ଆଜିର ଖାସ ଖବର
Sat. May 30th, 2026

୬୨ତମ ଜାତୀୟ ସମ୍ମିଳନୀରେ ସିଏମ୍‌ଏଙ୍କ ନେତୃତ୍ୱକୁ ଇରେଡା ସିଏମ୍‌ଡିଙ୍କ ପ୍ରଶଂସା

By Admin_Dainkasha May26,2025
CMD, IREDA Lauds CMA Leadership at 62nd National Convention

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍‌ସ ଅଫ୍ ଇଣ୍ଡିଆ (ଆଇସିଏମ୍‌ଏଆଇ) ପକ୍ଷରୁ ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟ।।ଳୟରେ ଆୟୋଜିତ ୬୨ତମ ଜାତୀୟ କଷ୍ଟ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍‌ସ ସମ୍ମିଳନୀକୁ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ସମ୍ବୋଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସ୍ଥାୟୀ ବିକାଶ ଓ ଅକ୍ଷୟ ଶକ୍ତି କ୍ଷେତ୍ର ପ୍ରତି ଯୋଗଦାନ ପାଇଁ ଇରେଡାର ଉଲ୍ଲେଖନୀୟ ଯୋଗଦାନକୁ ସେ ପ୍ରଶଂସା କରିଥିଲେ। ଷ୍ଟକ୍ ବଜାରରେ ଇରେଡାର ଐତିହାସିକ ଲିଷ୍ଟିଂକୁ ମଧ୍ୟ ସେ ପ୍ରଶଂସା କରିଥିଲେ ଯାହା ଭାରତର ସବୁଜ ଫାଇନାନ୍ସ ଯାତ୍ରାରେ ଏକ ନୂତନ ଅଧ୍ୟାୟକୁ ଦର୍ଶାଉଛି।
କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରାହରେ ବକ୍ତବ୍ୟ ରଖି ଶ୍ରୀ ଦାସ ବିଶ୍ୱସ୍ତରରେ ସିଏମ୍‌ଏମାନଙ୍କ ବର୍ଦ୍ଧିତ ନେତୃତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ଫର୍ଚୁନ୍ ୫୦୦ରେ ଥିବା ୫୦ ପ୍ରତିଶତରୁ ଅଧିକ କମ୍ପାନି ସିଏମ୍‌ଏମାନଙ୍କ ବିଶେଷତାକୁ ଉପଯୋଗ କରୁଥିବା ବେଳେ ଉଦୀୟମାନ ବଜାରରେ ଚାହିଦା ବଢ଼ିବାରେ ଲାଗିଛି। ଆଜିର ଦିନରେ ସିଏମ୍‌ଏମାନେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରାମର୍ଶଦାତା, କ୍ରସ୍ ଫଙ୍କସନାଲ୍ ଏନାବଲର୍ ଓ ଏଂଟରପ୍ରାଇଜ୍ ଭାଲ୍ୟୁ ପାର୍ଟନର ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, ଫଳରେ ପାରମ୍ପରିକ କଷ୍ଟ ରିପୋର୍ଟିଂଠାରୁ ସେମାନେ ଆଗକୁ ବଢ଼ିଛନ୍ତି।
ଇରୋଡାର ପରିଚାଳନା ଉତ୍କର୍ଷ ଉପରେ ଆଲୋକପାତ କରି ଶ୍ରୀ ଦାସ କିଭଳି ସଂସ୍ଥା କିଭଳି ସମ୍ପୂର୍ଣ୍ଣ ଡିଜିଟାଲ୍ ରୂପାନ୍ତରଣକୁ ଗ୍ରହଣ କରିଛି ତାହା ଜଣାଇବା ସହ କମ୍ ଶ୍ରମଶକ୍ତି ସହ ଗତ ପାଂଚ ବର୍ଷରେ ଲୋନ୍ ବୁକ୍‌ରେ ୩.୫ ଗୁଣା ବୃଦ୍ଧି ହାସଲ କରିଥିବା କହିଥିଲେ। କର୍ପୋରେଟ୍‌ରେ ଚମତ୍କାର ପରିବର୍ତନ ଆଣିବା, ପ୍ରଶାସନ ଓ ସ୍ଥାୟୀ ବିକାଶକୁ ବଢ଼ାଇବାରେ ସିଏମ୍‌ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ।

Related Post