ଆଜିର ଖାସ ଖବର
Sat. May 30th, 2026

କ୍ୟାଣ୍ଡିୟର୍ ପକ୍ଷରୁ ଶାହରୁଖ ଖାନ୍‌ଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ସ୍ୱାକ୍ଷରିତ

By Admin_Dainkasha May22,2025

ଭୁବନେଶ୍ୱର: କଲ୍ୟାଣ ଜୁଏଲର୍ସର ଲାଇଫ୍‌ଷ୍ଟାଇଲ୍ ଗହଣା ବ୍ରାଣ୍ଡ୍ କ୍ୟାଣ୍ଡିୟର୍ ପକ୍ଷରୁ ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି ଯାହା ଏହାର ଜାତୀୟ ସମ୍ପ୍ରସାରଣ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ। ବକ୍ତିଗତ ଭାବକୁ ପାଳନ କରିବା, ଅର୍ଥପୂର୍ଣ୍ଣ ଉପହାର ଏବଂ ପ୍ରତିଦିନ ନିଜକୁ ପରିପ୍ରକାଶ କରିବାକୁ ଚାହୁଥିବା ନୂଆ ଗ୍ରାହକ ବର୍ଗ ପାଇଁ ଗହଣାକୁ ବଦଳାଇବାରେ କ୍ୟାଣ୍ଡିୟର୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ସହଯୋଗିତା ଦର୍ଶାଉଛି।
ବିଶ୍ୱସ୍ତରରେ ପରିଚୟ ଓ ଅସୀମ ଆକର୍ଷଣ ପାଇଁ ପରିଚିତ ଶାହରୁଖ କ୍ୟାଣ୍ଡିୟର୍‌ର ଲକ୍ଷ୍ୟ ସହିତ ଉପଯୁକ୍ତ ଭାବେ ଖାପଖାଉଛନ୍ତି। ଭାରତର ସବୁ ବୟସ ବର୍ଗର ଦର୍ଶକଙ୍କ ସହ ସେ ଗଭୀର ଭାବେ ଯୋଡ଼ିହୋଇରହିଥିବା ବେଳେ ତାଙ୍କୁ କ୍ୟାଣ୍ଡିୟର୍‌ର ମଲ୍‌ଟିମିଡିଆ ଅଭିଯାନ, ଡିଜିଟାଲ୍‌, ଟିଭି, ଛାପା ଏବଂ ଷ୍ଟୋର୍ ଭିତର ଅନୁଭୂତି ଆଦିରେ ସ୍ଥାନିତ କରାଯିବ।
କ୍ୟାଣ୍ଡିୟର୍‌ର ନିର୍ଦ୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ,“ଭାରତୀୟ ଗହଣା ଶିଳ୍ପ ବିଭିନ୍ନ ବର୍ଗରେ ପରିବର୍ତନ ଦେଇ ଗତି କରୁଥିବା ବେଳେ ଗ୍ର।।ହକମାନେ ଏଭଳି ଗହଣା ଚାହୁଛନ୍ତି ଯାହା ସେମାନଙ୍କ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରୁଥିବ ଏବଂ ସେମାନଙ୍କ ଜୀବନଶୈଳୀ ଓ ସ୍ୱତନ୍ତ୍ର ଅବସରର ଆବଶ୍ୟକତା ସହ ଖାପଖାଉଥିବ। ସେହି ପରିବର୍ତନକୁ ନଜରରେ ରଖି କ୍ୟାଣ୍ଡିୟର୍ ପ୍ରସ୍ତୁତ କରାଯାଇଛି, ବିଶେଷ କରି ଯେଉଁମାନେ ହୃଦୟରେ ଜେଡ୍ ପିଢ଼ିର ଯଥା ନିଜକୁ ପରିପ୍ରକଶ କରୁଥିବା, ବ୍ୟକ୍ତିବିଶେଷ ଏବ ଡିଜିଟାଲ୍‌ରେ ଯୋଡ଼ି ହେଉଥିବା ପିଢ଼ି। ଶାହରୁଖ ଖାନ୍‌ଙ୍କଠାରେ ଆମେ ସେହି ସବୁ ଗୁଣ ଯଥା ସାଂସ୍କୃତିକ ସମ୍ପର୍କ, ଅସୀମ ଆକର୍ଷଣ ଓ ଆବେଗିକ ସଂଯୋଗ ପାଇଛୁ, ଯେଉଁଥିପାଇଁ ଆମେ ପରିଚିତ। ସେ ପିଢ଼ି ପିଢ଼ି ଧରି ରହିଥିବା ଅନ୍ତରର ସେତୁ ହୋଇଥିବା ବେଳେ ଆଜିର ଦର୍ଶକଙ୍କ ପାଇଁ ଶକ୍ତିଶାଳୀ ଭାବେ ପ୍ରାସଙ୍ଗିକ ରହିଛନ୍ତି। କ୍ୟାଣ୍ଡିୟରର ଗହଣାଗୁଡ଼ିକ କେବଳ ପରିଧାନ ନୁହେଁ-ତାହା ପରିଚୟ ଓ ଉଦ୍ଦେଶ୍ୟର ଅର୍ଥପୂର୍ଣ୍ଣ ଓ ବ୍ୟକ୍ତିଗତ ପରିପ୍ରକାଶକୁ ନେଇ ଆମର ଯେଉଁ ଚିନ୍ତାଧାରା ରହିଛି ତାହାକୁ ସାକାର କରିବାରେ ଶାହରୁଖଙ୍କ ଉପସ୍ଥିତି ସହାୟକ ହେବ।”
ଏହି ଅବସରରେ କ୍ୟାଣ୍ଡିୟର୍‌ର ବ୍ରାଣ୍ଡ୍ ଆମ୍ବାସାଡର ଶାହରୁଖ ଖାନ୍ କହିଛନ୍ତି ଯେ, “ଗହଣା ସର୍ବଦା ଭଲ ପାଇବା, ସମୃଦ୍ଧି ଓ ପରିଚୟର ଏକ ଶକ୍ତିଶାଳୀ ପରିପ୍ରକାଶ ହୋଇ ରହିଆସିଛି। କଲ୍ୟାଣ୍ଡ ଜୁଏଲର୍ସର ବ୍ରାଣ୍ଡ୍ କ୍ୟାଣ୍ଡିୟର୍ ସହିତ ସହଯୋଗିତା ସ୍ଥାପନ କରି ମୁଁ ବେଶ୍ ଉତ୍ସାହିତ ଯାହା ଲୋକମାନେ ଆଦିର ଦିନରେ ଗହଣାକୁ କିଭଳି ପିନ୍ଧୁଛନ୍ତି ଓ ଉପହାର ଦେଉଛନ୍ତି, ତାହାକୁ ଏକ ଆଧୁନିକ ଓ ସତେଜ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତିି। ଏହା ହେଉଛି ଆକର୍ଷଣୀୟ, ପ୍ରାସଙ୍ଗିକ ଏବଂ ସେମାନଙ୍କ ସହ କଥା ହେଉଛି ଯେଉଁମାନେ ପ୍ରତି ମୁହୂର୍ତର ଅର୍ଥକୁ ପାଳନ କରୁଛନ୍ତି।”

Related Post