ଆଜିର ଖାସ ଖବର
Fri. May 29th, 2026

ଇଣ୍ଡସଇଣ୍ଡ ବ୍ୟାଙ୍କକୁ ସମର୍ଥନ ଦେବାକୁ ପ୍ରମୋଟର ଅଶୋକ ହିନ୍ଦୁଜା ପ୍ରତିବଦ୍ଧ

By Admin_Dainkasha May26,2025

ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କର ପ୍ରମୋଟର (ପ୍ରତିଷ୍ଠାତା) ତଥା ଇଣ୍ଡସଇଣ୍ଡ ଇଂଟରନ୍ୟାସନାଲ ହୋଲଡିଂସ ଲିମିଟେଡର ଅଧ୍ୟକ୍ଷ ଅଶୋକ ପି ହିନ୍ଦୁଜା ଇଣ୍ଡସଇଣ୍ଡ ବ୍ୟାଙ୍କର ୨୦୨୪-୨୫ ଆର୍ôଥକ ଫଳାଫଳ ଘୋଷଣା କରିବା ଅବସରରେ କହିଛନ୍ତି ଯେ, ‘ମୁଁ ଅନିୟମିତତା ଓ ତା ସମ୍ପର୍କିତ ଚିନ୍ତାକୁ ଦୂର କରିବା ଲାଗି ଉଚିତ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା ବ୍ୟାଙ୍କର ଅଧ୍ୟକ୍ଷ ଓ ନିର୍ଦେଶକ ମଣ୍ଡଳୀ ପ୍ରତି ନିଜର ପୂର୍ଣ୍ଣ ଓ ଅତୁଟ ବିଶ୍ୱାସକୁ ଦୋହରାଉଛି।
ଏହା ଦ୍ୱାରା ପାରଦର୍ଶିତା ଓ ଶାସନର ଉଚ୍ଚ ମାନକ ସ୍ଥାପିତ ହେବ ଯାହ ଫଳରେ ବ୍ୟାଙ୍କରେ ବିଶ୍ୱାସର ପୁଣି ଥରେ ପ୍ରତିଷ୍ଠିତ ହେବ। ବ୍ୟାଙ୍କର ବ୍ୟବସାୟ ସୁସ୍ଥକର ରଖିବାକୁ ସୁନିଶ୍ଚିତ କରିବା ଲାଗି ବର୍ତମାନ ପରିଚାଳନା ସମ୍ପର୍କିତ ପ୍ରୟାସ, ବୋର୍ଡ ଓ ଅନ୍ୟ ଅଂଶୀଦାରଙ୍କ ମାର୍ଗଦର୍ଶନ ଓ ନିରୀକ୍ଷଣରେ କାର୍ଯ୍ୟ କରାଯାଉଛି। ବ୍ୟାଙ୍କ ଉପରେ ଗ୍ରାହକଙ୍କ ନିରନ୍ତର ବିଶ୍ୱାସ ଏହି ସଂସ୍ଥା ଉପରେ ସେମାନଙ୍କ ଭରସାକୁ ଦର୍ଶାଉଛି। ତାହାକୁ ସଦାସର୍ବଦା ବଜାୟ ରଖାଯାଇଛି। ଏବେ ଏକ ନୂଆ ଶୁଭାରମ୍ଭ ହେବ ଯେଉଁଥିରେ ଏକ ସ୍ୱଚ୍ଛ ଆଧାର ସହିତ ବ୍ୟାଙ୍କ ଦୀର୍ଘ ଦଶକ ଧରି ବଜାୟ ରଖିଥିବା ସେହି ପ୍ରତିଷ୍ଠିତ ସ୍ଥାନକୁ ପୁନର୍ବାର ହାସଲ କରିବ।
ଏହି ମାମଲାକୁ ବ୍ୟବସ୍ଥିତ ଢଙ୍ଗରେ ସମାଧାନ କରିବା ଏବଂ ଉଚିତ ମାର୍ଗଦର୍ଶନ କରିବା ପାଇଁ ନିୟାମକ ପଦକ୍ଷେପ ବେଶ ପ୍ରଶଂସନୀୟ। ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ବେଶ୍ ସୁସ୍ଥ ରହିଛି। କିନ୍ତୁ ବ୍ୟବସାୟ ବଢ଼ାଇବା ଲାଗି ଯଦି ଅତିରିକ୍ତ ଇକ୍ୱିଟିର ଆବଶ୍ୟକତା ହେବ ତେବେ ଆଇଆଇଏଚଏଲ ଓ ଆଇବିଏଲର ପ୍ରମୋଟର ଭାବେ ମୁଁ ଗତ ୩୦ ବର୍ଷ ଭଳି ବ୍ୟାଙ୍କର ସମର୍ଥନ କରିବାକୁ ପ୍ରତିବଦ୍ଧ ରହିଛି ବୋଲି ଶ୍ରୀ ଅଶୋକ ହିନ୍ଦୁଜା କହିଛନ୍ତି।

Related Post