେ ଏକ ଦୀର୍ଘ, ସମୃଦ୍ଧ ଏବଂ ପ୍ରତିଷ୍ଠିତ ପ୍ରଶାସନିକ ଅଭିଜ୍ଞତା ସହ ବିଶ୍ୱବିଦ୍ୟାଳୟର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଉଚ୍ଚଶିକ୍ଷା ପରିଚାଳନା କ୍ଷେତ୍ରରେ ଶ୍ରୀ ପଟ୍ଟନାୟକଙ୍କର ବ୍ୟାପକ ଦକ୍ଷତା ଓ ଅଭିଜ୍ଞତା ରହିଛି। ଏହା ପୂର୍ବରୁ ସେ ରାଜସ୍ଥାନର ପ୍ରତିଷ୍ଠିତ ଜଗନ୍ନାଥ ୟୁନିଭର୍ସିଟିରେ କୁଳସଚିବ ଭାବେ କାର୍ଯ୍ୟ କରି ଅନୁଷ୍ଠାନର ଅଭିବୃଦ୍ଧି ଓ ସୁପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହା ସହିତ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ଦୀର୍ଘ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ଆନୁଷ୍ଠାନିକ ପ୍ରଶାସନିକ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏହି ବହୁମୁଖୀ ଅଭିଜ୍ଞତା ତାଙ୍କୁ ବୃହତ ଏବଂ ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନ ପରିଚାଳନାରେ ବିଶେଷ ପାରଦର୍ଶିତା ପ୍ରଦାନ କରିଛି।

ଏହି ନିଯୁକ୍ତି ସମ୍ପର୍କରେ ନିଜର ଉତ୍ସାହ ପ୍ରକାଶ କରି ଶ୍ରୀ ତନ୍ମୟ ପଟ୍ଟନାୟକ କହିଛନ୍ତି; “ଶିକ୍ଷାଗତ ଶ୍ରେଷ୍ଠତା ଏବଂ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସୁନାମ ଅର୍ଜନ କରିଥିବା ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଗର୍ବିତ। ସାମ୍ପ୍ରତିକ ସମୟରେ ଉଚ୍ଚଶିକ୍ଷା କ୍ଷେତ୍ର ଦ୍ରୁତ ଗତିରେ ବଦଳୁଛି। ବିଶ୍ୱବିଦ୍ୟାଳୟର ସମସ୍ତ କର୍ତ୍ତୃପକ୍ଷ, ଅଧ୍ୟାପକ ଏବଂ କର୍ମଚାରୀଙ୍କ ସହ ମିଶି ଏକ ସୁଦୃଢ଼ ଆନୁଷ୍ଠାନିକ ପ୍ରଶାସନିକ ବ୍ୟବସ୍ଥା ଗଠନ କରିବା ପାଇଁ ମୁଁ ଆଶାବାଦୀ, ଯାହା ନୂତନ ଚିନ୍ତାଧାରା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ସହାୟକ ହେବ।”

ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳସଚିବ ଭାବେ ଶ୍ରୀ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ୟବସ୍ଥା, କାର୍ଯ୍ୟଦକ୍ଷତା ଏବଂ ସାମଗ୍ରୀକ ବିକାଶର ନେତୃତ୍ୱ ନେବେ। ତାଙ୍କର ଏହି ଗଭୀର ପ୍ରଶାସନିକ ଜ୍ଞାନ ବିଶ୍ୱବିଦ୍ୟାଳୟର ଦୂରଦୃଷ୍ଟି ଓ ଆକାଂକ୍ଷାକୁ ଆହୁରି ସୁଦୃଢ଼ କରିବାରେ ବେଶ୍ ସହାୟକ ହେବ।

Related Post