ଆଜିର ଖାସ ଖବର
Tue. May 26th, 2026

ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ “ହାଣ୍ଡ୍‌ସ ଦାଟ୍ ସ୍ପିକ୍‌” ଡିଜିଟାଲ୍ ସିନେମା ଜରିଆରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ

By Admin_Dainkasha May7,2025
On International Labour Day, Godrej Consumer Products Celebrates an Inclusive Workforce with ‘Hands That Speak' Digital Film

ଭୁବନେଶ୍ୱର: ଅନ୍ତର୍ଜାତୀୟ ଶ୍ରମ ଦିବସରେ ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌) ପକ୍ଷରୁ “ହାଣ୍ଡସ୍ ଦାଟ୍ ସ୍ପିକ୍‌” ଡିଜିଟାଲ୍ ସିନେମାର ଶୁଭାରମ୍ଭ କରାଯାଇଛି। ଜିପିସିଏଲ୍‌ର ତାମିଲନାଡ଼ୁରେ ଥିବା ନୂଆ କାରଖାନାରେ କାର୍ଯ୍ୟ କରୁଥିବା ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ସହ ଶ୍ରମଶକ୍ତି ବିବିଧତା ଓ ଅନ୍ତର୍ଭୁକ୍ତୀକରଣ ଉପରେ ତାହା ଆଲୋକପାତ କରିଛି।
ଏହି ସିନେମାରେ ଶ୍ରବଣ ଓ ବାକ୍ ଭିନ୍ନକ୍ଷମ ଜିସିପିଏଲ୍‌ର କର୍ମଚାରୀମାନେ ସେମାନଙ୍କ କାହାଣୀକୁ ଭାରତୀୟ ସାଙ୍କେତିକ ଭାଷା (ଆଇଏସ୍‌ଏଲ୍‌) ଜରିଆରେ ସେମାନଙ୍କ କାହାଣୀ କହୁଥିବା ଦେଖିବାକୁ ମିଳିବ। ନିରବ ଭିତରେ ସୀମିତ ରହିବା ବଦଳରେ ସେମାନଙ୍କ ହାତ ଦୃଢ଼ତା, ସୂକ୍ଷ୍ମତା ଓ ବର୍ଗର ଶକ୍ତିଶାଳୀ ସ୍ୱର ପାଲଟିଛି। କାରଖାନା ପୃଷ୍ଠଭୂମି ଉପରେ ପ୍ରସ୍ତୁତ ଏହି ସିନେମା ଯୋଗାଯୋଗ ଓ ଅବଦାନକୁ ପୁନଃପରିକଳ୍ପିତ କରିବା ସହ କେବଳ ବ୍ୟକ୍ତି ଯାହା କରୁଛନ୍ତି ତାହା ନୁହେଁ, ସେମାନେ ଯାହା ତାହାକୁ ପାଳନ କରୁଛି।
୨୦୨୧ରେ ଅନଆର୍ଥସାଇଟ୍ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୩୦ ନିୟୁତ ଦିବ୍ୟାଙ୍ଗ ଥିବା ବେଳେ ସେମାନଙ୍କ ଭିତରୁ ମାତ୍ର ୧୧ ପ୍ରତିଶତକୁ ଅର୍ଥପୂର୍ଣ୍ଣ ନିଯୁକ୍ତି ମିଳିପାରିଛି। ଏହି ଅଭିଯାନ ଜରିଆରେ ଜିପିିସିଏଲ୍ କେବଳ ସେହି ଲୋକଙ୍କ ସଫଳତାକୁ ପାଳନ କରୁନାହିଁ, ବରଂ ସେମାନଙ୍କ ପାଇଁ ସୁଯୋଗ, ଦ୍ୱାର ଖୋଲିବା ସହିତ ଏକ ବାସ୍ତବ ଅର୍ନ୍ତଭୁକ୍ତୀକରଣ କର୍ମକ୍ଷେତ୍ର ଗଠନ ଲାଗି ଶିଳ୍ପରେ ଢାଂଚାଗତ ପରିବର୍ତନ ଆଣିବାକୁ ଆହ୍ୱାନ ଦେଉଛି।
