ଆଜିର ଖାସ ଖବର
Sat. May 30th, 2026

ସିଏମ୍‌ଆର୍ ଗ୍ରିନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Sep4,2025

ଭୁବନେଶ୍ୱର: ଅଗ୍ରଣୀ ଅଣ ଫେରସ୍ ଧାତବ ରିସାଇକ୍ଲିଂ ସଂସ୍ଥା ସିଏମ୍‌ଆର୍ ଗ୍ରିନ୍ ଟେକ୍ନୋଲୋଜିସ୍ ଲିିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ଇକ୍ୱିଟି ସେୟାର ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି। ଅଫର ଫର ସେଲ୍‌ରେ କମ୍ପାନି ପକ୍ଷରୁ ୪୨,୮୯୦,୭୩୫ ଇକ୍ୱିଟି ସେୟାର ବିକ୍ରି କରାଯିବ।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଘରୋଇ ରିସାଇକଲ୍‌ଡ ଆଲୁମିନିୟମ କ୍ଷେତ୍ରରେ ସିଏମ୍‌ଆର୍ ଗ୍ରିନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ସ୍ଥାପିତ କ୍ଷମତା ଦୃଷ୍ଟିରୁ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଚାରି ଗୁଣା ଆଗରେ ରହିଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସ୍ଥାପିତ କ୍ଷମତା ଦୃଷ୍ଟିରୁ ବିଶ୍ୱ ଆଲୁମିନିୟମ ରିସାଇକ୍ଲିଂ ଶିଳ୍ପରେ କମ୍ପାନି ହେଉଛି ଅନ୍ୟତମ ସର୍ବବୃହତ୍ ସଂସ୍ଥା। ୨୦୦୭ରୁ ୨୦୨୫ ପର୍ଯ୍ୟନ୍ତ କମ୍ପାନିର ପରିଚାଳନାରୁ ରାଜସ୍ୱ ବାର୍ଷିକ ୨୩ ପ୍ରତିଶତ ହାରରେ ବୃଦ୍ଧି ପାଇଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌।

Related Post