ଆଜିର ଖାସ ଖବର
Sat. May 30th, 2026

ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଡିପିଆଇଆଇଟି ସହ ଏମ୍‌ଓୟୁ

By Admin_Dainkasha May22,2025

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଭାରତରେ ନବସୃଜନ ଓ ଉଦ୍ୟମିତା ଅଭିବୃଦ୍ଧିକୁ ସଶକ୍ତ କରିବା ପାଇଁ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି। ଦେଶବ୍ୟାପୀ ଷ୍ଟାର୍ଟଅପ୍‌, ନବସୃଜନକାରୀ ଓ ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାନ ନିମନ୍ତେ ଡିପିଆଇଆଇଟିର ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଓ ଇଣ୍ଡ୍‌ସଇଣ୍ଡ୍ ବ୍ୟାଙ୍କର ଆର୍ଥିକ ବିଶେଷତାକୁ ଏହି ସହଯୋଗିତା ଏକତ୍ରୀକ କରିବ।
ଏହି ସହଯୋଗିତା ଷ୍ଟାର୍ଟଅପ୍‌, ନବସୃଜନକାରୀ ଓ ଉଦ୍ୟୋଗୀମାନଙ୍କୁ ନଗଦ ପରିଚାଳନା, କାର୍ଯ୍ୟକାରୀ ପୁଂଜି ଓ ଋଣ ସୁବିଧା ଭଳି ସୁହାଇବା ଢଙ୍ଗରେ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରିବ। ଏକ ଉନ୍ନତ ସୁବିଧା ହେଉି କ୍ରେଡିଟ୍ ଗ୍ୟାରେଂଟି ସ୍କିମ୍ ଫର୍ ଷ୍ଟାର୍ଟଅପ୍ (ସିଜିଏସ୍‌ଏସ୍‌) ଅଧୀନରେ ସହାୟତା ଯାହା ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍‌ଗୁଡ଼ିକୁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ଗାରେଂଟି ସହ ବନ୍ଧକ ମୁକ୍ତ ଋଣ ପ୍ରଦାନ କରିବ। ଏଥି ସହିତ ସହଜରେ ଋଣ ପାଇବା ଲାଗି ୨୭ଟି ଚାମ୍ପିଅନ୍ କ୍ଷେତ୍ର ଲାଗି ଋଣ ପାଇଁ ଗ୍ୟାରେଂଟି ଫିକୁ କମ୍ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ ଷ୍ଟାର୍ଟଅପ୍ ପାଇଁ ପାଣ୍ଠି ଯୋଗାଡ଼, ଅତ୍ୟାଧୁନିକ ପ୍ରଯୁକ୍ତିରେ ନିବେଶ ଓ ମାନୁଫାକ୍‌ଚରିଂକୁ ସହଜ କରିବ।
ଏହି ଏମ୍‌ଓୟୁ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଏକ ଦୃଢ଼ ବ୍ୟାଙ୍କିଙ୍ଗ ଓ ବ୍ୟାଙ୍କିଙ୍ଗ ବାହାରେ ବ୍ୟବସ୍ତା ଗଠନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଆତ୍ମ ସ୍ଥାୟୀ ଅଭିବୃଦ୍ଧି ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆଡ଼କୁ ସେମାନଙ୍କ ଯାତ୍ରା ତ୍ୱରାନ୍ୱିତ କରିବ। ଆର୍ଥିକ ନବସୃଜନ ସହିତ ନୀତି ସହାୟତାକୁ ମିଶାଇ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଓ ଡିପିଆଇଆଇଟି ପରବର୍ତି ପିଢ଼ିର ଭାରତୀୟ ୟୁନିକର୍ଣ୍ଣଙ୍କୁ ସମୃଦ୍ଧ କରିବା ଏବଂ ଭାରତକୁ ଉଦ୍ୟମିତା ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବେ ଉପସ୍ଥାପିତ କରିବାକ ପ୍ରତିବଦ୍ଧ ରହିଛନ୍ତି।

Related Post