ଆଜିର ଖାସ ଖବର
Thu. Apr 16th, 2026

ଗୋଦରେଜ୍ ଇଂଟେରିଓ ପକ୍ଷରୁ ଅପ୍‌ମୋଡ୍‌ସ ଆସବାବପତ୍ର ବର୍ଗମାଳାର ଶୁଭାରମ୍ଭ

By Admin_Dainkasha Jan31,2025

ଭୁବନେଶ୍ୱର: ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍‌ର ଅଂଶ ତଥା ଭାରତର ଅଗ୍ରଣୀ ଆସବାବପତ୍ର ବ୍ରାଣ୍ଡ୍ ଗୋଦରେଜ୍ ଇଂଟେରିଓ ପକ୍ଷରୁ ଆଧୁନିକ ଭାରତୀୟ ଘରଗୁଡ଼ିକ ପାଇଁ ଅପ୍‌ମୋଡ୍‌ସ ଆସବାବପତ୍ର ବର୍ଗମାଳାର ଶୁଭାରମ୍ଭ କରାଯାଇଛି। ବ୍ୟକ୍ତିଗତ ଷ୍ଟାଇଲ୍ ଓ ସ୍ଥାୟିତ୍ୱ ପ୍ରତି ଧ୍ୟାନ ଦେଉଥିବା ଗ୍ରାହକମାନଙ୍କ ଲାଗି ବିକାଶ କରାଯାଇଥିବା ଅପ୍‌ମୋଡ୍‌ସ ଏହାର ଅତୁଳନୀୟ କଷ୍ଟମାଇଜେସନ୍ ଓ ଅପ୍‌ଗ୍ରେଡ୍ କରିବା ବିକଳ୍ପ ପାଇଁ ଆସବାବପତ୍ର ମାଲିକାନାରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବ।
ଅପ୍‌ମୋଡ୍‌ସ ଗ୍ରାହକମାନଙ୍କୁ ଆସବାବପତ୍ରକୁ ସମ୍ପୂର୍ଣ୍ଣ ନ ବଦଳାଇ ସେଥିରେ ପରିବର୍ତନ ଆଣିବାର ନମନୀୟତା ପ୍ରଦାନ କରୁଛି। ଫଳରେ ଜୀବନଶୈଳୀରେ ହେଉଥିବା ଉନ୍ନତି ଅନୁସାରେ ଆଗକୁ ବଢ଼ିବା ଲାଗି ତାହା ସ୍ଥାୟୀ ବିକଳ୍ପ ପ୍ରଦାନ କରୁଛି। ୨୪୫୦ରୁ ଅଧିକ ମିଶ୍ରଣର ବିକଳ୍ପ ସହିତ ଏହି ପ୍ଲାଟଫର୍ମ ଭିତିକ ଆଭିମୁଖ୍ୟ ଘର ମାଲିକାମାନଙ୍କୁ ନିଜ ଆସବାବପତ୍ରକୁ ଅପ୍‌ଗ୍ରେଡ୍ କରିବା, ରିଫର୍ବିସ୍ କରିବା ଓ ପର୍ସନାଲାଇଜ୍ କରିବାରେ ସଶକ୍ତ କରିବ। ଏହା ସୌନ୍ଦର୍ଯ୍ୟ ଓ ଭାବକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରିବ।
ଗୋଦରେଜ୍‌ର ବରିଷ୍ଠ ଉପସଭାପତି ଓ କଂଜ୍ୟୁମର୍ ବ୍ୟବସାୟ ମୁଖ୍ୟ ଡକ୍ଟର ଦେବ ନାରାୟଣ ସରକାର କହିଛନ୍ତି ଯେ, “ଇଂଟେରିୟର୍ ଡିଜାଇନ୍‌ର ଭବିଷ୍ୟତ ପର୍ସନାଲାଇଜେସନ୍ ଓ ବାସ୍ତବତାରେ ଅନ୍ତର୍ନିହୀତ ରହିଛି ଯାହା ଲୋକମାନଙ୍କ ଜୀବନଶୈଳୀ ସହ ଖାପଖାଇବା ଭଳି ବିବିଧ ସ୍ଥାନର ଚାହିଦାରେ ବୃଦ୍ଧି ଆଣିଛି। ଆଜିର ଡିଜାଇନ୍ ସଚେତନ ଗ୍ରାହକମାନେ ଏଭଳି ଆସବାବପତ୍ର ଖୋଜୁଛନ୍ତି ଯାହା କେବଳ ସେମାନଙ୍କ ସ୍ୱତନ୍ତ୍ର ଷ୍ଟାଇଲ୍‌କୁ ପୂରଣ କରିବ ନାହଁ, ବରଂ ସେମାନଙ୍କ ଆବଶ୍ୟକତା ଅନୁସାରେ ମଧ୍ୟ ବଦଳିବ। ସେହି ଧାରା ପ୍ରତି ଏକ ଅଭିନବ ପ୍ରତିକ୍ରିୟା ହେଉଛି ଅପ୍‌ମୋଡ୍‌ସ ଯାହା ହେଉଛି ଏକ ପ୍ରିମିୟମ୍ ତଥା ସୁଲଭ ଆସବାବପତ୍ର ସମାଧାନ ଯାହା ସ୍ଥାୟୀ ଜୀବନଯାପନକୁ ସମର୍ଥନ କରିବା ସହ ବର୍ଜ୍ୟ କମ୍ କରିବ ଏବଂ ଆସବାବପତ୍ରକୁ ସମ୍ପୂର୍ଣ୍ଣ ବଦଳାଇବାର ଆବଶ୍ୟକତା ଦୂର କରିବ।’’
ଅପ୍‌ମୋଡ୍‌ସ ବର୍ଗମାଳାରେ ଥିବା ସୋଫା ସେଟ୍ ଦାମ୍ ୭୫ ହଜାର ଟଙ୍କାରୁ ଆରମ୍ଭ ହୋଇ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗ୍ରାହକମାନେ ତିନି ଜଣ ବସିବା ସୋଫାଠାରୁ ଆରମ୍ଭ କରି ତା’ଠାରୁ ବଡ଼ ସୋଫା ନେଇପାରିବେ, ଯେଉଁଥିରେ ବଦଳାଇ ହେଉଥିବା ଅପ୍‌ହୋଲଷ୍ଟ୍ରି, ଆର୍ମରେଷ୍ଟ ଓ ବିଭିନ୍ନ ପ୍ରକାର ଫ୍ୟାବ୍ରିକ୍ ଓ ରଙ୍ଗ ବିକଳ୍ପ ରହିଛି। ଡାଇନିଂ କଲେକ୍ସନର ଦାମ୍ ୪୫ ହଜାର ଟଙ୍କାରୁ ୧,୦୦,୦୦୦ ଟଙ୍କା ମଧ୍ୟରେ ରହିଛି। ଏଥିରେ ୪, ୬ ଓ ୮ ସିଟ୍‌ର ବିକଳ୍ପ ରହିଛି। ଶେଯ ବର୍ଗମାଳାର ଦାମ୍ ୫୦ ହଜାର ଟଙ୍କାରୁ ୧,୫୦,୦୦୦ ଟଙ୍କା ମଧ୍ୟରେ ରହିଛି।

Related Post