ଆଜିର ଖାସ ଖବର
Sat. May 30th, 2026

କରୋନା ରେମେଡିଜ ଲିମିଟେଡ ପକ୍ଷରୁ ୮୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha May7,2025

ଭୁବନେଶ୍ୱର: କ୍ରିସକ୍ୟାପିଟାଲ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ସେପିଆ ଇନଭେଷ୍ଟମେଂଟ ସମର୍ôଥତ ସଂସ୍ଥା କରୋନା ରେମେଡିଜ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ମହିଳା ସ୍ୱାସ୍ଥ୍ୟ ସେବା, କାର୍ଡିଓ-ଡାଇବେଟୋ, ଯନ୍ତ୍ରଣା ପରିଚାଳନା, ୟୁରୋଲୋଜି ଓ ଅନ୍ୟାନ୍ୟ ଥେରାପି କ୍ଷେତ୍ରୋରେ ବିକାଶ, ଉତ୍ପାଦନ ଓ ଉତ୍ପାଦର ମାର୍କେଟିଂରେ ନିୟୋଜିତ ଥିବା କରୋନା ରେମେଡିଜ ଲିମିଟେଡ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୮୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଏହି ସମଗ୍ର ୮୦୦ କୋଟି ଟଙ୍କାର ପାଣ୍ଠି ଅଫର ଫର ସେଲ ଜରିଆରେ ସଂଗ୍ରହ କରାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଂଜ ଲିମିଟେଡରେ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ।

Related Post