ଆଜିର ଖାସ ଖବର
Sat. Apr 25th, 2026

ଗାର୍ନିୟର ପକ୍ଷରୁ ପୁରୀ ବେଳାଭୂମି ସଫେଇ ଅଭିଯାନର ଶୁଭାରମ୍ଭ ସହ ସ୍ୱଚ୍ଛ ଭାରତ ମିଶନକୁ ସମର୍ଥନ

By Admin_Dainkasha Jun10,2025

ଭୁବନେଶ୍ୱର/ପୁରୀ: ବିଶ୍ୱସ୍ତରୀୟ ବ୍ୟୁଟି ବ୍ରାଣ୍ଡ ଗାର୍ନିୟର ସ୍ୱଚ୍ଛ ଭାରତ ମିଶନ-ସହରରେ ଯୋଗଦେଇଛି। ଏହି ସହଯୋଗିତାରେ ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥ ହ୍ରାସ, ପୁନଃବ୍ୟବହାର ଏବଂ ରିସାଇକିଲିଂ ଉପରେ ଧ୍ୟାନ ଦିଆଯାଇଛି। ଏହି ଅଭିଯାନ ମିଶନର “ରିଡ୍ୟୁସ୍‌, ରିଉଜ୍‌, ରିସାଇକିଲ୍‌” (ଆରଆରଆର)କୁ ସମର୍ଥନ କରୁଛି।
ଏହି ସହଭାଗିତା ପୁରୀ ବେଳାଭୂମି ସହିତ ଭାରତର ୨୪ଟି ଅନ୍ୟ ବେଳାଭୂମିରେ କ୍ଲିନ-ଅପ୍ (ସଫେଇ) ଅଭିଯାନ ସହିତ ଆରମ୍ଭ ହୋଇଛି। ମୁମ୍ବାଇ, ଚେନ୍ନାଇ, ଭାଇଜାଗ୍‌, ଗୋଆ, ମାଙ୍ଗାଲୋର ଏବଂ କାସରଗୋଡ୍ ଆଦି ଅନେକ ସହରରେ ହଜାର ହଜାର ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଏହି ଅଭିଯାନରେ ଭାଗ ନେଇଛନ୍ତି। ଏହା ଗାର୍ନିୟରର ଗ୍ରୀନ୍ ବ୍ୟୁଟି ଯାତ୍ରାରେ ଏକ ମାଇଲଖୁଣ୍ଟ ଯାହା ପ୍ଲାଷ୍ଟିକ୍ ଫର୍ ଚେଞ୍ଜ୍ ସହିତ ସହଯୋଗିତାରେ ଭାରତରେ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରୁଛି।
ଏ ବିଷୟରେ ମିଶନ୍ ଡାଇରେକ୍ଟର ରୂପା ମିଶ୍ର କହିଛନ୍ତି, “ଭାରତରେ ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ଏବଂ ଉନ୍ନତ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଗାର୍ନିୟର ସହିତ ସହଯୋଗିତା କରିବା ଆମକୁ ଆନନ୍ଦିତ କରିଛି। ଏହି ସହଯୋଗ ସରକାରୀ ପ୍ରୟାସ ଏବଂ ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଶକ୍ତିଶାଳୀ ସହଯୋଗର ଏକ ଉଦାହରଣ।”
ଗାର୍ନିୟର ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ଅଜୟ ସିନହା କହିଛନ୍ତି ଯେ “ଗାର୍ନିୟରରେ ସ୍ଥିରତା ଆମର ପ୍ରତ୍ୟେକ କାର୍ଯ୍ୟର ମୂଳ ଉଦ୍ଦେଶ୍ୟ। ଆମର ଗ୍ରୀନ୍ ବ୍ୟୁଟି ପ୍ରୟାସ ପ୍ରକୃତ ପରିବର୍ତନ ଆଣିବା ପାଇଁ ପରିକଳ୍ପିତ ଏବଂ ସ୍ୱଚ୍ଛ ଭାରତ ମିଶନ-ସହର ସହିତ ଆମର ସହଯୋଗ ଏହି ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଉପଭୋକ୍ତାମାନଙ୍କୁ ପରିବେଶ ଅନୁକୁଳ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରି ଆମେ ସମୁଦ୍ରକୁ ଯାଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ କରୁଛୁ ଏବଂ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରୁଛୁ। ପ୍ଲାଷ୍ଟିକ୍ ଫର୍ ଚେଞ୍ଜ୍ ଏବଂ ବର୍ତମାନ ସ୍ୱଚ୍ଛ ଭାରତ ମିଶନ-ସହର ସହିତ ସହଯୋଗିତା ମାଧ୍ୟମରେ, ଆମେ କେବଳ ଗାର୍ନିୟରର ସ୍ଥିରତା ସମ୍ବନ୍ଧୀୟ ନେତୃତ୍ୱକୁ ମଜବୁତ କରୁନାହୁଁ ବରଂ ପ୍ଲାଷ୍ଟିକ୍ ପ୍ରଦୂଷଣ ବିରୁଦ୍ଧରେ ସମାଜକୁ ଏକ ପ୍ରତ୍ୟକ୍ଷ ପରିବର୍ତ୍ତନ ଆଣିବାରେ ସହାୟକ ହେଉଛୁ।”
୨୦୨୧ ମାର୍ଚ୍ଚରୁ ସମସ୍ତ ଗାର୍ନିୟର ଉତ୍ପାଦ କ୍ରୁଏଲଟି ଫ୍ରି ଇଣ୍ଟରନ୍ୟାସନାଲ୍ ଦ୍ୱାରା ଲିପିଂ ବନି ପ୍ରୋଗ୍ରାମ୍ ଅଧୀନରେ ଅନୁମୋଦିତ ହୋଇଛି ଯାହା ପଶୁ ଉପରେ ପରୀକ୍ଷା ବନ୍ଦ କରିବା ଲକ୍ଷ୍ୟରେ ଗଠନ କରାଯାଇଛି।

Related Post