ଆଜିର ଖାସ ଖବର
Sat. Apr 18th, 2026

ବ୍ୟାଙ୍କ୍ ଅଫ୍ ବରୋଦାର ୨୦୨୫ ଜୁନ ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ୪,୫୪୧ କୋଟି ଟଙ୍କାର ନିଟ୍ ଲାଭ

By Admin_Dainkasha Jul27,2025

ଭୁବନେଶ୍ୱର: ରାଷ୍ଟ୍ରାୟତ ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ୨୦୨୫ ଜୁନ ୩୦ ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି। ଏହି ଅବଧିରେ ବ୍ୟାଙ୍କ୍ ନିଟ୍ ଲାଭ ୧.୯ ପ୍ରତିଶତ ବୃଦ୍ଧି ପାଇ ୪,୫୪୧ କୋଟି ଟଙ୍କା ହୋଇଛି। ପୂର୍ବ ଆର୍ôଥକ ବର୍ଷର ଏହି ସମୟରେ ବ୍ୟାଙ୍କର ନିଟ୍ ଲାଭ ୪,୪୫୮ କୋଟି ଟଙ୍କା ଥିଲା। ବ୍ୟାଙ୍କ ନିଟ ସୁଧ ଆୟ ୧୧,୪୩୫ କୋଟି ଟଙ୍କା, ଅଣ ସୁଧ ଆୟ ୮୮ ପ୍ରତିଶତ ବୃଦ୍ଧି ପାଇ ୪,୬୭୫ କୋଟି ଟଙ୍କା, ପରିଚାଳନାଗତ ଲାଭ ୧୫ ପ୍ରତିଶତ ବୃଦ୍ଧି ପାଇ ୮,୨୩୬ କୋଟି ଟଙ୍କା ରହିଛି। ବିଶ୍ୱସ୍ତରୀୟ ଏନଆଇଏମ ୨.୯୧ ପ୍ରତିଶତ ଥିବା ବେଳେ ଘରୋଇ ଏନଆଇଏମ ୩.୦୬ ପ୍ରତିଶତ ରହିଛି। ଆୟକୁ ଖର୍ଚ୍ଚ ଅନୁପାତ ୪୮.୮୭ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ସମ୍ପତ୍ତି ଉପରେ ରିଟର୍ଣ୍ଣ (ଜଙଇ)୧.୦୩ ପ୍ରତିଶତ ଓ ଇକ୍ୱିଟି ଉପରେ ରିଟର୍ଣ୍ଣ (ଜଙଋ) ୧୫.୦୫ ପ୍ରତିଶତ ରହିଛି।
ସମ୍ପତ୍ତି ମାନ ଦୃଷ୍ଟିରୁ ବ୍ୟାଙ୍କର ମୋଟ ଏନପିଏ ୧୦.୭ ପ୍ରତିଶତ ହ୍ରାସ ପାଇ ୨୭,୫୭୨ କୋଟି ଟଙ୍କା ହୋଇଛି। ମୋଟ ଏନପିଏ ଅନୁପାତ ୨.୨୮ ପ୍ରତିଶତ ଭଳି ଉନ୍ନତ ସ୍ଥିତିରେ ପହଂଚିଛି। ବ୍ୟାଙ୍କର ନିଟ୍ ଏନପିଏ ୦.୬୦ ପ୍ରତିଶତକୁ ହ୍ରାସ ପାଇଛି। ପ୍ରୋଭିଜନ କଭରେଜ ଅନୁପାତ ୯୩.୧୮ ପ୍ରତିଶତ, ସ୍ଲିପେଜ ରେସିଓ ୧.୧୬ ପ୍ରତିଶତ ଏବଂ କ୍ରେଡ଼ିଟ୍ କଷ୍ଟ୍ ୦.୫୫ ପ୍ରତିଶତ ରହିଛି। ଆଲୋଚ୍ୟ ପ୍ରଥମ ତ୍ରୈମାସିକରେ ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛତା ହାର ୧୭.୬୧ ପ୍ରତିଶତ, ଟାୟାର-୧ରେ ୧୫.୧୫ ପ୍ରତିଶତ ଓ ଟାୟାର-୨ରେ ୨.୪୬ ପ୍ରତିଶତ ରହିଛି। ଲକ୍ୱିଡ କଭରେଜ ରେସିଓ ୧୧୯ ପ୍ରତିଶତ ରହିଛି। ୨୦୨୫ ଜୁନ ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ବ୍ୟାଙ୍କର ଘରୋଇ ଅଗ୍ରୀମ ୧୨.୪ ପ୍ରତିଶତ ବୃଦ୍ଧି ପାଇ ୯,୯୧,୩୬୩ କୋଟି ଟଙ୍କା, ବିଶ୍ୱସ୍ତରୀୟ ଅଗ୍ରୀମ ୧୨.୬ ପ୍ରତିଶତ ବୃଦ୍ଧି ପାଇ ୧୨,୦୭,୦୫୬ କୋଟି ଟଙ୍କା, ଘରୋଇ ଜମା ୮.୧ ପ୍ରତିଶତ ବୃଦ୍ଧି ପାଇ ୧୨,୦୪,୨୮୩ କୋଟି ଟଙ୍କା ଏବଂ ବିଶ୍ୱସ୍ତରୀୟ ଜମା ୯.୧ ପ୍ରତିଶତ ବୃଦ୍ଧି ପାଇ ୧୪,୩୫,୬୩୪ କୋଟି ଟଙ୍କା ହୋଇଛି।
ଘରୋଇ କାସା ଜମା ୫.୫ ପ୍ରତିଶତ ବୃଦ୍ଧି ପାଇ ୪,୭୩,୬୩୭ କୋଟି ଟଙ୍କାରେ ପହଂଚିଛି। ଅନ୍ତର୍ଜାତୀୟ ଜମା ଏହି ସମୟରେ ୧୪.୮ ପ୍ରତିଶତ ବୃଦ୍ଧି ପାଇ ୨,୩୧,୩୫୧ କୋଟି ଟଙ୍କା ହୋଇଛି। ଖୁଚୁରା ଅଗ୍ରୀମରେ ୧୭.୫ ପ୍ରତିଶତ, ବନ୍ଧକ ଋଣରେ ୧୮.୬ ପ୍ରତିଶତ, ଗାଡ଼ି ଋଣ ୧୭.୯ ପ୍ରତିଶତ, ଗୃହ ଋଣ ୧୬.୫ ପ୍ରତିଶତ, ଶିକ୍ଷା ଋଣ ୧୫.୪ ପ୍ରତିଶତ ଓ ବ୍ୟକ୍ତିଗତ ଋଣ ୧୯.୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କର କୃଷି ଋଣ ପରିମାଣ ୧୬.୨ ପ୍ରତିଶତ ବୃଦ୍ଧି ପାଇ ୧,୬୧,୭୬୪ କୋଟି ଟଙ୍କା, ଅର୍ଗାନିକ ଏମଏସଏମଇ ଋଣ ୧୩.୧ ପ୍ରତିଶତ ବୃଦ୍ଧି ପାଇ ୧,୩୫,୬୬୦ କୋଟି ଟଙ୍କା ଏବଂ କର୍ପୋରେଟ ଋଣ ୪.୨ ପ୍ରତିଶତ ବୃଦ୍ଧି ପାଇ ୩,୭୦,୨୬୬ କୋଟି ଟଙ୍କା ହୋଇଛି।

Related Post