ଭାରତୀୟ ସାଙ୍କେତିକ ଭାଷା ଜରିଆରେ କୁହାଯାଇଥିବା ଓ ସବ୍‌ଟାଇଟଲ୍ ସହିତ ଏହି ଫିଲ୍ମ ଜିପିସିଏଲ୍‌ର ଶ୍ରବଣ ଓ ବାକ୍ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ ସେମାନଙ୍କ କାହାଣୀକୁ କଥିତ ଭାଷା ନୁହେଁ, ବରଂ ନିଜ ହାତ ଜରିଆରେ କହିବାର ସୁଯୋଗ ପ୍ରଦାନ କରିଛି। ଏହି ହାତଗୁଡ଼ିକୁ କେବଳ ତିଆରି, ପ୍ୟାକିଂ କିମ୍ବା ଉତ୍ପାଦ ସୃଷ୍ଟି କରୁନହାନ୍ତି, ସେଗୁଡ଼ିକ ହେଉଛି ଗର୍ବ, ପରିଚୟ ଓ ଅକୁହା ଦୃଢ଼ତାର ସଙ୍କେତ। ହାଣ୍ଡ୍‌ସ ଦାଟ୍ ସ୍ପିକ୍‌ସ ପାରମ୍ପରିକ ସ୍ୱର, ଯୋଗାଯୋଗ ଓ ଅବଦାନକୁ ବଦଳାଇଛି। ଏହା ଏଭଳି ଏକ ଦୁନିଆର ଝଲକ ପ୍ରଦାନ କରୁଛି ଯେଉଁଠାରେ ନିରବତା କେବଳ ଏକ ପ୍ରତିବନ୍ଧକ ନୁହେଁ, ବରଂ ଏକ ଭାଷା ଯେଉଁଠାରେ କର୍ମଚାରୀମାନେ ମେସିନ୍‌ର ଚଳନକୁ ଅନୁଭବ କରୁଛନ୍ତି, ସୂକ୍ଷ୍ମତାରେ ଯୋଗଦାନ କରୁଛନ୍ତି ଏବଂ ଅର୍ଥପୂର୍ଣ୍ଣ ପଦକ୍ଷେପ ଜରିଆରେ ପରିମାଣର କଥା କହୁଛନ୍ତି।
ଏହି ଅଭିଯାନ ସମ୍ପର୍କରେ ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌)ର ମହାପ୍ରବନ୍ଧକ-ଡାଇଭରସିଟି ଇକ୍ୱିଟି ଆଣ୍ଡ୍ ଇନ୍‌କ୍ଲୁଜନ୍ ସନ୍ଧ୍ୟା ରମେଶ କହିଛନ୍ତି ଯେ, “ସମ୍ମାନ ଓ ନ୍ୟାୟୋଚିତ ପ୍ରତି ଜିସିପିଏଲ୍‌ର ଚେଙ୍ଗଲପାଟୁ କାରଖାନାର ପ୍ରତିବଦ୍ଧତା ଉଭୟ କର୍ମକ୍ଷେତ୍ର ଓ ବାହାରେ ଅର୍ଥପୂର୍ଣ୍ଣ ପରିବର୍ତନକୁ ଅନୁପ୍ରାଣିତ କରୁଛି। ହାଣ୍ଡ୍‌ସ ଦାଟ୍ ସ୍ପିକ୍ ହେଉଛି ଆମ ଶ୍ରମଶକ୍ତିରେ ଥିବା ଦିବ୍ୟାଙ୍ଗ ୋକମାନଙ୍କ ଅତୁଲ୍ୟ ଯୋଗଦାନର ପାଳନ। ଏହି ଶ୍ରମିକ ଦିବସରେ ଆମେ କେବଳ କାମ ନୁହେଁ, ବରଂ ଏହା ପଛରେ ଥିବା ଭାବ ଓ ଲୋକମାନଙ୍କୁ ପାଳନ କରୁଛି। ଆମେ ଆଶା କରୁଛୁ ଯେ ଏହ ସିନେମା ଶିଳ୍ପରେ ଆଲୋଚନା ଓ ପଦକ୍ଷେପକୁ ବଢ଼ାଇ ନିଯୁକ୍ତିକୁ ଅଧିକ ଲୋକଙ୍କ ପାଖରେ ଓ ସମାନ ଭାବେ ପହଂଚାଇବ।”

Related Post