ଆଜିର ଖାସ ଖବର
Sat. May 30th, 2026

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ପ୍ରଯୁକ୍ତି, ବିଶ୍ୱାସ ଓ ରୂପାନ୍ତରଣ ସହ ବିଦ୍ୟୁତ ବିତରଣରେ ପରିବର୍ତନ ଆଣିଛନ୍ତି

By Admin_Dainkasha Sep4,2025

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତି, ଗ୍ରାହକ ବିଶ୍ୱାସ ସୃଷ୍ଟି କରି ଏବଂ ସାରା ରାଜ୍ୟରେ ବଡ଼ ଧରଣର ରୂପାନ୍ତରଣ ସହିତ ଭାରତର ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ପରିବର୍ତନ ଆଣିଛନ୍ତି। ପ୍ରାୟ ୧୦ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିବା ଚାରି ବିଦ୍ୟୁତ୍ ୟୁଟିଲିଟି ଟିପିସିଓଡିଏଲ୍‌, ଟିପିଡବ୍ଲ୍ୟୁଓଡିଏଲ୍‌, ଟିପିଏସ୍‌ଓଡିଏଲ୍ ଓ ଟିପିଏନ୍‌ଓଡିଏଲ୍ ଭରସାଯୋଗ୍ୟ ଓ ଗ୍ରାହକ କୈନ୍ଦ୍ରୀକ ବିଦ୍ୟୁତ୍ ସେବାର ଏକ ମଡେଲ୍ ଭାବେ ଉଭା ହୋଇଛନ୍ତି।
ଏହି ରୂପାନ୍ତରଣର ମୂଳରେ ରହିଛି ପ୍ରଯୁକ୍ତି। ଓଡ଼ିଶାର ବିଦ୍ୟୁତ୍ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଂଟ ହେଉଛି ବିଦ୍ୟୁତ୍ ବଂଟନ ପ୍ରଯୁକ୍ତି କେନ୍ଦ୍ର (ପିିଡିଟିସି) ଯାହା ହେଉଛି ପ୍ରଥମ ଧରଣର ନର୍ଭ କେନ୍ଦ୍ର ଯାହା ଗୋଟିଏ ହବ୍‌ରେ ସମଗ୍ର ବିଦ୍ୟୁତ୍ ବଂଟନ ନେଟ୍‌ୱର୍କ ପରିଚାଳନା କରୁଛି। ପିଡିଟିସିରେ ସ୍କାଡା ବ୍ୟବସ୍ଥା, ଜିଆଇଏସ୍ ଭିତିକ ନେଟ୍‌ୱର୍କ ମ୍ୟାପିଂ ଓ ସ୍ୱୟଂକ୍ରିୟ ବିଭ୍ରାଟ ପରିଚାଳନାକୁ ସମନ୍ୱିତ କରି ବାସ୍ତବ ସମୟ ନିରୀକ୍ଷଣ, ଦ୍ରୁତ ତ୍ରୁଟି ଚିହ୍ନଟ ଏବଂ ସହରାଚଂଳ ଓ ଗାମାଚଂଳ ସାରା ପ୍ରତିଷେଧକମୂଳକ ରକ୍ଷଣାବେକ୍ଷଣକୁ ସକ୍ଷମ କରିଛି। ମୋବାଇଲ୍ ଆପ୍‌, ହ୍ୱାଟସ୍‌ଆପ୍ ସେବା ଓ ମିସଡ୍ କଲ୍ ହେଲ୍‌ପଲାଇନ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମ ଗ୍ରାହକଙ୍କୁ ସୁବିଧାରେ ସେବା ହାସଲ କରିବାକୁ ସକ୍ଷମ କରିଛି। ଏହି ପ୍ରଯୁକ୍ତି ଆଧାରିତ ଅଭିଯାନ ଦ୍ୱାରା ଏହି ଡିସ୍‌କମ୍‌ଗୁଡ଼ିକ ଶକ୍ତି ମନ୍ତ୍ରଣାଳୟର ବାର୍ଷିକ ପ୍ରଦର୍ଶନ ଅନୁଶୀଳନରେ ଏ+ ର‌୍ୟାଙ୍କିଂ ହାସଲ କରିବା ପ୍ରତି ଯୋଗଦାନ ଦେଇଛି ଯାହା ସେବା ଓ ପରିଚାଳନରେ ଉତ୍କର୍ଷକୁ ପ୍ରତିଫଳିତ କରୁଛି।
ଏହି ପ୍ରଯୁକ୍ତି ପରିବର୍ତନ ସହିତ ପରିଚାଳନା ଉତ୍କର୍ଷତା ଉପରେ ଗୁରୁତ୍ୱ ଦ୍ୱାରା ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି। ଗତ ତିନି ବର୍ଷ ମଧ୍ୟରେ ଏଟିଆଣ୍ଡ୍‌ସି କ୍ଷତି ପ୍ରାୟ ୧୧ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଉଭୟ ଆର୍ଥିକ ସ୍ଥାୟିତ୍ୱ ଓ ଦକ୍ଷତାରେ ଉନ୍ନତି ହୋଇଛି। ଅନେକ ଡିଭିଜନରେ ବିଲିଂ ଓ କଲେକ୍ସନ ଦକ୍ଷତା ୯୯ ପ୍ରତିଶତ ଅତିକ୍ରମ କରିଛି ଯାହା ନଗଦ ରାଶି ପ୍ରବାହକୁ ସୁନିଶ୍ଚିତ କରିଥିବା ବେଳେ ସେହି ରାଶିକୁ ନେଟୱର୍କ ଉନ୍ନତିକରଣରେ ପୁନଃନିବେଶ କରାଯାଉଛି। ଏହି ସମୟ ମଧ୍ୟରେ ୫୯୮୬ କୋଟି ଟଙ୍କାର ପୁଞ୍ଜି ବ୍ୟୟ ସବଷ୍ଟେସନର ଆଧୁନିକୀକରଣ, ଫିଡର ଆଧୁନିକୀକରଣ ଓ ଭୂତଳ ତାର ବିଛାଇବାରେ ବ୍ୟବହାର କରାଯାଇଛି, ଫଳରେ ଯୋଗାଣ ଭରସାଯୋଗ୍ୟତା ବଢ଼ିଥିବା ବେଳେ ସୁରକ୍ଷାରେ ଉନ୍ନତି ହୋଇପାରିଛି।

ଏହି ରୂପାନ୍ତରିତ ଯାତ୍ରାର କେନ୍ଦ୍ରରେ ରହିଛି ଗ୍ରାହକ ସନ୍ତୁଷ୍ଟି। ସରଳ ଡିଜିଟାଲ ପ୍ରକ୍ରିୟାରେ ନୂଆ ସଂଯୋଗ ନେବା ପାଇଁ ଲାଗୁଥିବା ହାରାହାରି ସମୟ ୪୦ ପ୍ରତିଶତ କମ୍ ହୋଇଥିବା ବେଳେ ଗ୍ରାମୀଣ ଗ୍ରାହକ ସେବା କେନ୍ଦ୍ର ଓ ଚବିଶ ଘଂଟିଆ ହେଲ୍‌ପଲାଇନ୍ ଜରିଆରେ ନିର୍ଧାରିତ ସମୟ ସୀମା ମଧ୍ୟରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ହୋଇପାରିଛି। ବିଦ୍ୟୁତ ଯୋଗାଣ ବାହାରେ ମଧ୍ୟ ସ୍ୱାସ୍ଥ୍ୟ ଶିବିର, ଶିକ୍ଷାଗତ ଅଭିଯାନ, ନିଯୁକ୍ତି କାର୍ଯ୍ୟକ୍ରମ ଓ ଉଦ୍ୟମିତା ବିକାଶ ଭଳି ସିଏସ୍‌ଆର୍ କାର୍ଯ୍ୟକ୍ରମ ଦ୍ୱାରା ୨୫ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଏକ ଉତ୍ସାହୀ ଓ ତାଲିମପ୍ରାପ୍ତ ଶ୍ରମଶକ୍ତିକୁ ନିୟମିତ ସମ୍ପୃକ୍ତି ସର୍ବେକ୍ଷଣ ଓ ଦକ୍ଷତା ଗଠନ କାର୍ଯ୍ୟକ୍ରମ ଜରିଆରେ ସମୃଦ୍ଧ କରାଯାଉଛି ଯାହା ପ୍ରତିଟି ଟଚ୍‌ପଏଂଟ୍‌ରେ ଗ୍ରାହକ ଅନୁଭୂତି ସେବା ଉତ୍କର୍ଷକୁ ସୁନିଶ୍ଚିତ କରୁଛି।
ପ୍ରଯୁକ୍ତି, ବିଶ୍ୱାସ ଓ ରୂପାନ୍ତରଣ ଉପରେ ସ୍ପଷ୍ଟ ଭାବେ ଗୁରୁତ୍ୱ ଦେଇ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ କେବଳ ଘର ଓ ବ୍ୟବସାୟକୁ ଆଲୋକିତ କରୁନାହାନ୍ତି, ବରଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିକୁ ସକ୍ଷମ କରୁଥିବା ବେଳେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତନକୁ ସମର୍ଥନ କରୁଛନ୍ତି।

Related Post